ବନ୍ଧୁଗଣ ଆମ ଓଡିଆ ଧର୍ମର ସବୁଠାରୁ ବଡ ପର୍ବ ହେଉଛି ରଥ ଯାତ୍ରା । ରଥ ଯାତ୍ରା ପର୍ବଟି ସମସ୍ତ ଓଡିଆ ଲୋକଙ୍କ ପାଇଁ ଅତି ମହତ୍ଵପୂର୍ଣ୍ଣ ହେବା ସହ ଅତି ପବିତ୍ର ମଧ୍ୟ ହୋଇଥାଏ ।
ଏହି ପବିତ୍ର ରଥ ଯାତ୍ରା ସମୟରେ ସମସ୍ତ ଲୋକ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯାଇ ଦର୍ଶନ କରନ୍ତି ଓ ରଥ ଟାଣି ଥାନ୍ତି । ଆଜି ହେଉଛି ପବିତ୍ର ରଥ ଯାତ୍ରା ଓ ସମସ୍ତ ଲୋକଙ୍କ ପାଇଁ ଆଜିର ଦିନଟି ହେଉଛି ବହୁତ ବଡ ଦିନ । ବନ୍ଧୁଗଣ ପିପିଲିରୁ ନଡିଆ ଓ ତୁଲସୀ ଯିବା ପରେ ହୋଇଥାଏ ମହାପ୍ରଭୁଙ୍କର ପହଣ୍ଡି ସେବା ।
ଦଶିଆ ପୀଠରେ ବର୍ତ୍ତମାନ ନାମ ସଙ୍କେର୍ତ୍ତନ ଚାଲିଛି । ଜୟା ଜଗନ୍ନାଥ ଧ୍ୱନିରେ ଫାଟି ପଡୁଛି ଗଗନ ଓ ପବନ । ହରିନାମରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହିପରି ଦୃଶ୍ୟର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଦୃଶ୍ୟ ହେଉଛି ପିପିଲି ନିକଟସ୍ଥ ଭକ୍ତ ଦାସୀଆ ବାଉରୀଙ୍କ ପୀଠର । ଯେଉଁଠି ରହିଛି ଦାସୀଆଙ୍କ ସମାଧି ସ୍ଥଳ ।
ସେହି ପୀଠକୁ ଲାଗି ରହିଛି ଏକ ତୁଲସୀ ଉଦ୍ୟାନ । ତୁଲସୀର ମହ ମହ ବାସ୍ନାରେ ମହକି ଯାଉଛି ପୁରା ପରିବେଶ । ବନ୍ଧୁଗଣ ଏହି ସ୍ଥାନରୁ ରଥ ଯାତ୍ରା ଦିନ ତୁଲସୀ ଯାଏ । ସେହି ଗାଁର ଲୋକମାନେ ନାମ ସଙ୍କେର୍ତ୍ତନ କରି ମହାପ୍ରଭୁଙ୍କ ପାଖକୁ ଯାନ୍ତି । ସଖାଳ ସମୟରେ ପିପିଲିର ଦାସୀଆ ବାଉରୀ ପୀଠରେ ଗାଁ ଲୋକ ଯାଇ ତୁଲସୀ ତୋଳି ଥାନ୍ତି । ତୁଲସୀ ତୋଳିବା ପରେ ସମସ୍ତେ ମିଶି ତୁଲସୀ ମାଳ କରନ୍ତି ।
ହେଲେ ଏହି ଦୁଇ ବର୍ଷ ହେବ କରୋନା ପାଇଁ କେବଳ ସେହି ଗାଁ ମଧ୍ୟରେ ଗ୍ରାମବାସୀ ମାନେ ନାମ ସଙ୍କେର୍ତ୍ତନ କରୁଛନ୍ତି । ପୂର୍ବରୁ ସେମାନେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନାମ ସଙ୍କେର୍ତ୍ତନ କରି ଯାଉଥିଲେ । କରୋନା ପାଇଁ କେବଳ ବହୁତ କମ ଲୋକ ତୁଲସୀ ମାଳ ନେଇ ଯାଉଛନ୍ତି । ବନ୍ଧୁଗଣ ପ୍ରତିଦିନ ଏହି ସ୍ଥାନରେ ବୃନ୍ଦାବତୀଙ୍କୁ ଆରାଧନା କରାଯାଇଥାଏ । ମାଙ୍କୁ ଧୂପ ଓ ଝୁଣା ଆଦି ଦିଆଯାଇଥାଏ ।
ମୁଣ୍ଡ ନୂଆଇ ମା ବୃନ୍ଦାବତୀଙ୍କୁ ତୁଲସୀ ପତ୍ର ତୋଳିବାର ଅନୁମତି ମାଗି ତୋଳା ଯାଇଥାଏ ତୁଲସୀ । ତୁଲସୀ ସହିତ ପୀଠରେ ଥିବା ପୋଖରୀରୁ ପଦ୍ମ ଫୁମ ମଧ୍ୟ ତୋଳା ଯାଇଥାଏ । ଏହି ସମସ୍ତ ଜିନିଷ ସହ ନଡିଆ ମଧ୍ୟ ଯାଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ।
ପ୍ରତିଦିନ ନଡିଆ, ତୁଲସୀ ଓ ପଦ୍ମ ଫୁଲକୁ ନେଇ ଜଣେ ଲୋକ ବଡଦାଣ୍ଡକୁ ଯାନ୍ତି । ଘୋସ ଯାତ୍ରାରେ ଜଗନ୍ନାଥଙ୍କ ପାଇଁ ଦାସୀଆ ପିଠରୁ ତୁଲସୀ ଚୂଳ ପଠା ଯାଇଥାଏ । କୀର୍ତ୍ତନିୟା ମାନଙ୍କ ସହ ମିଶି ଆଶ୍ରମର ସେବାୟତ ମାନେ ଜୟା ଜଗନ୍ନାଥ ନାମ ଗାଇ ବଡଦାଣ୍ଡକୁ ଯାଇ ଥାନ୍ତି । ତୁଲସୀ ଚୂଳ ନେଇ ସୀକ୍ଷେତ୍ରରେ ପହଞ୍ଚିବା ପରେ ହିଁ ଆରମ୍ଭ ହୁଏ ପହଣ୍ଡି ସେବା । ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ ଲାଇକ ଓ ସେୟାର କରନ୍ତୁ ଓ ଭକ୍ତି ଭାବରେ ଲେଖନ୍ତୁ ଜୟ ଜଗନ୍ନାଥ ।