ହେଲେନଙ୍କ ବିଷୟରେ ଏହି କଥା ଜାଣି ନ ଥିବେ ଆପଣ

କହିବାକୁ ଗଲେ ସଲମାନ ଖାନ ଯଦି ଏହି ଦୁନିଆରେ ସବୁଠୁ ଅଧିକ କାହାକୁ ଭଲ ପାଆନ୍ତି ତେବେ ସେ ହେଉଛନ୍ତି ତାଙ୍କର ମା ସୁଶୀଲା ଚରକ ଉର୍ଫ ସଲମା ଖାନଙ୍କୁ । କିନ୍ତୁ ସଲମାନ ଖାନ ନିଜର ସାବତ ମା ହେଲେନଙ୍କୁ ବି ନିଜ ମା ଭଳି ଭଲ ପାଆନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ସାବତ ମା ଓ ବଲୀଉଡର ଅଭିନେତ୍ରୀ ହେଲେନଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ ।

ହେଲେନଙ୍କ ପୁରା ନାମ ହେଲେନ ଏନା ରିଚର୍ଡସନ ଅଟେ । ତାଙ୍କର ଜନ୍ମ ବର୍ମାର ରାଜଧାନୀ ରଙ୍ଗୁନରେ ହୋଇଥିଲା । ସେ ରଙ୍ଗୁନରୁ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ବଲୀଉଡ ଆସିଥିଲେ ଓ ଶେଷରେ ସେ ମୁମ୍ବାଇରେ ହିଁ ରହିଗଲେ । ଏହା ପରେ ହେଲେନଙ୍କ ଲୁକ ବଲୀଉଡରେ ଜାଦୁ କରିଲା ଓ ସେ ୭୦-୮୦ ଦଶକର ସବୁଠୁ ଲୋକପ୍ରିୟ ଆଈଟମ ଗର୍ଲ ହୋଇଗଲେ ।

ଯଦି ହେଲେନଙ୍କ ବିଷୟରେ କଥା ହେବା ତେବେ ହେଲେନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଛନ୍ତି । କିନ୍ତୁ ଏହି ବିବାହ ପୂର୍ବରୁ ହେଲେନ ବିବାହ କ୍ଷେତ୍ରରେ ଧୋକା ଖାଇ ସାରିଥିଲେ । କହିବାକୁ ଗଲେ ହେଲେନଙ୍କ ପୂର୍ବ ସ୍ଵାମୀ ବଲୀଉଡର ଡାୟରେକ୍ଟର ପୀଏନ ଅରୋଡ଼ା ଥିଲେ । କିନ୍ତୁ ସେ ହେଲେନ ଆୟ କରୁଥିବା ଟଙ୍କାକୁ ବର୍ବାଦ କରୁଥିଲେ । ଏହା ପରେ ଅବସ୍ଥା ଏମିତି ହୋଇଗଲା କି ହେଲେନଙ୍କ ପାଖରେ ଆଉ କିଛି ବି ଟଙ୍କା ନ ଥିଲା ଶେଷରେ ତାଙ୍କର ଆପାର୍ଟମେଂଟ ବି ବିକ୍ରି ହୋଇଗଲା । ଏହା ପରେ ହେଲେନ ନିଜର ପ୍ରଥମ ସ୍ଵାମୀଙ୍କୁ ଡିଭୋର୍ସ ଦେଇ ଦେଲେ ।

ଏହା ପରେ ୧୯୬୨ରେ ହେଲେନ ଓ ସଲିମ ଖାନଙ୍କର ଏକ ଫିଲ୍ମ ସେଟରେ ସାକ୍ଷାତ ହେଲା । ସଲିମ ଖାନ ସେହି ଫିଲ୍ମରେ ଖଳନାୟକର ରୋଲ କରୁଥିଲେ । ଦୁଇ ଜଣ ପ୍ରଥମ ନଜରରେ ହିଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । କିନ୍ତୁ ଦୁଇ ଜଣ ପାଖାପାଖି ୨୦ ବର୍ଷ ପରେ ମାନେ ୧୯୮୧ରେ ବିବାହ କରିଲେ । ହେଲେନଙ୍କର କୌଣସି ସନ୍ତାନ ନ ଥିଲା । ସେଥିପାଇଁ ହେଲେନ ଓ ସଲିମ ଖାନ ଗୋଟିଏ ଝିଅକୁ  ଓ ସେହି ଝିଅର ନାମ ଅର୍ପିତା ରଖିଲେ ।

ଆପଣଙ୍କୁ କହିଦେଉଛୁ କି ହେଲେନ ବଲୀଉଡର ଏକମାତ୍ର ଆଈଟମ ଗର୍ଲ ଅଟନ୍ତି ଯିଏ ସମସ୍ତ ସୁପରଷ୍ଟାରଙ୍କ ସହିତ ଡାନ୍ସ କରିଛନ୍ତି । ସେ ଅମିତାଭ ବଚ୍ଚନଏନକେ ଠାରୁ ନେଇ ବିନୋଦ ଖନ୍ନା, ଶତ୍ରୁଘ୍ନ ସିନ୍ହା ଓ ରାଜେଶ ଖନ୍ନା ସମସ୍ତଙ୍କ ସହିତ ଫିଲ୍ମରେ କାମ କରିଛନ୍ତି । ସମସ୍ତ ସୁପରଷ୍ଟାରଙ୍କ ଫିଲ୍ମରେ ହେଲେନଙ୍କ ଏଣ୍ଟ୍ରି ହେଉଥିଲା ଓ ସୁପରଷ୍ଟାର ଶାହରୁଖଙ୍କ ସହିତ ବି ହେଲେନ ଫିଲ୍ମ ‘ମୋହବ୍ବତେଂ’ରେ ଡାନ୍ସ କରିଛନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ପେଜକୁ ଲାଇକ କରନ୍ତୁ ଆମ ସହିତ ରହିବା ପାଇଁ ।

Leave a Reply

Your email address will not be published. Required fields are marked *