ବନ୍ଧୁଗଣ ବର୍ତ୍ତମାନ ସମସ୍ତଙ୍କୁ ଘାରିଛି ପୁଷ୍ପାରାଜ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ହିଟ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଏହାର ପ୍ରଭାବ ଲୋକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି । କିଏ ଏହି ଫିଲ୍ମର ଗୀତରେ ମଦୁଆଲା ହେଉଛି ତ କିଏ ଏହି ଫିଲ୍ମର ଡାଇଲଗରେ ରିଲ୍ସ ଭିଡିଓ କରୁଛି । ସୋସିଆଲ ମିଡିଆରେ ପୁଷ୍ପା ଗୀତକୁ ନେଇ ଅନେକ ଲୋକ ରିଲ୍ସ ଭିଡିଓ କରୁଛନ୍ତି । କେବଳ ସାଧାରଣ ଲୋକ ନୁହେଁ ଅନେକ କ୍ରିକେଟର ଓ ସେଲିବ୍ରେଟି ମାନେ ମଧ୍ୟ ଏହି ଗୀତରେ ଝୁମୁ ଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ବନ୍ଧୁଗଣ ପୁଷ୍ପା କେବେ ନଇବ ନାହିଁ ଓ କେବେ ପୋଲିସ ହାତରେ ଧରା ପଡିବ ନାହିଁ ଏହା କେବଳ ଫିଲ୍ମରେ ହିଁ ସମ୍ଭବ । ହେଲେ ବାସ୍ତବରେ ପୁଷ୍ପାରାଜ ନଇ ଛନ୍ତି ଓ ଗିରଫ ବି ହୋଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମକୁ ନେଇ ଜଣେ ବ୍ୟକ୍ତି ଏତେ ପ୍ରଭାବିତ ହୋଇଥିଲେ ଯେ, ସେ ଏକ ବଡ ଅପରାଧ କରିବା ପାଇଁ ଆଗେଇ ଗଲେ । କର୍ଣ୍ଣାଟକର ଜଣେ ଡ୍ରାଇଭର ଆନ୍ଧ୍ର ପ୍ରଦେଶରୁ ରକ୍ତ ଚନ୍ଦନ ଚାଲାଣ ବେଳେ ଧରା ପଡିଛନ୍ତି ।

ଏହି ବ୍ୟକ୍ତିଙ୍କ ନାମ ହେଉଛି ୟାସିଫ । ମହାରାଷ୍ଟ୍ର କର୍ଣ୍ଣାଟକ ଓ ଆନ୍ଧ୍ର ସୀମାରେ ଥିବା ନିରାଜ ନଗରର ଚେକ୍ ପଏଣ୍ଟକୁ ଭାଙ୍ଗି ଚାଲି ଯାଉଥିବା ବେଳେ ତାଙ୍କୁ କାବୁ କରିଛି ପୋଲିସ ।ମହାରାଷ୍ଟ୍ର ପୋଲିସ ପକ୍ଷରୁ ଚାଲିଥିବା ଚେକିଙ୍ଗ ବେଳେ ଟ୍ରକରୁ ଧରା ପଡିଛି ଅଢେଇ କୋଟିର ରକ୍ତ ଚନ୍ଦନ । ପୁଷ୍ପା ଫିଲ୍ମରେ ରକ୍ତ ଚନ୍ଦନ କାଠକୁ ପରିବା ଏବଂ କ୍ଷୀର ଗାଡିରେ ଲୁଚାଇ ସ୍ମଗଲୀଙ୍ଗ କରାଯାଉଥିଲା ।
ଏଠି ବି ପରିବା ଟ୍ରକ ଭିତରେ ଚନ୍ଦନ କାଠ ରଖିବା ସହ ଟ୍ରକ ସମ୍ମୁଖରେ କୋଭିଡ ୧୯ର ଜରୁରୀ ସେବା ଷ୍ଟିକର ଲଗାଇ ଚାଲାଣ ହୋଇଥିଲା । ସବୁ ଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ୟାସିଫ ଗିରଫ ହେବା ପରେ ଫିଲ୍ମର ଚର୍ଚ୍ଚିତ ଡାଇଲଗ ‘ମେ ଝୁକୁଙ୍ଗା ନେଇ’ କହିଥିଲେ ହେଲେ ପୋଲିସ ତାଙ୍କୁ ଆଣ୍ଠେଇ ଦେଇ ଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

