ତୀର ବାଜୁଛି ଠିକ୍ ଜାଗାରେ..High Court ଙ୍କ ଆଦେଶ ପରେ ପରୋକ୍ଷରେ ପରସ୍ପରକୁ ଆକ୍ଷେପ କରୁଛନ୍ତି Varsha-Anubhav, ଦେଖନ୍ତୁ କିପରି ? 

ହାଇକୋର୍ଟ କହିଲେ ଜଣେ ଆଉ ଜଣଙ୍କ ବିରୋଧରେ ସୋସିଆଲ ମିଡିଆରେ କିଛି କହିପାରିବେ ନାହିଁ । ଅନୁଭବ ଓ ବର୍ଷା ବି କୋର୍ଟଙ୍କ ନିର୍ଦ୍ଦେଶ ପରେ ଜଣେ ଜଣେ ଆଉ ଜଣଙ୍କ ବିରୋଧରେ କିଛି କହୁ ନାହାନ୍ତି । ହେଲେ ଯାହା ସୋସିଆଲ ମିଡିଆରେ ଲେଖୁଛନ୍ତି ହୁଏତ ତାହା ଠିକଣା ଜାଗାରେ ଠିକ ବାଜୁଛି । କୋର୍ଟଙ୍କ ନିର୍ଦ୍ଦେଶ ଆସିଲା, କିଛି ଘଣ୍ଟା ପରେ ବର୍ଷା ଜୟ ମା’ ଲେଖି ଫଟୋ ଛାଡିଲେ ।

ହୁଏତ, ଏହି ହାତ ଯୋଡା ଫଟୋ ଛାଡି ଅନୁଭବ ପାନେ ପାଇଲେ ବୋଲି କାହି ଥାଇ ପାରନ୍ତି । ବର୍ଷାଙ୍କ ପୋଷ୍ଟର କିଛି ଘଣ୍ଟା ପରେ ପିଲା ଦିନର ଫଟୋ ସହ ଅନୁଭବଙ୍କ ଟ୍ବିଟ ଆସିଲା । ଟୁଇଟରେ ଲେଖିଥିଲେ, ସମସ୍ତେ କ୍ଷମା କରିଦେବେ ମୁଁ NOSTALGIK ଛଡା କିଛି ଲେଖି ପାରୁନି । ପରିବାରର ଫଟୋ ଛାଡି ଅନୁଭବ, ବର୍ଷା ପରିବାରକୁ ହତାଦର କରୁଛନ୍ତି ବୋଲି ହୁଏ ତ କରିଥାଇ ପାରନ୍ତି ।

ହିନ୍ଦୀରେ ଗୋଟେ ଫେମସ ଡାଇଲଗ ଅଛି କହିଁ ପେ ନିଘାଏ କହିଁ ପେ ନିଶାନା ଅର୍ଥାତ ଲକ୍ଷ ଥିବ ଗୋଟିଏ ଜାଗାରେ ହେଲେ ଆଖି ଦେଖୁଥିବ ଆଉ ଗୋଟେ ଜାଗାରେ । ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲାରେ ହୁଏତ ଠିକ ଏମିତି କିଛି ବର୍ତ୍ତମାନ ଦେଖିବାକୁ ମିଳୁଛି । ହାଇକୋର୍ଟ କହିଲେ ଉଭୟ କେହି କାହା ବିରୋଧରେ ସୋସିଆଲ ମିଡିଆରେ କିଛି କହିପାରିବେନି ।

ଉଭୟ ଅନୁଭବ ଓ ବର୍ଷା କେହି କାହା ବିରୋଧରେ କିଛି କହୁ ନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ଯାହା ଲେଖୁଛନ୍ତି ତାହା ଠିକଣା ଜାଗାରେ ବାଜୁଛି ବୋଲି ଚର୍ଚ୍ଚା ହେଉଛି । କୋର୍ଟ ସିନା କିଏ କାହା ବିରୋଧରେ କହିବାକୁ ମନା କରିଛନ୍ତି କିନ୍ତୁ ନିଜ ନିଜ କଥା କହିବାକୁ ତ କହି ନାହାନ୍ତି । ଆଉ ଏହି ଗଳା ବାଟକୁ ବୋଧେ ଠିକ ଧରିଛନ୍ତି ଅଭିନେତ୍ରୀ ବର୍ଷ ପ୍ରିୟଦର୍ଶନୀ ଓ ସାଂସଦ ଅନୁଭବ ମହାନ୍ତି ।

ଅନୁଭବ ଓ ବର୍ଷା ସୋସିଆଲ ମିଡିଆରେ କରୁଥିବା ପୋଷ୍ଟର ସିଧା ସିଧା ଅର୍ଥ ଦେଖିବାକୁ ଗଲେ କୌଣସି ଅସୁବିଧା ନାହିଁ କାରଣ ଏହା କୋର୍ଟଙ୍କ ନିର୍ଦେଶ ବିରୋଧରେ ବି ଯାଉନି । ହେଲେ ସେହି ପୋଷ୍ଟ ବା ଫଟୋକୁ ଯଦି ବିଶ୍ଳେଷଣ କରାଯାଏ ତା ହେଲେ ଦୁଇଜଣ ଠିକ ଭାବି ଚିନ୍ତି ପୋଷ୍ଟ କରୁଛନ୍ତି । ଯେମିତି ଠିକଣା ଜାଗାରେ ତୀର ବାଜିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *