ବଲିଉଡର ଏହି ୭ ଜଣ ଅଭିନେତ୍ରୀ ରହିସାରିଛନ୍ତି ଅକ୍ଷୟ କୁମାରଙ୍କ ଗର୍ଲଫ୍ରେଣ୍ଡ, ନମ୍ବର ୭ ଙ୍କ ସହ ତ ବିବାହ ପରେ ବି ଥିଲା ଅଫେୟାର

ଆପଣ ମାନେ ସମସ୍ତେ ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ଜାଣିଥିବେ । ଅକ୍ଷୟ କୁମାର ବର୍ତ୍ତମାନ ୫୧ ବର୍ଷର ହୋଇ ସାରିଛନ୍ତି । ଅକ୍ଷୟ କୁମାରଙ୍କ ରିୟଲ ନାମ ହେଉଛି ରାଜୀବ ଭାଟିଆ । ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପରେ ଅକ୍ଷୟ କୁମାର ନାମରେ ତାଙ୍କୁ ସମସ୍ତେ ଜାଣିଛନ୍ତି । ଅକ୍ଷୟ କୁମାର ନିଜ ଫିଲ୍ମ କ୍ୟାରିୟରରେ ୧୨୫ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଅକ୍ଷୟ କୁମାର ନିଜ ଫିଲ୍ମ କ୍ୟାରିୟରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ସେହି ସମୟରେ ବଲିଉଡର ଏହି ୭ ଟି ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ଗର୍ଲଫ୍ରେଣ୍ଡ ଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ପୂଜା ବତରା

ଅକ୍ଷୟ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନୂଆ ନୂଆ ଆସିଥିଲେ ସେତେବେଳେ ପୂଜା ମଧ୍ୟ ମଡେଲିଙ୍ଗ କରୁଥିଲେ । ସେହି ସମୟରେ ପୂଜା ବହୁତ ଫେମସ ଥିଲେ ଯାହାଫଳରେ ଅକ୍ଷୟଙ୍କୁ ପୂଜାଙ୍କ ସହ ବହୁତ ବଡ ବଡ ପାର୍ଟିକୁ ଯିବା ପାଇଁ ମଉକା ମିଳୁଥିଲା । ହେଲେ ଫିଲ୍ମ ମିଳିବା ପରେ ଅକ୍ଷୟ ପୂଜାଙ୍କୁ ଛାଡି ନିଜର ସମସ୍ତ ଧ୍ୟାନ ଫିଲ୍ମ କ୍ୟାରିୟର ଉପରେ ଦେଇଥିଲେ । ଗୋଟେ ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରୁଥିଲେ ।

୨. ଆୟେସା ଜୋଲକା-


ଆୟେସା ଓ ଅକ୍ଷୟ ଫିଲ୍ମ ଖିଲାଡ଼ି କରିବା ସମୟରେ ରିଲେସନରେ ରହିଥିଲେ । ଖବର ଅନୁସାରେ ଆୟେସା ଅକ୍ଷୟଙ୍କ ପାଇଁ ବହୁତ ସିରିୟସ ଥିଲେ ହେଲେ ସେହି ସମୟରେ ଅକ୍ଷୟ ନିଜ ଫିଲ୍ମ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ ଯାହାଫଳରେ ସେ ଆୟେସାଙ୍କୁ ଗୁରୁତ୍ଵ ଦେଉନଥିଲେ । ଏଥିପାଇଁ ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ।

୩. ରବିନା ଟଣ୍ଡନ


ରବିନା ଓ ଅକ୍ଷୟ ଏକ ସମୟରେ ରିଲେସନରେ ଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । ୨୦୦୯ରେ ରବିନା ଅକ୍ଷୟଙ୍କ ବିଷୟରେ ଏହି କଥା କହିଥିଲେ । ରବିନାଙ୍କ ସହ ରିଲେସନରେ ରହିଥିବା ସମୟରେ ଅକ୍ଷୟ ଅନ୍ୟ ୩ ଟି ଝିଅଙ୍କ ସହ ସମ୍ପର୍କ ରଖିଥିଲେ, ଯାହାଫଳରେ ଏମାନଙ୍କ ରିଲେସନ ଭାଙ୍ଗି ଯାଇଥିଲା ।

୪. ଶିଲ୍ପା ସେଟି

୯୦ ଦଶକରେ ଅକ୍ଷୟ ଓ ଶିଲ୍ପା ବଲିଉଡର ବହୁତ ଲୋକପ୍ରିୟ ଯୋଡି ରୂପେ ପରିଚିତ ଥିଲେ । ଶିଲ୍ପା ଏକ ଇଣ୍ଟଭ୍ୟୁରେ କହିଥିଲେ ଯେ, ଶିଲ୍ପା ଓ ଅକ୍ଷୟ ନିର୍ବନ୍ଧ କରିସାରିଛନ୍ତି । ହେଲେ ଅକ୍ଷୟଙ୍କର କିଛି ଖରାପ ଗୁଣ ଯୋଗୁ ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଥିଲା ।


୫. ରେଖା

ଅକ୍ଷୟ ଓ ରେଖା ଫିଲ୍ମ ‘ଖିଲାଡ଼ି ଓଁ କା ଖିଲାଡ଼ି’ରେ କାମ କରିଥିଲେ । ଏହି ଫିଲ୍ମ ଦ୍ଵାରା ଏମାନେ ରିଲେସନରେ ଆସିଥିଲେ । ହେଲେ ଏମାନେ ନିଜ ରିଲେସନ ବିଷୟରେ କୌଣସି ଇଣ୍ଟଭ୍ୟୁରେ କହି ନାହାନ୍ତି ।

୬. ଟ୍ଵିଙ୍କଲ ଖାନ୍ନା

ଅକ୍ଷୟ ଓ ଟ୍ଵିଙ୍କିଲ ବିବାହ କରିବା ପୂର୍ବରୁ ପରସ୍ପରକୁ ପ୍ରେମ କରିଥିଲେ । ସେମାନେ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ଓ ଶେଷରେ ପରସ୍ପରକୁ ବିବାହ କରିଥିଲେ ।


୭. ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ମଧ୍ୟ ଅକ୍ଷୟଙ୍କ ଗର୍ଲଫ୍ରେଣ୍ଡ ରହି ସାରିଛନ୍ତି । ଟ୍ଵିଙ୍କଲ ଖନ୍ନାଙ୍କ ସହ ବିବାହ କରିବା ପରେ ଅକ୍ଷୟ ପ୍ରିୟଙ୍କା ଚୋପଡାଙ୍କ ସହ ଅଫେୟାର ରଖିଥିଲେ । ଏହା ପରେ ଏମାନଙ୍କ ରିଲେସନ ବହୁତ ଚର୍ଚାରେ ରହିଲା । ଯାହାଫଳରେ ଅକ୍ଷୟ ପ୍ରିୟଙ୍କାଙ୍କ ଠାରୁ ଦୂରେଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *