ଏମିତି କଣ ହେଲା କି ଏକା ସମୟରେ ଜୀବନ ହାରିଦେଲେ ତିନି ଭଉଣୀ ! ଶେଷ କଥାରେ ଲେଖିଗଲେ କିଛି ଏମିତି…

ବନ୍ଧୁଗଣ କଥାରେ ଅଛି ସବୁଦିନ ମରିବା ଅପେକ୍ଷା ଏକାଥରେ ମରିଯିବା ଭଲ । ଶେଷ କଥା ଲେଖି ତିନି ଭଉଣୀ କଲେ ଆତ୍ମହତୟଆ । ଦିନେ ଏକା ସାଙ୍ଗରେ ସବାରିରେ ବସି ତିନି ଭଉଣୀ ନିଜ ଶାଶୁ ଘରକୁ ଯାଇଥିଲେ । ଏବେ ଏକା ସାଙ୍ଗରେ କୋକେଇରେ ମଶାଣି ଗଲା ତିନି ଭଉଣୀଙ୍କ ଶବ । ଗୋଟେ ପରିବାରରେ ବିବାହ କରି ଭାବିଥିଲେ ବେସ ହସ ଖୁସିରେ ରହିବେ । ହେଲେ ଦୈବ ଏମାନଙ୍କ ଭାଗ୍ୟରେ ବୋଧେ ଆଉ କିଛି ଲେଖିଥିଲା ।

କେହି କେବେ ଭାବି ନଥିଲେ ଏଭଳି ଏକ ଚରମ ନିଷ୍ପତ୍ତି ନେବେ ଏହି ତିନି ଭଉଣୀ । 2003 ମସିହାରେ ତିନି ଭଉଣୀ ଗୋଟେ ପରିବାରର ତିନି ପୁଅଙ୍କ ସହ ବାଲ୍ୟ ବିବାହ କରିଥିଲେ । ତିନି ଭଉଣୀ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହୋଇପାରିଥିଲେ । କିନ୍ତୁ ତିନି ଭଉଣୀଙ୍କ ସ୍ଵାମୀ ଅଶିକ୍ଷିତ ଥିଲେ । ମଦ ପିଇ ପ୍ରତି ଦିନ ଆସି ନିଜ ନିଜ ସ୍ତ୍ରୀଙ୍କୁ ମାଡ ମାରୁଥିଲେ ।

ଦୀର୍ଘ ଦିନ ହେଲା ଯୌତୁକ ନିର୍ଯାତନା ଓ ଘରୋଇ ହିଂସାର ଶିକାର ହୋଇ ଆସୁଥିଲେ ଏହି ତିନି ଭଉଣୀ । ଆଉ ଗତ କିଛି ଦିନ ତଳେ ଏହି ତିନି ଭଉଣୀ ଘରୁ ନିଖୋଜ ହୋଇଯାଇଥିଲେ । ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ତିନି ଭଉଣୀଙ୍କ ପତ୍ତା ମିଳି ନଥିଲା । ନିଖୋଜ ହେବାର 4 ଦିନ ପରେ ଗତ ଶନିବାର ପୋଲିସ ଏକ କୂପରୁ ସେମାନଙ୍କ ମୃତ ଦେହ ଜବତ କରିଛି ।

ତିନି ଭଉଣୀ ତାଙ୍କ ଦୁଇ ପିଲାଙ୍କ ସହିତ କୂପକୁ ଡେଇଁ ଆତ୍ମହତୟଆ କରିଥାଇ ପାରନ୍ତି ବୋଲି କୁହାଯାଉଛି । ଦୁଇ ପିଲାଙ୍କ ମଧ୍ୟରେ ଜଣଙ୍କ ବୟସ 4 ବର୍ଷ ଥିବା ବେଳେ ଆଉ ଜଣେ ମାତ୍ର 17 ଦିନର ଥିଲା । ସବୁଠାରୁ ବଡ କଥା ହେଉଛି ଦୁଇ ଭଉଣୀ ମମତା ଓ କମଲେସ ଗର୍ଭବତୀ ଥିଲେ । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ସାନ ଭଉଣୀ ନିଜ ୱ୍ହାଟସପ୍ ରେ ରଖିଥିବା ଷ୍ଟାଟସର ସ୍କ୍ରିନ ଷଟ ପୋଲିସକୁ ମିଳିଛି ।

ସେହି ଷ୍ଟାଟସରେ ଲେଖା ହୋଇଛି ସବୁଦିନ ମରିବା ଅପେକ୍ଷା ଏକା ଥରେ ମରିଯିବା ଭଲ । ଏହି ମାମଲାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ରାଜସ୍ଥାନ ଜୟପୁରରେ ଘଟିଥିବା ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 

Leave a Reply

Your email address will not be published. Required fields are marked *