ଏହି 5ଜଣ ଫ୍ଲପ ଷ୍ଟାରଙ୍କ ବ୍ଲକବସ୍ଟର ଫିଲ୍ମକୁ କେବବି ଭୁଲିପାରିବେ ନାହିଁ ଲୋକ, ଜଣେତ ଆୟ କରିଥିଲେ ଏତେ କୋଟି ଟଙ୍କା

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଜାର ହଜାର ଲୋକ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଥାନ୍ତି । ଏମାନଙ୍କ ମଧ୍ୟରୁ ଯେଉଁଠି କିଛି ନିଜର ଅଭିନୟ ଦମରେ ଜଲ୍ଦି ବଲୀଉଡ ଦୁନିଆରେ ସଫଳତା ହାସଲ କରି ନିଅନ୍ତି ଓ ସୁପରଷ୍ଟାର ହୋଇ ବର୍ଷ ବର୍ଷ ଧରି ବଲୀଉଡ ଦୁନିଆରେ ରାଜ କରିଥାନ୍ତି । ଅନ୍ୟ ପଟେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନେ ବଲୀଉଡର କିଛି ଫିଲ୍ମ କରିବା ପରେ ବଲୀଉଡ ଦୁନିଆରୁ ଗାୟବ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡର ୪ ଟି ଫ୍ଲପ ଷ୍ଟାରଙ୍କ ବ୍ଲକବସ୍ଟର ଫିଲ୍ମ ବିଷୟରେ କହିବାକୁ ଯାଉଛୁ ।

୧. ରାହୁଲ ରୟ – ଆଶିକ଼ୀ

ବଲୀଉଡ ଫିଲ୍ମର ମହାନ ନିର୍ଦେଶକ ମହେଶ ଭଟ୍ଟଙ୍କ ନିର୍ଦେଶିତ ଏହି ଫିଲ୍ମ ବଲୀଉଡର ଏକ ଭଲ ରୋମାଣ୍ଟିକ ଡ୍ରାମା ଫିଲ୍ମ ଅଟେ । ୧୯୯୦ରେ ରିଲିଜ କରାଯାଇଥିବା ଏହି ଫିଲ୍ମରେ ରାହୁଲ ରୟ ଓ ଅନୁ ଅଗ୍ରୱାଲଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । କହିବାକୁ ଗଲେ ଆଜି ବି କେତେକ ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ ବି କରନ୍ତି । କିନ୍ତୁ ଏହି ଫିଲ୍ମର ଅଭିନେତା ରାହୁଲ ରୟଙ୍କୁ ବର୍ତ୍ତମାନ ବହୁତ କମ ଲୋକ ମନେ ପକାନ୍ତି ।

୨. ପ୍ରିୟା ଗିଲ – ସିର୍ଫ ତୁମ

୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ସିର୍ଫ ତୁମ’କୁ ବଲୀଉଡର ସବୁଠୁ ଭଲ ରୋମାଣ୍ଟିକ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏହି ଫିଲ୍ମ ପାଇଁ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ପ୍ରିୟା ଗିଲଙ୍କୁ ସର୍ବଦା ଦର୍ଶକମାନେ ମନେ ପକାନ୍ତି । କିନ୍ତୁ ଏହି ଫିଲ୍ମ ଛଡା ତାଙ୍କ କ୍ୟାରିୟରରେ ଅନ୍ୟ କୌଣସି ଭଲ ଫିଲ୍ମ ନାହିଁ ।

୩. ଫରଦୀନ ଖାନ – ନୋ ଏଣ୍ଟ୍ରି

ବଲୀଉଡର ହ୍ୟାଣ୍ଡସମ ଷ୍ଟାର ଫରଦୀନ ଖାନଙ୍କୁ ପ୍ରାୟତଃ ଆଜି ଲୋକମାନେ ଭୁଲି ସାରିଛନ୍ତି । କିନ୍ତୁ ବର୍ଷ ୨୦୦୫ରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ “ନୋ ଏଣ୍ଟ୍ରି” ଆଜି ବି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ଓ ଉନ୍ନତ ମାନର କମେଡି ବାଲା ଏହି ଫିଲ୍ମ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଫିଲ୍ମରେ ଫରଦୀନ ଖାନଙ୍କ ସହିତ ସଲମାନ ଖାନ ଓ ଅନିଲ କପୁର ବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ସୂଚନା ଅନୁସାରେ ଏହି ଫିଲ୍ମ ୨୨ କୋଟିରେ ତିଆରି ହୋଇଥିଲା ଓ ଫିଲ୍ମ ବକ୍ସ ଅଫିସରେ ୭୯ କୋଟି ଟଙ୍କା ଆୟ କରିଥିଲା । ଏହି ଫିଲ୍ମକୁ ଆଜି ବି ଫ୍ୟାନମାନେ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଯେତେବେଳେ ଫରଦୀନ ଖାନଙ୍କ ବଲୀଉଡ କ୍ୟାରିୟର ବିଷୟରେ କଥା ଉଠେ ତ ତାଙ୍କର କ୍ୟାରିୟର ପ୍ରାୟତଃ ଶେଷ ହୋଇ ଯାଇଛି ।

୪. କରନ ନାଥ – ୟେ ଦିଲ ଆଶିକାନା

ବର୍ଷ ୨୦୦୨ରେ ଆସିଥିବା କୂକୂ କୋହଲୀଙ୍କ ନିର୍ଦେଶିତ ଫିଲ୍ମ ‘ୟେ ଦିଲ ଆଶିକାନା’ ଆଜି ବି ପାଖାପାଖି ସମସ୍ତଙ୍କର ମନେଥିବ । କିନ୍ତୁ ଏହି ଫିଲ୍ମର ଅଭିନେତା କରନ ନାଥଙ୍କୁ ଲୋକମାନେ ଭୁଲି ସାରିଛନ୍ତି । କହିବାକୁ ଗଲେ ଫିଲ୍ମ ‘ୟେ ଦିଲ ଆଶିକାନା’ ଆଜି ବି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୫. ନକୁଲ କପୁର – ତୁମସେ ଅଚ୍ଛା କୌନ ହୈ

୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ତୁମସେ ଅଚ୍ଛା କୌନ ହୈ’ ଆପଣମନେ ନିଶ୍ଚିତ ଦେଖିଥିବେ । ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଫିଲ୍ମରେ ଏକ ସୁନ୍ଦର ପ୍ରେମ କାହାଣୀ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରିଲିଜ ହେବା ପରେ ଫିଲ୍ମର ଅଭିନେତା ନକୁଲ କପୁର ରାତାରାତି ଷ୍ଟାର ହୋଇଗଲେ । କିନ୍ତୁ ସେ ବଲୀଉଡରେ ଅଧିକ ସମୟ ପର୍ଯ୍ୟନ୍ତ ନିଜର ଷ୍ଟାରଡମକୁ ସମ୍ଭାଳି ପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *