କରୋନା କାଳରେ ସୋନୁ ସୁଦ କରୋନାର ଲୋକଙ୍କୁ ସବୁ ସମୟରେ ସାହାର୍ଯ୍ୟ ଯୋଗାଇ ଦେଉଛନ୍ତି ଯାହା ପାଇଁ ସେ ବର୍ତ୍ତ୍ମାନ ଚର୍ଚ୍ଚାରେ ରହି ଆସିଛନ୍ତି । ସୋସିଆଲ ମିଡିଆରେ ଯେଉଁ ମାନେ ସାହାର୍ଯ୍ୟ ମାଗୁଛନ୍ତି ସେମାନଙ୍କ ସହ କଥା ହୋଇ ସେମାନଙ୍କୁ ଶୋନୁ ସାହାର୍ଯ୍ୟ କରୁଛନ୍ତି ।
କାହା ପାଇଁ ବେଡ ବନ୍ଦୋବସ୍ତ କରୁଛନ୍ତି ତ କାହାକୁ ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟ କରିବା ସୋନୁ ସୁଦ୍ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟରେ ଟ୍ଵିଟ୍ ଜରିଆରେ ବାକ୍ଯୁଦ୍ଧ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ପ୍ରଥମେ ସୋନୁ ସୁଦଙ୍କ ସାହାଯ୍ୟଙ୍କୁ ଖଣ୍ଡନ କରିଥିଲେ ଯାହା ପରେ ସୋନୁ ପ୍ରମାଣ ଦେବା ପରେ ରାଜ୍ୟପାଳ ନିଜ ସ୍ଵର ବଦଳାଇଛନ୍ତି । ଏମିତି କି ସୋନୁ ଙ୍କୁ ପ୍ରଶଂସା କରିବାକୁ ବି ପଛେଇ ନାହାଁନ୍ତି ।

କିଛି ଦିନ ତଳେ ପ୍ରଦୀପ ବେହେରା ନାମକ ଜଣେ ଯୁବକ ଟ୍ୱିଟ୍ କରି ସୋନୁ ସୁଦ୍ଙ୍କୁ କହିଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ସଂକ୍ରମିତ ଅଛନ୍ତି । ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍ ଚିକିତ୍ସା ପାଇଁ କୌଣସି ହସ୍ପିଟାଲ୍ରେ ବେଡ ମିଳୁନି । ସେ ଶୋନୁଙ୍କୁ ତୁରନ୍ତ ଏକ ବେଡ ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଯାହାର କିଛି ସମୟ ପରେ ସୋନୁ ସୁଦ୍ ନିଜ ଟ୍ୱିଟ୍ ଆକାଉଣ୍ଟ୍ରେ ଲେଖିଥିଲେ ଯେ, ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍ରେ ବେଡର ବନ୍ଦୋବସ୍ତ ହୋଇ ସାରିଛି ।

କିନ୍ତୁ ସଂକ୍ରମିତଙ୍କ ପାଇଁ ସିଟି ହସ୍ପିଟାଲରେ ବେଡର ବନ୍ଦୋବସ୍ତ କରାଇ ଦେଇଥିବା ସୋନୁ ଙ୍କ ଦାବିକୁ ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରିଥିଲେ । ଏହା ପରେ ସୋନୁ ସୁଦଙ୍କ ଟ୍ଵିଟ୍ର ଏକ ସ୍କ୍ରିନସଟ୍ ସେୟାର କରି ଜିଲ୍ଲାପାଳ ଲେଖିଥିଲେ ଯେ, “ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ବେଡର ବନ୍ଦୋବସ୍ତ ହୋଇ ନାହିଁ ।
ଯେଉଁ ବ୍ୟକ୍ତି ବେଡ ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି । ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ । ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି । ଏହା ପରେ ସୋନୁ ସୁଦ ଟ୍ଵିଟ୍ କରି ଜିଲ୍ଲାପାଳଙ୍କୁ ଉତ୍ତର ଦେଇଛନ୍ତି ଯେ, ମହୋଦୟ ଆମେ କେବେ ଦାବି କରୁନାହୁଁ ଯେ, ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ ।

ଆମେ ସେହି ବ୍ୟକ୍ତିଙ୍କୁ ଶଯ୍ୟାର ବନ୍ଦୋବସ୍ତ କରାଇଛୁ ଯିଏ କରୋନା ସଂକ୍ରମିତ ପତ୍ନୀର ସାହାଯ୍ୟ ପାଇଁ ଆମ ସହ ଯୋଗାଯୋଗ କରିଥିଲେ । ଆପଣଙ୍କ କାର୍ଯ୍ୟାଳୟ ବହୁତ ଭଲ କାମ କରୁଛି ଏବଂ ଆପଣ ଏହାର ପୁନର୍ବାର ଯାଞ୍ଚ କରି ପାରିବେ ଯେ ଆମେ ତାଙ୍କର ସାହାଯ୍ୟ କରିଥିଲୁ କି ନାହିଁ । ପ୍ରମାଣ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ଚ୍ୟାଟ୍ ମଧ୍ୟ ଟ୍ଵିଟ୍ରେ ପୋଷ୍ଟ କରିଛନ୍ତି ସୋନୁ । ଗଞ୍ଜାମ ଜିଲ୍ଲାପାଳ ସୋନୁଙ୍କ ପ୍ରତିଉତ୍ତର ପରେ ଆଉ ଏକ ଟ୍ଵିଟ୍ କରିଥିଲେ ।
ସେ ଲେଖିଛନ୍ତି, “ଆପଣଙ୍କ ସିଷ୍ଟମର ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନଥିଲା । ୨୪ ଘଣ୍ଟା ସାତ ଦିନ ରୋଗୀଙ୍କ ସେବା ପାଇଁ ବେଡ ସୁନିଶ୍ଚିତ କରିବା ପାଇଁ ଆମର ଟିମ୍ ଗଞ୍ଜାମ ରହିଛି । ଏହା ଆମର କର୍ତ୍ତବ୍ୟ କି ଯଦି ବେଡ ସମ୍ବନ୍ଧୀୟ କୌଣସି ସମସ୍ଯା ଅଛି ତାହାକୁ ଯାଞ୍ଚ କରିବା । ” ସୋନୁ ସୁଦଙ୍କୁ ପ୍ରଶଂସା କରି ଜିଲ୍ଲାପାଳ କହିଛନ୍ତି ଯେ, ଆପଣ ଏବଂ ଆପଣଙ୍କ ଟିମ୍ ମଧ୍ୟ ବହୁତ ଭଲ କାମ କରୁଛନ୍ତି । ଅଭିନେତା ସୋନୁ ସୂଦ ଓ ଗଞ୍ଜାମ ଜିଲ୍ଲାପାଳ ଙ୍କ ଏହି ବା-କ-ଯୁ-ଦ୍ଧ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

