ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ହୀରାକୁଦ ଡ୍ୟାମ କୁ ନେଇକି ଆସିଛି ବଡ ଖବର । ପୂର୍ବରୁ ଯେପରି କୁହାଯାଇଥିଲା କି ଜୁଲାଇ 23 ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଠିକ ସେହିପରି ଗତକାଲୀ ଖୋଲାଯାଇଥିଲା 5 ଟି ଗେଟ୍ । ଉପର ମୁଣ୍ଡରେ ଲଗାତାର ବର୍ଷା ହେବା ହେତୁ ମହାନଦୀର ପାଣି ବଢିଛି । ତେଣୁ କରି ଗତକାଲି ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ବାମ ପଟର ତିନିଟି ଓ ଡାହାଣ ପଟର ଦୁଇଟି ଗେଟ୍ ଖୋଲା ଯାଇଛି ।
ଏବେ ଡ୍ୟାମର ଜଳସ୍ତର ରହିଛି 614 .47 ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ଏକ ଲକ୍ଷ ଷୋହଳ ହଜାର ନଅଶହ ବୟାଅଶୀ କ୍ୟୁସେକ୍ ପାଣି ।ସମାନ ପରିମାଣର ବନ୍ୟା ପାଣି ବି ନିଷ୍କାସନ ହେଉଛି । ହୀରାକୁଦ ତାହାର 5 ଟି ଯାକ ଗେଟ୍ ଖୋଲିଥିବାରୁ ପାଖରେ ଥିବା ଜିଲ୍ଲା ଗୁଡିକ ଆଲର୍ଟ ରେ ଅଛନ୍ତି କାରଣ ଲୋକେ ଜଳର ପରିମାଣ ବୃଦ୍ଧି ହେବା ଦେଖି ଭୟଭୀତ ହେଉଛନ୍ତି ।
ତେବେ ଛତିଶଗଡ ତା ଇଛା ମୁତାବକ ଗେଟ୍ଟ ଖୋଲିଦେବା ହେତୁ ସେହିସବୁ ପାଣି ମହାନଦୀରେ ଆସିକି ମିଶିବାକୁ ହୀରାକୁଦର ଜଳଭଣ୍ଡାର ବଢିଥିଲା ଯାହାକୁ ଅଟକ କରିକି ରଖିବା ଅଧିକାରୀଙ୍କ ପକ୍ଷେ ଅସମ୍ଭବ ହେଉଛି । ତେଣୁ ହୀରାକୁଦର କର୍ତ୍ତୁପକ୍ଷ ଅଧିକାରୀମାନେ ନିଷ୍ପତି ନେଇ ସୂଚନା ଜାରି କରିଥିଲେ କି ହୀରାକୁଦ ତାହାର ଗେଟ୍ ଖୋଲିବ ଏବଂ ଏହା ଯୋଗୁଁ ଯଦି କୋଣସି ଅଘଟଣ ଘଟେ । ତେବେ ଏଥିରେ ଆମେ ଦାୟୀ ନୁହେଁ ବୋଲି ସ୍ପଷ୍ଟ ଭାବରେ କହିଥିଲା ।
ତେବେ ଏହି ସୂଚନାକୁ ସ୍ଥାନୀୟ ଜିଲ୍ଲାମାନଙ୍କ କୁହାଯାଇ ପୂର୍ବରୁ ସଚେତା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି 5 ଟି ଗେଟ୍ ଖୋଲାଯାଇଛି ଏବଂ ଲୋକମାନଙ୍କୁ କୁହାଯାଇଛି ଯେ ହୀରାକୁଦ ପାଣି ନିଷ୍କାସନ କରିବା କେହି ତାହା ନିକଟକୁ ଯିବେ ନାହିଁ କୋଣସି କ୍ଷତି ପାଇଁ ଆମେ ଦାୟୀ ନୁହେଁ । ଏହା ବ୍ୟତୀତ ସେହି ଅଞ୍ଚଳର ଜିଲ୍ଲାପାଳକୁ ମଧ୍ୟ ପୂର୍ବରୁ ଚେତନା ଜାରି କରାଯାଇଛି ।
ଏବେ ଗେଟ୍ ଖୋଲିଲା ପରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ସଚେତନା କରିବାକୁ ଆଲଟରେ ଅଛି ପ୍ରଶାସନ । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରି , ଆପଣଙ୍କ ବନ୍ଧୁ ମାନକୁ ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।