ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସକାଳେ ହେଲେ ଚାଷ କାମ ଓ ଦିନ 10 ଟା ପରେ କଲେଜ । ହଁ ଦର୍ଶକବନ୍ଧୁ ଏହା ହେଉଛି ତରାଙ୍କ କାହାଣୀ ଯିଏ ସାମାନ୍ୟ ଗାଁ ରେ ରୁହନ୍ତି । ହେଲେ ନିଜ ପରିବାରକୁ ଚଳାଇବା ପାଇଁ ସେ ପାୱାରଟିଲର ଚଳାନ୍ତି କିନ୍ତୁ ଏହାରି ମଧ୍ୟରେ ସେ ପାଠପଢିବା ପାଇଁ ସମୟ ବାହାର କରିଥାନ୍ତି ।
ତରାଙ୍କ ଜୀବନ ଏତେ ସହଜ ନୁହେଁ ଘରେ ଦୁଇ ମୁଠାଏ ଖାଇବାକୁ ତାଙ୍କୁ କାମ କରିବାକୁ ପଡିଥାଏ ।ମାତ୍ର ତରାଙ୍କ ପାଠ ପ୍ରତି ଥିବା ଆସକ୍ତ ଯେ ସେ ପାଠପାଢି ଅଧ୍ୟାପିକା ହେବେ । ଏହି ଘଟଣା ଟି ହେଉଛି ଗଜପତି ଜିଲ୍ଲା ମହନା ବ୍ଲକ ବରଖଣି ମୁଣା ସାହି ଗାଁ ଲକ୍ଷ୍ମଣ ମାଲିକ ଝିଅ ତରା । ସକାଳେ ହେଲେ ପାୱାରଟିଲରରେ ପେଟ୍ରୋଲ ପକାଇ ବିଲକୁ ଚାଷ କରିବାକୁ ବାହାର ପଡନ୍ତି ଏବଂ ନିଜ ହାତରେ ପାୱାରଟିଲର ଚକକୁ କଡି କଟର ଲାଗନ୍ତି ତରା ।
ସେଠାରେ ଚାଷକାମ ସାରି ଦଶଟା ବେଳକୁ କଲେଜ ଯାଆନ୍ତି ।ତରାଙ୍କ କହିବା ଅନୁସାରେ ସେ ସକାଳ 4 ଟା ବେଳେ ଉଠି ପାଠ ପଢନ୍ତି ପରେ ବାପାଙ୍କ ସହ ମିଶି ଚାଷ କରିବାକୁ ଯାଆନ୍ତି କାରଣ ବାପାଙ୍କ ବୟସ ବୃଦ୍ଧି ହେଉଥିବା ହେତୁ ସେ କାମ କରିପାରୁନାହାଁନ୍ତି । ତେଣୁ ମୁଁ ଚାହେଁ କି ବାପାଙ୍କୁ ତାଙ୍କର କାମରେ ସହଯୋଗ କରିବି । ଏଣୁ ସେ ସରକାରକୁ ନିବେଦନ କରିଛନ୍ତି ଯେ ଯଦି ତାଙ୍କୁ କିଛି ସାହାଯ୍ୟ ମିଳିବ ପାଠପଢିବାକୁ ସେ ତାଙ୍କ ଲକ୍ଷସ୍ଥଳକୁ ସହଜରେ ପହଞ୍ଚିପାରିବେ ।
ତରାଙ୍କ ବାପା କହୁଛନ୍ତି କି ତାଙ୍କର ଦୁଇଟା ପୁଅ ଓ ତିନୋଟି ଝିଅ ପୁଅ ଦୁଇ ଜଣ ବିବାହ କରି ଲଗା ରହୁଛନ୍ତି । ଦୁଇ ଝିଅ +2 ଯୁକ୍ତ ଯାଏ ପଢି ଘରେ ରହୁଛନ୍ତି କିନ୍ତୁ ତାଙ୍କ ମଝିଆ ଝିଅ ତରା ପାଠ ପଢିବାକୁ ବହୁତ ଆଗ୍ରହ ଦେଖାଉଛନ୍ତି ଏବଂ ତରା +3 ଯୁକ୍ତ ଦ୍ଵିତୀୟ ବର୍ଷର ଛାତ୍ରୀ ତେଣୁ ସେ ମଧ୍ୟ ସରକାରକୁ ବନୟ ପ୍ରାଥନା କରିଛନ୍ତି ରହିବାକୁ ଘର ଓ ପିଲା ପଢିବାକୁ ଆବଶ୍ୟକ ଆର୍ଥିକ ସହଯୋଗ ଯୋଗାଇବା ଦ୍ଵାରା ସେ ସର୍ବଦା ସରକାରଙ୍କ ନିକଟରେ କୃତଜ୍ଞ ହେଇକି ରହିବେ ବୋଲି କହିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।