ଗର୍ଭବତୀ ମହିଳା ମାନେ କୋଭିଡ୍‌ ପଜିଟିଭ୍‌ ହେଲେ କ’ଣ କରିବେ ? Dr Tanushree S Rath

ବର୍ତ୍ତମାନ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ ।

କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ । ଏବଂ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ ।

ଏହା ସହିତ ଆମକୁ ଉତ୍ତମ ଆହାର ମଧ୍ୟ ସେବନ କରିବା ଉଚିତ । ଆମେ ସର୍ଵଦା ଖାଦ୍ୟକୁ ଭଲ ଭାବରେ ରୋଷେଇ କରି ଖାଇଥାଉ କିନ୍ତୁ କୌଣସି ଜିନିଷ କୁ ଅଧିକ ସମୟ ରାନ୍ଧିବା ଦ୍ୱାରା ସେହି ପଦାର୍ଥ ରେ ଥିବା ଭିଟାମିନ ଆମକୁ ସଠିକ ଭାବରେ ମିଳି ନଥାଏ । ଯେପରି ଆମେ କୌଣସି ଫଳ କୁ ସେହି ଭଳି କଞ୍ଚା ଖାଇଥାଉ କାରଣ ଏହା ଦ୍ୱାରା ସେହି ଫଳ ରେ ଥିବା ସମସ୍ତ କ୍ୟାଲସିୟମ, ପ୍ରୋଟିନ ଏବଂ ଭିଟାମିନ ଆମକୁ ସଠିକ ଭାବରେ ମିଳି ଥାଏ ।

ତେଣୁ କୌଣସି ଜିନିଷ କିମ୍ବା ପନି ପରିବା ଏବଂ ଫଳ କୁ କଞ୍ଚା ଖାଇବା ଦ୍ୱାରା ଆମକୁ ସେଥିରେ ଥିବା ବହୁତ ଲାଭ ଦାୟକ ପଦାର୍ଥ ମିଳିଥାଏ । ଏବଂ ଆମେ ସର୍ଵଦା ଚାହିଁଥାଉ କି ଆମେ ସର୍ଵଦା ଫିଟ ଏବଂ ସୁସ୍ଥ ରହୁ । କେବେବି କୌଣସି ରୋଗ ନ ଆସୁ । କେବେବି ଆମ ଶରୀର ଦୁର୍ବଳ ନ ଲାଗୁ । ଆମ ରକ୍ତ ସଞ୍ଚାଳନ ଠିକ ଭାବେ ହେଉ । ତେବେ ଏହି ମହାମାରୀ କରୋନା ଯଦି କୌଣସି ଗର୍ଭବତୀ ମହିଳା କୁ ହୁଏ କିମ୍ବା ଗର୍ଭବତୀ ମହିଳା କିପରି ସୁରକ୍ଷିତ ରହିବେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ।

ଲୋକ ମାନଙ୍କ ର ଚିନ୍ତା ରହିଥାଏ କି ଏହି କୋଭିଡ ର ପ୍ରଭାବ ଗର୍ଭ ରେ ଥିବା ଶିଶୁ ଉପରେ କିପରି ପଡିବ ଶିଶୁଟି ବିକଳାଙ୍ଗ ହେବ ନାହିଁ ତ । ତେବେ ସୂଚନା ଅନୁସାରେ ଏହି ଭଳି କିଛି ଦେଖା ଯାଇ ନାହିଁ । କିନ୍ତୁ ଏବେ ସମୟ ପୂର୍ବରୁ ଡେଲିବରୀ ହେଇ ଯାଉଛି ଏହି ସମସ୍ୟା ଏବେ ଅଧିକ ଦେଖା ଯାଉଛି ।

ଗର୍ଭବତୀ ମହିଳା ମାନେ ପ୍ରଚୁର ପରିମାଣରେ ପାଣି ପିଇବେ ଶରୀର କୁ ହାଇଡ୍ରେଡ଼ ରଖିବେ । ବ୍ୟାୟାମ କିମ୍ବା ପ୍ରାଣାୟମ କରନ୍ତୁ ଏହା ଛଡା ମୁଣ୍ଡ ରେ ଅଧିକ ଚିନ୍ତା ରଖନ୍ତୁ ନାହିଁ । ପୋଷ୍ଟିକ ଆହାର ଗ୍ରହଣ କରନ୍ତୁ । ନବଜାତ ଶିଶୁ କୁ ଧରିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ହାତ କୁ ସାନିଟାଇଜର କରନ୍ତୁ ଏବଂ କିଛି ଦୂରତା ରେ ଶୁଆନ୍ତୁ । ଏହା ଛଡା ଯଦି ଶରୀର ଅଧିକ ଅସୁସ୍ଥ ହୋଇ ପଡୁଛି ତେବେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *