ଘରେ ପଶିପାରେ ହୀରାକୁଦ ପାଣି, ତେଣୁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ସୂଚନା ଜାରି କରିଛି ହୀରାକୁଦ କର୍ତ୍ତୁପକ୍ଷ ।

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ଘରେ ପଶିପାରେ ହୀରାକୁଦର ପାଣି ତେଣୁ କରି ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ସୂଚନା ଜାରି କରିଛନ୍ତି ହୀରାକୁଦ କର୍ତ୍ତୁପକ୍ଷ । କାରଣ କୋଣସି ପରିସ୍ଥିତି ରେ ବନ୍ୟା ଉପୁଜି ପାରେ ଏବଂ ମହାନଦୀପାଣି ତ୍ରିବର ଗତିରେ ଆସୁଛି । ଏଣୁ କରି ଯେକୋଣସି ସମୟରେ ପାଣି ଘର ଭିତରକୁ ପଶିବାର ସମ୍ଭାବନା ରହିଛି ।

ଯଦି ପାଣି ଆପଣଙ୍କ ଘରେ ପଶିବ ତେବେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜ ଯେପରି ସୁରକ୍ଷିତ ରହିବ । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ କର୍ତ୍ତୁପକ୍ଷ ସୋସିଆଲ ମିଡିଆ ଜରିଆରେ ଜଣସାଧାରଣଙ୍କ ନିକଟକୁ ଖବର ପହଞ୍ଚାଇଛନ୍ତି  । ଲୋକେମାନେ ଏହା ପ୍ରତି ସଚେତନା ହେବ ଉଚିତ୍ । କାରଣ ଛତିଶଗଡ ତାହାର ଇଛା ମୁତାବକ ଗେଟ୍ ଖୋଲିବା ଦ୍ଵାରା ବନ୍ୟା ପାଣି ସବୁ ହୀରାକୁଦରେ ମିଶିଯାଇଛି ଯାହାଫଳରେ ହୀରାକୁଦ ଜଳସ୍ତର ବଢିବାକୁ ଲାଗିଥିଲା ।

ଏହା ସହିତ ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ହୀରାକୁଦର ପାଣିପୂର୍ବ  ଅପେକ୍ଷା ଅଧିକ ହେବାକୁ ଲାଗିଥିଲା ଯାହାକୁ ଆୟତ୍ତ କରିକି ରଖିବା ଅସମ୍ଭବ ବିଷୟ ହୋଇଯାଇଥିଲା । ତେଣୁ କରି ହୀରାକୁଦ କର୍ତ୍ତୁପକ୍ଷ 5 ଟି ଗେଟ୍ ଖୋଲିବାର ନିଷ୍ପତି ନେଇ 23 ତାରିଖ ଦିନ 9ଟା ସମୟରେ ସମ୍ପୂର୍କ୍ତ 5 ଟି ଗେଟ୍ ପାଣି ନିଷ୍କାସନ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଆଉ ତିନୋଟି ଗେଟ୍ ଖୋଲିଥିଲେ ।

ମାତ୍ର ଏଥିକିରେ କାମ ହେଇପାରିଲା ନାହିଁ କାରଣ ଜଳସ୍ତର ବହୁତ ଅଧିକ ମାତ୍ରାରେ ବୃଦ୍ଧି ହେଉଛି । ଏଥିପାଇ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି ଏଣୁ ହୀରାକୁଦ ପାଖରେ ରହୁଥିବା ଅଞ୍ଚଳ ସବୁ ବୁଢିଯିବାର ଦେଖାଦେଉଛି । ମୋଟ 12 ଟି ଗେଟ୍ ଖୋଲାଯାଇଛି ଏବଂ କ୍ରିପର ଗତିରେ ପାଣି ମହାନଦୀରେ ପ୍ରଭାହିତ ହେଉଛି । ତେଣୁ ପୂର୍ବାନୁମାନ କରାଯାଉଛି କି ପାଣିର ମାତ୍ରା ବୃଦ୍ଧି ହେବ ଦ୍ଵାରା ସ୍ଥାନୀୟ ଲୋକଙ୍କ ଘରମାନଙ୍କରେ ପାଣି ପଶିବ ।

ଏଣୁ ଲୋକମାନେ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯଥା ଆଧାର କାର୍ଡ ,ବ୍ୟାଙ୍କ ଖାତା ,ଆବଶ୍ୟକ କାଗଜପତ୍ରକୁ ସୁରକ୍ଷିତ ରଖିବା ଉଚିତ୍ । ତେବେ ଆଗକୁ ଜାଣିବା କି ଆହୁରି ଗେଟ୍ ଖୋଲାଯିବ କି ନାହିଁ ବୋଲି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *