ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସସ୍ମିତାଙ୍କୁ ମିଳିଛି ତାଙ୍କ ପ୍ରଥମ ରୋଜଗାର ଟଙ୍କା । ତେବେ ଆସନ୍ତୁ ଜାଣିବା ସସ୍ମିତା ଓ ପରିବାରଲୋକଙ୍କର ପ୍ରତିକ୍ରିୟା କଣ ରହିଛି ? ସୁସ୍ମିତାଙ୍କ କହିବା ଅନୁସାରେ ଆଜି ତାଙ୍କୁ ପ୍ରଥମ ପାଉଣା ମିଳିଛି । ତାହାକୁ ଦେବାକୁ ଘରକୁ ଆସିଛନ୍ତି ଗୀତର ଲେଖକ ସନ୍ତୋଷ ବାବୁ ଓ ପ୍ରଯାଜକ ସୁଭାଷ ବାବୁ । ଯେବେ ସସ୍ମିତାଙ୍କୁ ପ୍ରଥମ ରୋଜଗାର ଟଙ୍କା ମିଳିଲା ସେ ସେଇପଇସାକୁ ମାଆଙ୍କ ହାତକୁ ବଢାଇଦେଇଛନ୍ତି ।
କାରଣ ଦିନେ ତାଙ୍କ ମା ‘ ସସ୍ମିତାକୁ କହିଥିଲେ କି ଆଜିକାଲିର ଝିଅମାନେ କଣ କଣ କରୁଛନ୍ତି କିନ୍ତୁ ମୋ ଝିଅ ମାନେ କିଛି ବି କରିପାରୁନାହାଁନ୍ତି । ତୁ ବି କିଛି କରିପାରୁବୁ ନାହିଁ ଏମିତି ଭିକ ମାଗି ଜୀବନ କାଟିବୁ । ମାତ୍ର ସସ୍ମିତା ଆଜି ତାଙ୍କ ମାଆ ସେହିକଥାକୁ ଭୁଲ ବୋଲି ସାବିତ୍ କରିଛନ୍ତି । ଝିଅ ଯଦି ଚାହେଁ ତେବେ ନିଶ୍ଚୟ କିଛି କରିକି ଦେଖାଇପାରିବ ମୁଁ ଆଜି ତାହା କରିଛି ବୋଲି ଖୁସି ସହକାରେ କହୁଛି ।
ତେଣୁ ସେ ସାମ୍ବାଦିକ ଓ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିବା ଭାଇମାନଙ୍କୁ ହୃଦୟ ପୂର୍ବକ ଧନ୍ଯବାଦ ଜଣାଇଛନ୍ତି । ସସ୍ମିତାଙ୍କ ମା କହିଛନ୍ତି କି ମୁଁ ଭାବିଥିଲି ମୋ ଝିଅ ଭିକ ମାଗି ତା ଜୀବନ ଅତିବାହିତ କରିବ । ମୁଁ ପାଞ୍ଚଜଣ ଝିଅଙ୍କୁ ଜନ୍ମ ଦେଇ କିନ୍ତୁ ପ୍ରଥମ ଝିଅ ଭିକ ମାଗିବା ମୋ ପାଇଁ ବହୁତ କଷ୍ଟଦାୟକ ଥିଲା । ମାତ୍ର ତା ଜୀବନ ଏଭଳି ବଦଳିବ ବୋଲି ମୁଁ ସ୍ଵପ୍ନରେ ଭାବିନଥିଲି ।
ସସ୍ମିତା ସରକାରକୁ ନିବେଦନ କରୁଛନ୍ତି କି ତାଙ୍କୁ ଯଦି ଜାଗା ମିଳେ ତେବେ ସେ ଘର କରିକି ରହିବେ । କାରଣ ଏବେ ଯେଉଁ ଘରେ ରହୁଛନ୍ତି ବର୍ଷା ହେଲେ ପାଣି ଘର ଭିତରକୁ ପଡୁଛି ସାପ ମଧ୍ୟ ପଶିଆସୁଛନ୍ତି । ଘରେ ରହିବା ବହୁତ କଷ୍ଟହେଉଛି । ସସ୍ମିତାଙ୍କ ଘର ଦେଖିଥିବା ସୁଭାଷ ବାବୁ ମଧ୍ୟ କହୁଛନ୍ତୁ ମୁଁ ଜାଣିନଥିଲେ ଲୋକେ ଏଭଳି ବି କଷ୍ଟ ଦେଖୁଛନ୍ତି ।
ତେଣୁ ଯେତେ ମୁଁ କରିପାରିବି ସୁସ୍ମିତା ଭଉଣୀ ପାଇଁ ନିଶ୍ଚୟ କରିବି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।