ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ପାଇଁ ସମସ୍ତ ଲୋକ ଚିନ୍ତାରେ ଅଛନ୍ତି । ଅନ୍ୟ ପକ୍ଷରେ କେତେକ ରାଜ୍ୟରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିସାରିଛନ୍ତି ।
ବନ୍ଧୁଗଣ ଦେଶର ସ୍ଥିତି ଜଟିଳ ହୋଇଥିବାରୁ କେନ୍ଦ୍ର ସରକାର ଟୀକା କାରଣ ବ୍ୟବସ୍ତା ଜାରି କରିସାରିଛନ୍ତି । ସାଧାରଣତଃ ଯେଉଁ ବ୍ୟକ୍ତି ମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଛି ସେହି ବ୍ୟକ୍ତି ମାନଙ୍କୁ ଏହି ଭାଇରସ ବହୁତ ସହଜରେ ଆକ୍ରାନ୍ତ କରିଦେଉଛି । ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ସମସ୍ତ ଲୋକ ନିଜ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ କେତେକ ଉପାୟର ଅବଲମ୍ବନ କରୁଛନ୍ତି ।
ଆଜିଆମେ ଆପଣ ମାନଙ୍କୁ ଏପରି ଏକ କାଢା ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କରି ଆପଣ ନିଜ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ପାରିବେ । ଏହି କାଢା ଗଳା ସଂକ୍ରମଣ ଓ କାସ ଆଦିରୁ ମଧ୍ୟ ରକ୍ଷା କରିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।
ଏହି ଉପଚାର ପାଇଁ ଆମକୁ ୮ ରୁ ୧୦ଟି ତୁଳସୀ ପତ୍ର, ୨ ରୁ ୩ଟି ଲବଙ୍ଗ, ଡାଲଚିନ ୧ ରୁ ୨ ଛୋଟ ବାଡି, ଅଧା ଚାମଚ ହଳଦି ଏବଂ 2 ଚାମଚ ମହୁର ଅବଶ୍ୟକତା ରହିଛି । ସର୍ବପ୍ରଥମେ, ଡାଲଚିନି , ଲବଙ୍ଗ , ତୁଳସୀ ପତ୍ର ଏବଂ ହଳଦିକୁ ଭଲ ଭାବରେ ଗ୍ରାଇଣ୍ଡ୍ କରି ପେଶି ଦିଅନ୍ତୁ । ଏହା ପରେ, ମସଲାକୁ ଭାଜନ୍ତୁ ଏବଂ ଏହାକୁ ଅଲଗା ରଖନ୍ତୁ । ଏହାପରେ ଏକ ପ୍ୟାନରେ ଏକରୁ ଦୁଇ କପ ପାଣି ଗରମ କରି ସେଥିରେ ଏହି ସମସ୍ତ ମସଲା ମିଶାନ୍ତୁ ।
ଏହାପରେ ଏହି ମିଶ୍ରଣକୁ ଅତି କମରେ ୧୫ ରୁ ୨୦ ମିନିଟ ପାଇଁ ଗ୍ୟାସରେ ଫୁଟାଇବାକୁ ଦିଅନ୍ତୁ । ତା’ପରେ ଏହି ପାଣିକୁ କାଢି ଟିକେ ଥଣ୍ଡା ରଖନ୍ତୁ । ଭଲ ସ୍ୱାଦ ପାଇଁ, ଯଦି ଆପଣ ଚାହାଁନ୍ତି, ଥଣ୍ଡା କମିବା ପରେ ଏଥିରେ ମହୁ ମିଶାନ୍ତୁ । ଏହାପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଏହାକୁ ଆପଣ ପ୍ରତିଦିନ ସଖାଳ ଓ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହା ଆପଣଙ୍କ ଛାତି ଯନ୍ତ୍ରଣା ଓ ନିଶ୍ଵାସ ନେବାରେ ସମସ୍ୟା ଆଦିକୁ ଦୂର କରିଦେବ । ଏହା ସହିତ ଏହି କାଢା ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହିତ ଥଣ୍ଡା, ଗଳା ଯନ୍ତ୍ରଣା ଏବଂ କାସ ଆଦିକୁ ସଂପୂର୍ଣ୍ଣ ଦୂର କରିଦେବ ।
ନିଜ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଆପଣ ମାନେ ଭଲ ନିଦ ନିଅନ୍ତୁ । ଏହା ସହିତ ଆପଣ ମାନେ ନିଜ ଭୋଜନରେ ଦହିର ସେବନ ନିଶ୍ଚୟ କରନ୍ତୁ । ଦହି ଆମ ଖାଦ୍ୟକୁ ହଜମ କରିବାରେ ସହାୟକ ହେବା ସହ ଏହା ଆମ ଶରୀରରକୁ ସତେଜ ରଖିଥାଏ । ଆପଣ ମାନେ ପ୍ରତିଦିନ ବାୟାମ ଓ ଯୋଗ ଆଦି ନିଶ୍ଚୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରର ଆକ୍ସିଜେନ ସ୍ତର ବୃଦ୍ଧି ପାଇବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ