ଦେଖନ୍ତୁ Video: ଏକାଠି ହୋଇଯିବେ ବର୍ଷା ଓ ଅନୁଭବ ? ଏନେଇ କ’ଣ କହିଲେ Sura Routray ଶୁଣିଲେ କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନିର୍ଯାତନା ଏବଂ ତାଙ୍କୁ ଅତ୍ୟାଚାର କରା ଯାଉଛି ବୋଲି କେଶ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା । ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସମ୍ବନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭ ଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ।

ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅପମାନ ଦେଇ ଆସୁ ଥିଲେ ଏବଂ ବର୍ଷା ସିଧା ସଳଖ କିଛି କହୁ ନଥିଲେ ମଧ୍ୟ ସେ ଅନୁଭବ ଙ୍କ ନାମ ରେ ଲିଖିତ ଅଭିଯୋଗ ଦେଇଥିଲେ । ତେବେ ବର୍ଷା କିନ୍ତୁ ଅନୁଭବ ଙ୍କ ସହ ରହିବାକୁ ଚାହୁଁଥିବା ବେଳେ ଅନୁଭବ କିନ୍ତୁ ଏକାଠି ରହିବାକୁ ଚାହୁଁ ନାହାଁନ୍ତି ।

ତେବେ ଏହି ବିବାଦ କୁ ନେଇ କଂଗ୍ରେସ ର ନେତା ସୁର ରାଉତରାୟ ଏକ ଇଣ୍ଟରଭିଉ ରେ କହିଛନ୍ତି କି ଏହି ଯୋଡି ଅତି ଶୀଘ୍ର ଏକାଠି ହୋଇଯିବେ । ଅନୁଭବ ମଧ୍ୟ ଜଣେ ଭଲ କଳାକାର ଅନେକ ସିନେମା ରେ ସେ କାମ କରିଛନ୍ତି ସେହି ପରି ବର୍ଷା ମଧ୍ୟ ଜଣେ ସଫଳ ଏବଂ ସେ ମଧ୍ୟ ଓଲିଉଡ କୁ ଅନେକ ସିନେମା ପ୍ରଦାନ କରିଛନ୍ତି । ତାଛଡା ଦୁଇ ଜଣଙ୍କ ପରିବାର ମଧ୍ୟ ଶିକ୍ଷିତ ଏବଂ ବହୁତ ଭଲ । ତାଛଡା ଲୋକମାନେ ମଧ୍ୟ ତାଙ୍କ ଯୋଡି କୁ ଖୁବ ପସନ୍ଦ କରିଥାନ୍ତି ।

ଏହା ଛଡା ଅନୁଭବ ବର୍ଷା ଦେଖିବାକୁ ମଧ୍ୟ ସୁନ୍ଦର ଏହା ସହ ଅନୁଭବ ଜଣେ ରାଜନେତା ଏବଂ ବର୍ଷା ଲୋକ ମାନଂକୁ ଅନେକ ସାହାଯ୍ୟ ମଧ୍ୟ କରୁଛନ୍ତି । ଖାଦ୍ୟ,ପୋଷାକ ବଣ୍ଟନ ଆଦି ରେ ମୁଁ ମଧ୍ୟ ଯାଇଥିଲେ ତେବେ ତାଙ୍କ ଦୁଇ ଜଣଙ୍କ ସମ୍ପର୍କରେ କିଛି ଅଧିକ ବାଡ଼ ସୃଷ୍ଟି ହୋଇ ନାହିଁ ତେଣୁ ସେ ଆମ ଅନୁରୋଧ ରକ୍ଷା କରି ନିଜର ଛାଡପତ୍ର ନିଷ୍ପତ୍ତି କୁ ଏଡାଇ ଦୁଇ ଜଣ ଏକାଠି ହୋଇ ଯାଆନ୍ତୁ । ତେବେ ଏହି ଯୋଡି କୁ ନେଇ ଆପଣ ମାନଙ୍କ ମତ କଣ ? ଆମକୁ ନିଶ୍ଚୟ ଜଣାନ୍ତୁ । ଆଗକୁ ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *