ହାତରେ ଫଟା ବ୍ୟାଗ ନେଇ ଖାଦ୍ୟ ଜିନିଷ ନେବାକୁ ପହଞ୍ଚିଲେ ଲେଡି ଅଫିସର, ଜାଣନ୍ତୁ ତା’ପରେ କଣ ହେଲା

କରୋନା ଭାଇରସ କାରଣରୁ ସାରା ଦେଶରେ ୨୧ଦିନର ଲକଡାଉନ ସାଧାରଣ ଜନତାଙ୍କ ସହିତ ଖାଦ୍ୟ ସାମଗ୍ରୀ ଦୋକାନ ଓ ପ୍ରଶାସନ ପାଇଁ ବି ପରୀକ୍ଷାର ସମୟ ଆସି ଯାଇଛି । ଏହି ସମୟରେ ସରକାରୀ ଅଫିସରଙ୍କ ଏକ ବର୍ଗ ଏମିତି ଅଛି, ଯିଏ ଦିନରାତି ଆଇନ ବ୍ୟବସ୍ଥାକୁ ନେଇ ସାଧାରଣ ଜନତାଙ୍କ ସୁବିଧା ଉପରେ ବି ଧ୍ୟାନ ରଖୁଛନ୍ତି । ଏମିତି ହିଁ କିଛି ଉଦାହରଣ ମଧ୍ୟରୁ ଗୋଟିଏ ଅଟନ୍ତି, ୟୁପିର ରାଜଧାନୀ ଲଖନୌରେ ନିଜର ଦାୟିତ୍ଵ ବହନ କରୁଥିବା ଏସଡ଼ିଏମ ପଲ୍ଲବୀ ମିଶ୍ରା ।

ଏସଡୀଏମ ମୋହନଲାଲଗଂଜ, ପଲ୍ଲବୀ ମିଶ୍ରା ଲକଡାଉନ ସମୟରେ ଖାଦ୍ୟ ସାମଗ୍ରୀର ଦୋକାନ ଗୁଡିକୁ ଅଦ୍ଭୁତ ଅନ୍ଦାଜରେ ନିରୀକ୍ଷଣ କରିଛନ୍ତି । ଗରିବ ଓ ଶ୍ରମିକ ଲୋକମାନଙ୍କ ଠାରୁ କେହି ବି ଅଟା, ଡାଲି, ଚାଉଳ, ତେଲ ଇତ୍ୟାଦି ସମସ୍ତ ଜିନିଷ ଉପରେ ଅଧିକ ଦାମ ନିଅନ୍ତୁ ନାହିଁ, ଏଥିପାଇଁ ଏସଡ଼ିଏମ ସାଧାରଣ ପୋଷାକ ପିନ୍ଧି ଓ ସାଧାରଣ ଲୋକମାନଙ୍କ ସହିତ ଲାଇନରେ ଛିଡା ହୋଇଗଲେ ଯେପରି ତାଙ୍କୁ କେହି ଚିହ୍ନି ନ ପାରିବେ, ସେଥିପାଇଁ ସେ ନିଜ ମୁହଁରେ ଓଢଣି ଦେଇ ଦୋକାନକୁ ଗଲେ ।

ସେମାନେ ସେହି ଅଞ୍ଚଳରେ ପାଖାପାଖି ୩୦ ଟି ଦୋକାନରେ ଯାଞ୍ଚ କରିଲେ ଓ ସେ ସମସ୍ତଙ୍କ ଜିନିଷର ବିଲକୁ ନେଇ ଥିବା ଆରୋପକୁ ବି ଶୁଣିଲେ । ପଲ୍ଲବୀ ମିଶ୍ରା କହିଲେ କି କେତେକ ଦୋକାନୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ଜିନିଷ ବିକ୍ରି କରୁଥିଲେ । ଗ୍ରାମୀଣ ଅଞ୍ଚଳରେ ଦୋକାନ କମ ଥିବା କାରଣରୁ ସମସ୍ତଙ୍କୁ ଚେତାବନି ମଧ୍ୟ ଦେଇଛନ୍ତି କି ଏହା ପରେ ଅନ୍ୟ କୌଣସି ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯିବ ।

ସେ ୨୦ ଟି ଦୋକାନୀଙ୍କୁ ନୋଟିସ ବି ଦେଇଛନ୍ତି । କହିଦେଉଛୁ କି ଏସଡ଼ିଏମ ପଲ୍ଲବୀ ମିଶ୍ରା ପ୍ରାୟତଃ ନିଜର କର୍ତବ୍ୟନିଷ୍ଠ କାରଣରୁ ବହୁତ ଲୋକପ୍ରିୟ ଅଛନ୍ତି । ଗତ ବର୍ଷ ସେ ନିଜର ଝିଅକୁ ସରକାରୀ ସ୍କୁଲରେ ଭର୍ତ୍ତି କରାଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଥିଲେ । ଦେଶ ଦୁନିଆର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *