ଗୋଟେ ନୁହେଁ କି ଦୁଇଟି ନୁହେଁ ବରଂ ତିନି ଥର ବିବାହ କରି ସାରିଛନ୍ତି ବଲିଉଡର ଏହି ୫ ଜଣ ଷ୍ଟାର

ଆମ ସମାଜରେ ଯଦି କୌଣସି ମହିଳା ବା ପୁରୁଷ ଏକରୁ ଦୁଇ ଥର ବିବାହ କରିବ ତା ହେଲେ ଏଥିପାଇଁ ତାକୁ ସମାଜରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ହେଲେ ବଲିଉଡରେ ଏହି ସବୁ ଘଟଣା ସାଧାରଣ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଷ୍ଟାର ମାନଙ୍କ ବିଷୟରେ କହିବୁ, ଯେଉଁ ମାନେ ତିନି ଥର ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

୧ ସଞ୍ଜୟ ଦତ୍ତ


ଆପଣ ମାନେ ସମସ୍ତେ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଜାଣିଥିବେ । ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସଞ୍ଜୟ ଦତ୍ତ । ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କ ପତ୍ନୀ ହେଉଛନ୍ତି ମାନ୍ୟତା ଦତ୍ତ । ହେଲେ ମାନ୍ୟତାଙ୍କ ପୂର୍ବରୁ ସଞ୍ଜୟ ତାଙ୍କର ଦ୍ଵିତୀୟ ପତ୍ନୀ ରିୟା ପେଲାଇଙ୍କୁ ଡିଭୋର୍ସ ଦେଇସାରିଛନ୍ତି । କିନ୍ତୁ ମାନ୍ୟତାଙ୍କ ପୂର୍ବରୁ ସଞ୍ଜୟ ୧୯୮୭ ମସିହାରେ ରିଚା ଶର୍ମାଙ୍କ ସହ ବିବାହ କରିଥିଲେ । ରିଚାଙ୍କ ମୃତ୍ୟୁ ବ୍ରେନ ଟ୍ୟୁମର ପାଇଁ ହୋଇଥିଲା ।

୨. କରନ ସିଂହ ଗ୍ରୋବର


କରନ ସିଂହ ଗ୍ରୋବର ଟେଲିଭିଜନ ଦୁନିଆର ଜଣେ ଲୋକପ୍ରିୟ ଅଭିନେତା । ବର୍ତ୍ତମାନ ସେ ବିପାଶା ବାସୁଙ୍କ ସହ ବିବାହ କରି ରହୁଛନ୍ତି । ହେଲେ ବିପାଶାଙ୍କ ପୂର୍ବରୁ କରନ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କ ସହ ବିବାହ କରିଥିଲେ ଏବଂ ଜେନିଫରଙ୍କ ପୂର୍ବରୁ ସେ ନିଜ କୋଷ୍ଟାର ଶ୍ରଦ୍ଧା ନିଗମଙ୍କୁ ମଧ୍ୟ ବିବାହ କରିଥିଲେ ।

୩. କବୀର ବେଦି


କବୀର ବେଦି ଜଣେ ଏମିତି ଷ୍ଟାର ଯିଏ, ୭୦ ବର୍ଷ ବୟସରେ ନିଜର ଚତୁର୍ଥ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କର ପ୍ରଥମ ବିବାହ ୧୯୭୩ ମସିହାରେ ପ୍ରତିମା ବେଦିଙ୍କ ସହ ହୋଇଥିଲା । ଏହା ପରେ କବୀର ନିଜର ଦ୍ଵିତୀୟ ବିବାହ ଜଣେ ବ୍ରିଟିଶ ଫ୍ୟାସନ ଡିଜାଇନର ଶୁଜେନ ହମଫ୍ରେସଙ୍କ ସହ କରିଥିଲେ । କିନ୍ତୁ ଏହି ବିବାହ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା । ଏହା ପରେ କବୀର ୧୯୯୦ ମସିହାରେ ଟିଭି ଓ ରେଡିଓ ପ୍ରେଜେଣ୍ଟର ନିକିଙ୍କ ସହ କରିଥିଲେ । ଏହାପରେ କବୀର ପରବିନୀ ଦୋସାନଙ୍କ ସହ ନିଜର ଚତୁର୍ଥ ବିବାହ କରିଥିଲେ ।

୪. କିଶୋର କୁମାର

କିଶୋର କୁମାର ହେଉଛନ୍ତି ବଲିଉଡର ଜଣେ ଲୋକପ୍ରିୟ ଗାୟକ । କିଶୋର କୁମାର ନିଜର ପ୍ରଥମ ବିବାହ ୨୧ ବର୍ଷ ବୟସରେ ବଙ୍ଗାଳୀ ଅଭିନେତ୍ରୀ ରୁମା ଗୋହା ଠାକୁରଙ୍କ ସହ କରିଥିଲେ । କିନ୍ତୁ ବିବାହର ୮ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହା ପରେ କିଶୋର ୧୯୬୦ ମସିହାରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କ ସହ ବିବାହ କରିଥିଲେ । ଏହା ପରେ କିଶୋର ବଲିଉଡ ଅଭିନେତ୍ରୀ ୟୋଗିତା ବାଲିଙ୍କ ସହ ବିବାହ କରିଥିଲେ । ହେଲେ ଦୁଇ ବର୍ଷ ପରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ତଲାକ ପରେ କିଶୋର ୧୯୮୦ ମସିହାରେ ବଲିଉଡ ଅଭିନେତ୍ରୀ ଲୀନା ଚନ୍ଦ୍ରାବର୍କାରଙ୍କ ସହ ଚତୁର୍ଥ ବିବାହ କରିଥିଲେ ।

୫. ନିଲିମା ଆଜମି

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିଲିମା ଆଜମି ପ୍ରଥମେ ପଙ୍କଜ କପୁରଙ୍କ ସହ ବିବାହ କରିଥିଲେ । ଏହି ଦୁଇ ଜଣଙ୍କ ପୁଅଙ୍କ ନାମ ହେଉଛି ସାହିଦ କପୁର । ହେଲେ ଯେତେବେଳେ ସାହିଦ ତିନି ବର୍ଷର ଥିଲେ ସେତେବେଳେ ନିଲିମା ଓ ପଙ୍କଜଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଡିଭୋର୍ସ ହେବା ପରେ ନିଲିମା ରାଜେସ ଖଟରଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ଏହା ପରେ ୨୦୦୧ରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଶେଷରେ ନିଲିମା ନିଜର ପିଲା ବେଳର ସାଙ୍ଗ ଉସ୍ତାତ ରଜା ଅଲି ଖାନଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *