ଘର ଆଗରେ ଚପଲ ରଖୁଥିଲେ ହୋଇଯାନ୍ତୁ ସାବଧାନ, ହେଇପାରେ ଏହି ଅସୁବିଧା

ଆପଣ ମାନେ ଦେଖିଥିବେ ଯେତେବେଳେ ଆପଣଙ୍କ ଜୋତା ଓଲଟା ହୋଇ ରହିଥାଏ, ସେତେବେଳେ ଆପଣଙ୍କ ମା ଆପଣଙ୍କୁ ପାଟି କରିଥାନ୍ତି । ତାହା ବିଷୟରେ ରହିଥିବା ରହସ୍ୟ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ମୂଳ ରହସ୍ୟ ବିଷୟରେ । କୁହାଯାଏ ଯଦି ଘରର ଅଗଣାରେ ଥିବା ଜୋତା ଓଲଟି ଯାଇଥାଏ, ତେବେ ତାହାକୁ ତୁରନ୍ତ ସିଧା କରିଦେବା ନିହାତି ଆବଶ୍ୟକ ଅଟେ ।

କୁହାଯାଏ ଯଦି ଆପଣ ଏହି ଓଲଟା ଥିବା ଜୋତାକୁ ଘର ଅଗଣାରେ ଦେଖିବେ ତାହେଲେ ଅନ୍ୟ କାହା ସହିତ ଆପଣଙ୍କର ଝଗଡା ନିଶ୍ଚୟ ହେବ ଏବଂ ଏହା ସହିତ ଆପଣ ଯଦି କୌଣସି କାମରେ ଯାଉଛନ୍ତି ତାହେଲେ ତାହା ଅସଫଳ ହେବ । ତେଣୁ ଯଦି ଗୋଟେ ଚପଲ ଓଲଟା ଅଛି ତା ହେଲେ ତାହାକୁ ଅନ୍ୟ ଏକ ଚପଲ ଦ୍ଵାରା ସିଧା କରିଦେବା ଉଚିତ ।

କେବଳ ଏତିକି ନୁହେଁ କଣ ଆପଣ ମାନେ ଜାଣିଛନ୍ତି ଯେ ଯେଉଁ ଚପଲ ଆପଣ ସବୁଦିନ ପିନ୍ଧୁଛନ୍ତି ତାହା ଆପଣଙ୍କ ପାଇଁ ଶୁଭ କିମ୍ବା ଅଶୁଭ ହୋଇପାରେ । ଜ୍ୟୋତିଷ ଶାସ୍ତ୍ରରେ ଚପଲ ସହ ଜଡିତ ଏପରି କିଛି କଥା ରହିଛି ଯାହା ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଜୋତା ଚପଲ ସହ ଜଡିତ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ବିଷୟରେ ।

ଯେତେବେଳେ ଆପଣଙ୍କ ଚପଲ ଛିଣ୍ଡି ଯାଇଥାଏ ଆପଣ ସେହି ଚପଲକୁ ଘର ଅଗଣାର କୌଣସି କୋଣରେ ରଖି ଦିଅନ୍ତି ଓ ଏହାକୁ ପରେ କେତେବେଳେ ସଜାଡି ପିନ୍ଧିବା ପାଇଁ ଭାବିଥାନ୍ତି । ହେଲେ ଏହି ଛିଣ୍ଡା ଚପଲ ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି କରିପାରେ ଏବଂ ଘରେ ବାରମ୍ବାର ଲୋକଙ୍କ ଦେହ ଅସୁସ୍ଥ ହୋଇଥାଏ । ତେଣୁ ଆପଣ ଜୋତା ଛିଣ୍ଡିବା ମାତ୍ରେ ଠିକ କରି ପିନ୍ଧନ୍ତୁ, ଭୁଲ ସେ ମଧ୍ୟ ଛିଣ୍ଡା ଚପଲକୁ ଘରର କୌଣସି କୋଣରେ ରଖନ୍ତୁ ନାହିଁ ।

ଆପଣ କେବେ ଭୁଲ ସେ ମଧ୍ୟ ଜୋତାକୁ ଠିଆ କରି ରଖିବେ ନାହିଁ । ଏହାକୁ ସବୁବେଳେ ଶୁଆଇ ରଖନ୍ତୁ । ଜୋତା ଠିଆ କରି ରଖିବା ଅଶୁଭର ସଙ୍କେତ ହୋଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ମତରେ ଜୋତାକୁ ଘର ମଧ୍ୟରେ ମଧ୍ୟ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ଆସିଥାଏ । ଯଦି ଆପଣଙ୍କୁ କୌଣସି ଗିଫ୍ଟରେ ଜୋତା ବା ଚପଲ ମିଳିଥାଏ ତେବେ ଭୁଲ ସେ ମଧ୍ୟ ସେହି ଚପଲକୁ ବ୍ୟବହାର କରିବା ଉଚିତ ନୁହେଁ ।

କାରଣ ଯେଉଁ ଲୋକ ଆପଣଙ୍କୁ ଏହି ଗିଫ୍ଟ ଦେଇଥାଏ ସେହି ଲୋକର ସମସ୍ତ ଅସୁବିଧା ଏବଂ ନକରାତ୍ମକ ଶକ୍ତି ଏହି ଜୋତା ମାଧ୍ୟମରେ ଆପଣଙ୍କ ପାଖକୁ ଆସିଯାଇଥାଏ । ତେଣୁ ଭୁଲ ସେ ମଧ୍ୟ ଏହି ଜୋତାକୁ ବ୍ୟବହାର କରିବେ ନାହିଁ । ଆପଣ କୌଣସି ଶୁଭ ସ୍ଥାନକୁ ଯାଉଥିବା ସମୟରେ କେବେ ବି ଛିଣ୍ଡା ବା ଫଟା ଚପଲ ପିନ୍ଧି ଯିବେ ନାହିଁ । ଏହା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟ ଅସଫଳ ହୋଇଥାଏ । ତେବେ ବନ୍ଧୁଗଣ ଏହି ସବୁ ନିୟମକୁ ମାନି ଚଳନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *