ହୀରାକୁଦ ଜଳସ୍ତର ବଢିବାକୁ ନେଇ ସମ୍ବଲପୁରବାସୀ ଭୟଭୀତ ହେଉଛନ୍ତି ଓ କହୁଛନ୍ତି ଗେଟ୍ ଖୋଲନ୍ତୁ ନାହିଁ, ନହେଲେ ଆମେ ଭାସିଯିବୁ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଡରୁଛନ୍ତି ସମ୍ବଲପୁର ବାସୀ ଆଉ ନିବେଦନ କରୁଛନ୍ତି କି ହୀରାକୁଦ ଗେଟ୍ ଖୋଲନନ୍ତୁ  ନାହିଁ , ନହେଲେ ଆମେ ଭାସିଯିବୁ । ହଁ ଦର୍ଶକବନ୍ଧୁ ହୀରାକୁଦ ଡ୍ୟାମରେ ଥିବା ପାଣିର ସ୍ତର ଦିନକୁ ଦିନ ବଢିବାକୁ ଲାଗୁଛି । ଯାହାକୁ ନେଇ ହୀରାକୁଦ ପାଖରେ ଥିବା ଗାଁ ଲୋକେ ଭୟକରୁଛନ୍ତି ।

ଆପଣମାନେ ଜାଣିଛନ୍ତି କି ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ବର୍ଷ ପାଣି ସବୁ ହୀରାକୁଦ ଆଡକୁ ଆସିଲାଣି ଯାହା ଫଳରେ ଏହାର ପ୍ରଭାବ ସମ୍ବଲପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା ।ତେବେ କୁହାଯାଏ ହୀରାକୁଦ ଡ୍ୟାମର ପାଣିର ପ୍ରଭାବ ପ୍ରଥମେ ସମ୍ବଲପୁରରେ ଦେଖିବାକୁ ମିଳେ । ଠିକ ସେହିପରି ଗତଦିନମାନଙ୍କରେ ଲଗାତାର ବର୍ଷା ହେବା ହେତୁ  ସମ୍ବଳପୁରରେ ପାଣି ଜମିଯାଇଛି ।

ସମ୍ବଲପୁରର ସ୍କୁଲ ଓ ବିଦ୍ୟାଲୟମାନଙ୍କରେ ପାଣି ପଶିଯାଇଛି ଯାହା ଦ୍ଵାରା ଲୋକମାନେ  ବାହାରକୁ ଯିବାଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ପାଣିରେ ଯାଇ ପିଲାମାନଙ୍କୁ ବିଦ୍ୟାଳୟରେ ଛାଡୁଥିବା ଦୃଶ୍ୟ ଦେଖିବାଲୁ ମିଳିଥିଲା । ଏହା ବ୍ୟତୀତ ବସ୍ତିରେ ଘର କରି ରହୁଥିବା ଲୋକମାନଙ୍କ ସ୍ଥିତି  ବହୁତ ସାଂଘାତିକ । ତେବେ ପୂର୍ବରୁ ଛତିଶଗଡ ଗେଟ୍ ଖୋଲିବା ଦ୍ଵାରା ସବୁ ପାଣି ଆସି ହୀରାକୁଦରେ ମିଶିଯାଇଥିଲା , ଯାହା ଫଳରେ ପାଣିର ସ୍ତର ବଢିଥିଲା । ମାତ୍ର ଏବେ ଲଗାତାର ବର୍ଷା ଥରକରେ 1 ଫୁଟ୍ ପାଣିକୁ ବୃଦ୍ଧି କରୁଛି ।

ଆପଣମାନେ ଦେଖିପାରିବେ ହୀରାକୁଦରେ 600 ଶହ ଫୁଟ୍ ରୁ ଅଧିକ ବଢିବାକୁ ଲାଗିଲାଣି । ଏହାକୁ ନେଇ ସ୍ଥାନୀୟ ଗାଁ ର ଲୋକେ ଭୟ ପ୍ରକାଶ କରିଛନ୍ତି ଏବଂ ନିବେଦନ କରିଛନ୍ତି କି ହିରାକୁଦର ଗେଟ୍ କୁ ନ ଖୋଲନ୍ତୁ  । କାରଣ ଗେଟ୍ ଖୋଲିବା ଦ୍ଵାରା ସମ୍ବଲପୁର ଓ ଅନ୍ୟ ଗାଁ ସମୂହ ଭାସିଯିବେ । ଲୋକେ କହୁଛନ୍ତି ସମ୍ବଲପୁର ଓ ଅନ୍ୟ ଗାଁ ମାନଙ୍କରେ ପାଣି ରହି ଲୋକେ ଗମନାଗମନ କରିବା ଅସୁବିଧା ହେଉଛି ।

ଏହାକୁ ନେଇ ପ୍ରଶାସନ କୋଣସି ପଦକ୍ଷେପ ନେଉନୀ । ତେବେ ଜଳ ଭଣ୍ଡାରର ଜଳ ରହିଛି 600 ଶହ ଫୁଟ୍ ଏବଂ କୋଣସି ଗେଟ୍ ଖୋଲିବାରେ ସମ୍ଭାବନା ନାହିଁ ମାତ୍ର ଲୋକେ ଭୟ କରୁଥିବା ସୂଚନା ମିଳିଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *