ଫ୍ଲାଇଟରେ ଦୁର୍ବ୍ୟବହାର South ଅଭିନେତ୍ରୀ Pooja Hegde ଙ୍କ ସହ ଦୁର୍ବ୍ୟବହାର କଲେ Indigo କର୍ମଚାରୀ, ଟ୍ଵିଟ କରି ପୂଜା କହିଲେ କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଇଣ୍ଡିଗୋ ବିରୋଧ ରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ । ପୂଜା ହେଗଡେ ଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି ଇଣ୍ଡିଗୋ କର୍ମଚାରୀ । ବିମାନ କମ୍ପାନୀ ଇଣ୍ଡିଗୋ ବିରୋଧ ରେ ଏଭଳି ଅଭିଯୋଗ ଆଣିଛନ୍ତି ବଲିଉଡ ର ପ୍ରତିଷ୍ଠିତ ଅଭିନେତ୍ରୀ ପୂଜା ହେଗଡ଼େ । ଇଣ୍ଡିଗୋ ର କର୍ମଚାରୀ ମାନେ ତାଙ୍କ ସହିତ ଖରାପ ବ୍ୟବହାର କରିଥିବାର ସେ କହିଛନ୍ତି ।

ପୂଜା ଟ୍ୱିଟ କରି ଲେଖିଛନ୍ତି ଯେ, ଇଣ୍ଡିଗୋ କର୍ମଚାରୀ ଙ୍କ ଦୁର୍ବ୍ୟବହାର ମୋତେ ମର୍ମାହତ କରିଛି । ଆଜି ମୁମ୍ବାଇ ରୁ ଫ୍ଲାଇଟ ରୁ ବାହାରିବା ପରେ ବିପୁଲ ନକାସେ ନାମକ ଜଣେ କର୍ମଚାରୀ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି ବୋଲି ପୂଜା କହିଛନ୍ତି । ସାଧାରଣତଃ ଏଭଳି ଘଟଣା କୁ ନେଇ ମୁଁ କେବେ ଟ୍ୱିଟ କରେ ନାହିଁ ।

କିନ୍ତୁ ଏହି ଘଟଣା ବାସ୍ତବରେ ଚିନ୍ତା ଜନକ ବୋଲି ସେ ଲେଖିଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ବିନା କାରଣରେ ଧମକପୂର୍ଣ୍ଣ ଗଳା ରେ କଥା କହିବା ସହିତ ଅହଙ୍କାରୀ ସ୍ଵଭାବ ର ବୋଲି ପୂଜା ଟ୍ୱିଟ କରିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ, କୌଣସି ସମସ୍ୟା ସୃଷ୍ଟି କରିବାକୁ ସେ ଏହି ଟ୍ୱିଟ ଟି କରି ନାହାନ୍ତି । ବରଂ ସମସ୍ୟା କୁ ଲୋକ ଲୋଚନ କୁ ଆଣିବା ପାଇଁ ସେ ଟ୍ୱିଟ କରିଛନ୍ତି ବୋଲି ପୂଜା କହିଛନ୍ତି ।


ତେବେ ଏହି ଘଟଣା ପରେ ଇଣ୍ଡିଗୋ ପୂଜା ଙ୍କ ଟ୍ୱିଟ ର ଜବାବ ରଖିଛି । ଇଣ୍ଡିଗୋ ପକ୍ଷରୁ ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣା ସମ୍ବନ୍ଧରେ ପୂର୍ଣ୍ଣ ରୂପରେ ଯାଞ୍ଚ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ପୂର୍ବରୁ ଜଣେ ଦିବ୍ୟଙ୍ଗ ପିଲା କୁ ବିମାନ ଯାତ୍ରା ପାଇଁ ବାରଣ କରି ଚର୍ଚ୍ଚା ରେ ଥିଲା ଇଣ୍ଡିଗୋ ।

ତେବେ ବର୍ତ୍ତମାନ ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ପୂଜା ହେଗଡ଼େ ଙ୍କ ସହିତ ଇଣ୍ଡିଗୋ ର କର୍ମଚାରୀ ଙ୍କ ଦୁର୍ବ୍ୟବହାର ଖବର ସାମ୍ନା କୁ ଆସିବା ପରେ ପୁଣିଥରେ ଚର୍ଚ୍ଚା ର ବିଷୟ ସାଜିଛି ଇଣ୍ଡିଗୋ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *