ଘର ଭିତରେ ଏହି ଗୋଟିଏ ଜିନିଷ କାରଣରୁ ବ୍ୟାପୁଚି କରୋନା, ହେଇଯାନ୍ତୁ ସାବଧାନ !

ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।

ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ ଆମେ ଘରେ ବନ୍ଦ କଠୋରି ରେ ଏ ସି ଲଗାଇ ରହିଲେ ମଧ୍ୟ ଆମକୁ ହୋଇ ପାରେ କରୋନା । ତେବେ ଏହା କିପରି ସମ୍ଭବ ଏବଂ ଏହା କିପରି ବ୍ୟାପୁଛି ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ଆମେ ଯେତେବେଳେ କଥା ହେଉ ସେତେବେଳେ ଆମ ମୁଖରୁ ବାହାର ଥିବା ବୁନ୍ଦା ଗୁଡିକ ଆଉ ଜଣ ବ୍ୟକ୍ତି ଉପରେ ପଡିଥାଏ ଏହି ପରି ଭାବରେ କରୋନା ମହାମାରୀ ମଧ୍ୟ ବ୍ୟାପି ଥାଏ ।

ତେବେ କିଛି ଲୋକ ଏହି ଗରମ ସମୟରେ ଘରର କବାଟ ଝରକା ବନ୍ଦ କରି ଏ ସି ଭିତରେ ରହିବାକୁ ପସନ୍ଦ କରୁଛନ୍ତି କିନ୍ତୁ ସରକାର ଙ୍କ ଗାଇଡ଼ ଲାଇନ ଅନୁସାରେ ଯେଉଁ କଠୋରି ରେ ଅମ୍ଳଜାନ ର କମ ଥାଏ ଏବଂ ଏ ସି କିମ୍ବା କୁଲର ର ଅଧିକ ବ୍ୟବହାର କରାଯାଇଥାଏ ସେହି ଠାରେ ମଧ୍ୟ ଏହି ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ସରକାରଙ୍କ ନିର୍ଦେଶ କ୍ରମ ଅନୁସାରେ ଏ ସି କଠୋରି ରେ ସଂକ୍ରମିତ ପବନ ବାହାରକୁ ଯାଇ ପାରେ ନାହିଁ । ଯାହା ଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା ବଢି ଯାଇଥାଏ ।

କୌଣସି ବ୍ୟକ୍ତି ର କଥା ରେ କିମ୍ବା କାଶ ରେ ଛିଙ୍କ ସବୁ ଏ ସି ର ସହିତ ମିଶି ଯାଇଥାଏ ଏବଂ ସେହି ପବନ କଠୋରି ଭିତରେ ପ୍ରବାହିତ ହେବା ଦ୍ୱାରା ଅନ୍ୟ ଲୋକ ଙ୍କୁ ମଧ୍ୟ ସଂକ୍ରମିତ କରାଇଥାଏ । ତେଣୁ ଏଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ ଅଧିକ ସମୟ ଏକ ବନ୍ଦ କଠୋରି ରେ ରହିବା ଉଚିତ ନୁହେଁ । ସର୍ଵଦା ଘରର ଝରକା ଖୋଲି ରଖନ୍ତୁ ତାଜା ପବନ ନିଅନ୍ତୁ ଏବଂ ସମ୍ଭବତଃ ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *