February ରୁ ଲାଗୁ ହେବ ନୂଆ ନିୟମ ! ଖୋଲିବ ଶ୍ରୀ ମନ୍ଦିର ଆଉ ଖୋଲିବ School ! ଦେଖନ୍ତୁ କେବେଠୁ ?

ବନ୍ଧୁଗଣ ରାତି ପାଇଲେ ଫେବୃୟାରି ମାସ ଓ ଏହି ଫେବୃୟାରି ମାସରେ ବଦଳିବାକୁ ଯାଉଛି ଅନେକ ନିୟମ । କରୋନା ମହାମାରୀର ତୃତୀୟ ଭାରିଏଣ୍ଟ ଓମିକ୍ରନ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ତେବେ ଗତ କିଛି ଦିନ ତଳେ କରୋନା ଭାରିୟସର ତୃତୀୟ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଶ୍ରୀ ମନ୍ଦିର ଓ ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ସହ ନାଇଟ କର୍ଫ୍ଯୁ ଜାରି କରଯାଇଥିଲା ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆସନ୍ତା କାଲି ଫେବୃୟାରି ମାସ ଓ ବଦଳିବାକୁ ଯାଉଛି ଅନେକ ନିୟମ କୋହଳ ହେବ ଅନେକ କଟକଣା । ଆଜି ହି ଜାଣି ନିଅନ୍ତୁ ସେ ସବୁ ।

ଆସନ୍ତା କାଲି ଠାରୁ ଏହି ସବୁ ନିୟମ ମାନି ବାକୁ ଆପଣ ବାଧ୍ୟ ହେବେ । ବନ୍ଧୁଗଣ ଫେବୃୟାରି ୧ ତାରିଖରୁ ସର୍ବ ସାଧାରଣ ମାନଙ୍କ ପାଇଁ ଖୋଲିବ ଶ୍ରୀ ମନ୍ଦିର । ସିଂହଦ୍ଵାର ଦେଇ ଶ୍ରୀ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସାଧାରଣ ଭକ୍ତ । କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଛି ଶ୍ରୀ ମନ୍ଦିର । ତେବେ ଆସନ୍ତା କାଲି ଠାରୁ ଚାତକ ଆଖିରେ ଚାହିଁ ରହିଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ସେହିପରି ଆସନ୍ତା କାଲି ଠାରୁ କରୋନା କଟକଣାକୁ କୋହଳ କରିବାକୁ ଯାଉଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ କରୋନା ସଂକ୍ରମଣ କମ ହେଉଥିବାରୁ ସ୍କୁଲ କଲେଜ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ନାଇଟ କର୍ଫ୍ଯୁ ହଟାଇବା ପରେ ଏବେ ସ୍କୁଲ କଲେଜ ଖୋଲିବାକୁ ଯାଉଛନ୍ତି ତାମିଲନାଡୁ ସରକାର । ଅନ୍ୟ ପକ୍ଷରେ ହରିୟଣା ସରକାର ଆସନ୍ତା ଫେବୃୟାରି ମାସରୁ ଦଶମ ଶ୍ରେଣୀରୁ ଉଚ୍ଚ ଶ୍ରେଣୀ ଗୁଡିକୁ ଖୋଲିବାକୁ ଯାଉଛନ୍ତି ।

ଗୋଟିଏ ଡୋଜ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଅନୁମତି ମିଳିବ । ୫୦ ପ୍ରତିଶତ କ୍ଷମତା ସହ ସମସ୍ତ ସିନେମା ହଲ, ଥିଏଟର ଓ ମଲ୍ଟିଫ୍ଲେକ୍ସ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ହରିୟଣା ସରକାର । ଫେବୃୟାରି ପହିଲାରୁ ଉଚ୍ଚ ନୟାଳୟର ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

ଆସନ୍ତା କାଲି ଠାରୁ ଉଚ୍ଚ ନ୍ୟାୟଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ୟାନେଲ ଓକିଲଙ୍କ ସମେତ ସମସ୍ତ ଆଇନଜୀବି ଦାଖଲ କରୁଥିବା ପ୍ରତି ଓକିଲାତି ନାମାରେ ୫୦ ଟଙ୍କା ମୂଲ୍ୟର ଷ୍ଟାମ୍ପ ଲାଗିବ । ତା ହେଲେ ବନ୍ଧୁଗଣ ଆସନ୍ତା ଫେବୃୟାରି ମାସରେ ହେଉଥିବା ଏହି ସବୁ ପରିବର୍ତ୍ତନ ଗୁଡିକ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *