ଏହାକୁ ବନେଇ ଲଗେଇ ଦିଅନ୍ତୁ, ଗୋଟିଏ ବି ମଶା ଘରେ ଦେଖା ଯିବେନି ( Mosquito Repellent)

ବନ୍ଧୁଗଣ, ୧୮୯୭ ଅଗଷ୍ଟ ୨୦ ତାରିଖରେ ସାରରୋନାଲ୍ଦୋରସ ମାଇଏନଫଲିସ ମଶା କାମୁଡିଲେ ମାଲେରିଆ ରୋଗ ହୋଇଥାଏ ବୋଲି ଆବିଷ୍କାର କରିଥିଲେ । ମାତ୍ର ଏହା ପୂର୍ବରୁ ବିଶ୍ଵାସ ଥିଲା ଯେ ଦୂଷିତ ବାୟୁ ଶ୍ଵାସକ୍ରିୟା ରେ ନେବା ଦ୍ଵାରା ଏହି ରୋଗ ହୋଇଥାଏ । ଏପରି ତଥ୍ୟ ଆବିଷ୍କାର ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ମଶା କାମୁଡିବା ଦ୍ଵାରା ଆପଣଙ୍କୁ ଡେଙ୍ଗୁ ଏବଂ ମାଲେରିଆ ଭଳି ରୋଗ ମଧ୍ୟ ହୋଇଥାଏ ।

ଏହା ଲୋକ ମାନଙ୍କ ପ୍ରାଣ ମଧ୍ୟ ନେଇଥାଏ । ଏଣୁ ମଶାଙ୍କ ଠାରୁ ଦୂରରେ ରହିବାକୁ କୁହାଯାଇଅଛି । ଏଥିପାଇଁ ମଶା କୁ ଘରୁ ଦୂରେଇ ରଖିବା ପାଇଁ ଆପଣ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଘରୋଇ ଉପାୟ ଦ୍ଵାରା ଆପଣ କିପରି ମଶା ମାନଙ୍କୁ ନିଜ ଘରୁ ବାହାରକୁ ତଡି ପାରିବେ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣଙ୍କୁ ଏହି ଘରୋଇ ଉପାୟ ବନାଇବା ନିମନ୍ତେ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ତାହା ହେଉଛି ନିମ୍ବ ପତ୍ର, ଏହା ସାଧାରଣତ ଅଧିକାଂଶ ଲୋକଙ୍କ ବାଡିଘରୁ ମିଳିଯାଇଥାଏ ।

ଅଧିକାଂଶ ଜାଗାରେ ଏହା ଆପଣ ମାନଙ୍କୁ ମିଳିଯିବ । ଆପଣ ପ୍ରଥମେ ଏକ ନିମ୍ବ ପତ୍ର ନିଅନ୍ତୁ ଏବଂ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଭଲଭାବରେ ସେଥିରୁ ପାଣି ବାହାରି ସାରିବା ପରେ ଆପଣ ସେଥିରୁ ପତ୍ର ଛଡାଇ ଦିଅନ୍ତୁ । ଏହି ଘରୋଇ ଉପଚାର ଟି ଆପଣଙ୍କୁ ମଶାଙ୍କ ଠାରୁ ହେଉଥିବା ସମସ୍ୟା ରୁ ଆପଣଙ୍କୁ ରକ୍ଷା କରିବ । ଏହାଛଡା ମଶା ଆପଣଙ୍କ ଘରେ ଦେଖିବାକୁ ପାଇବେ ନାହିଁ ।

ଏହି ନିମ୍ବ ପତ୍ରକୁ ଆପଣ ଏକ ଗ୍ରାଇଣ୍ଡିଙ୍ଗ ଜଗ ରେ ପକାନ୍ତୁ । ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଦେଢ କପ ରାଶିତେଲ ପକାନ୍ତୁ । ଏହାପରେ ଆପଣ ଏହାକୁ ୫ ରୁ ୬ ମିନିଟ ଭଲଭାବରେ ଫୁଟାନ୍ତୁ । ଏହାପରେ ନିମ୍ବପତ୍ରର ସମସ୍ତ ପୋଷାକତତ୍ଵ ଏହି ତେଲ କୁ ଆସିଯିବ । ଏହାକୁ ଆପଣ ଲୋପ୍ଲେମ ରେ ୫ ରୁ ୭ ମିନିଟ ଭଲ ଭାବରେ ଫୁଟାନ୍ତୁ । ୫ ରୁ ୬ ମିନିଟ ଫୁଟାଇ ସାରିଲା ପରେ ନିମ୍ବ ପତ୍ର ର ସମସ୍ତ ପୋଷାକ ତତ୍ଵ ସେହି ତେଲରେ ଆସିଯିବ ।

ଏହାପରେ ଆପଣ ଗ୍ୟାସ ବନ୍ଦ କରି ସେହି ତେଲକୁ ଥଣ୍ଡା ହେବା ନିମନ୍ତେ ଛାଡି ଦିଅନ୍ତୁ । ଏହାପରେ ଆପଣ କିଛି କର୍ପୁର ନେଇ ତାହାର ଗୁଣ୍ଡ ପ୍ରସ୍ତୁତ କରି ଏକ ଚାମଚ କର୍ପୁର ଗୁଣ୍ଡ କୁ ସେହି ତେଲ ରେ ପକାଇ ଏକ କାଚ ବୋତଲ ରେ ଭର୍ତ୍ତି କରି ଦିଅନ୍ତୁ । ଏହାପରେ ଆପଣ ରାତିରେ ଶୋଇଲା ବେଳେ ଯେଉନଭଳି ପୂର୍ବେ ଡିବିରି ପ୍ରସ୍ତୁତ କରି ଜଳାଉଥିଲେ । ସେହିଭଳି ଭାବରେ ଘରେ ଜଳାନ୍ତୁ । ଏହା ଦ୍ଵାରା ମଶା ଆପଣଙ୍କ ଘରୁ ସଂପୂର୍ଣ୍ଣ ରୂପେ ଉଭା ହୋଇଯିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *