ଭଲ ସମୟ ଓ ଖରାପ ସମୟ ଦୁଇଟି ଯାକ ଗୋଟିଏ ଅନ୍ୟଟିର ବିପରୀତ ଅଟେ । ଦୁନିଆରେ ପ୍ରାୟ ସମସ୍ତେ ଖରାପ ସମୟରୁ ବଞ୍ଚିବାକୁ ଚାହିଁଥାନ୍ତି । ସେଥିପାଇଁ ମଣିଷ କୁ ସବୁବେଳେ ଭଗବାନଙ୍କୁ ମନେ ପକାଇବା ଉଚିତ । କିଛି ଲୋକମାନେ ଖରାପ ସମୟରେ ଭଗବାନଙ୍କୁ ମନେ ପକାଇଥାନ୍ତି ଓ ଭଗବାନ ଯେତେବେଳେ ତାଙ୍କ ଉପରେ କୃପା ବର୍ଷା କରିଥାନ୍ତି ତେବେ ସେମାନେ ନିଜ ଖୁସିରେ ଏତେ ମଜି ଯାଇଥାନ୍ତି ଯେ ଭଗବାନଙ୍କୁ ମଧ୍ୟ ଭୁଲି ଯାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭଲ ବା ଖରାପ ସମୟ ଆସିବା ପୂର୍ବରୁ ଆମକୁ ଭଗବାନ କିଛି ନା କିଛି ସଙ୍କେତ ଅବଶ୍ୟ ଦେଇଥାନ୍ତି । କିନ୍ତୁ ଆମେ ସେଗୁଡିକୁ ବୁଝି ପାରି ନଥାଉ ।
ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ ବୋଲି କୁହାଯାଇଛି । ଏମିତିରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କର ପୂଜା ନିଜ ହୃଦୟର ସହିତ କରେ ତାଙ୍କ ଉପରେ ମାତା ଲକ୍ଷ୍ମୀ ନିଶ୍ଚିତ ଭାବରେ ପ୍ରସନ୍ନ ହୋଇଥାନ୍ତି । ବିଷ୍ଣୁ ପୁରାଣ ଅନୁସାରେ ମାତା ଲକ୍ଷ୍ମୀ ଘରେ ବାସ କରିବା ପୂର୍ବରୁ ସେହି ଘର ଲୋକମାନଙ୍କୁ କିଛି ସଙ୍କେତ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କଣ ସେହି ସଙ୍କେତ ଗୁଡିକ ।
୧. ପେଚା – ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ । ଏମିତିରେ ଯଦି ଆପଣଙ୍କୁ କୌଣସି ପେଚା ଦେଖାଯାଏ ତେବେ ଆପଣ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ ଘରେ ପ୍ରବେଶ କରିବା ପାଇଁ ଯାଉଛନ୍ତି । ଏମିତିରେ ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ଉଚିତ ।
୨. ସବୁଜ ପନିପରିବା – ଯଦି ହଠାତ ଆପଣ ସ୍ଵପ୍ନରେ ସବୁଜ ପନିପରିବା ଦେଖନ୍ତି ତେବେ ଭାବି ନିଅନ୍ତୁ ଯେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆସିବାକୁ ଯାଉଛନ୍ତି ।
୩. ଝାଡୁ – ଝାଡୁ ମାତା ଲକ୍ଷ୍ମୀ ଙ୍କୁ ବହୁତ ପସନ୍ଦ ଅଟେ । କାରଣ ମାତା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ରହିବାକୁ ପସନ୍ଦ ହୋଇଥାଏ । ଏମିତିରେ ଆପଣ ସକାଳ ବା ସନ୍ଧ୍ୟା ସମୟରେ ବାହାରକୁ ଯିବା ସମୟରେ ଯଦି କେହି ଝାଡୁ ମାରୁଥିବାର ନଜର ଆସିଥାଏ ତେବେ ଜାଣିଯିବେ କି ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବାକୁ ଯାଉଛନ୍ତି ।
୪. ଶଙ୍ଖ- ଯଦି ସକାଳୁ ଉଠିବା ମାତ୍ରେ ହିଁ ଶଙ୍ଖର ଧ୍ୱନି ବା ଶଙ୍ଖର ଆବାଜ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ଆପଣଙ୍କର ଭାଗ୍ୟ ବଦଳିବାର ଅଛି ।
୫. ଆଖୁ- ଆପଣ ସମସ୍ତେ ଜାଣିଛନ୍ତି କି ଆଖୁର ରସକୁ ସିଦ୍ଧି ବିନାୟକ ଙ୍କୁ ଅର୍ପଣ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେଣୁ ସକାଳୁ ଉଠିବା ମାତ୍ରେ ଯଦି ଆପଣ ଆଖୁ ଦେଖୁଛନ୍ତି ତେବେ ଆପଣଙ୍କ ଘରକୁ ବହୁତ ଜଲ୍ଦି ମାତା ଲକ୍ଷ୍ମୀ ବାସ କରିବାକୁ ଯାଉଛନ୍ତି ।
ବନ୍ଧୁଗଣ ମାତା ଲକ୍ଷ୍ମୀ ଗୃହରେ ପ୍ରବେଶ କରିବା ପୂର୍ବରୁ ଆମ୍ଭ ମାନଙ୍କୁ ଏହି ସବୁ ସଙ୍କେତ ଦେଇଥାନ୍ତି ଯାହାକୁ ଆପଣ କେବେ ହେଲେ ଅଣଦେଖା କରନ୍ତୁ ନାହିଁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ