ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇକି ଆସିଛି ଏକ ବଡ ଧରଣର ଖବର । ସୂଚନା ଅନୁଯାୟୀ ଏହା ଏକ ସାଧାରଣ ଦୁର୍ଘଟଣା ନୁହେଁ ବରଂ ଏହା ପଛରେ ରହିଛି ଷଡଯନ୍ତ୍ର ଯାହାର ପ୍ରମାଣ ବାହାରକରିଛି CBI । ବାହାନଗା ଟ୍ରେନ ଦୁର୍ଘଟଣାକୁ ଲୋକେ ଏଯାଏ ବୁଲିପାରୁନାହାଁନ୍ତି । କାରଣ ସେହି କାଳରାତ୍ରି ଅକସ୍ମାତ ଉପସ୍ଥିତ ହୋଇଥିଲା ଏବଂ ସହସ୍ର ଲୋକଙ୍କ ଜୀବନକୁ ଅକାଳରେ ନେଇଯାଇଥିଲେ ।
କାହାର ବାପା ତୋ ଆଉ କାହାର ମା’ କାହାଠୁ ଛୁଆକୁ ଛଡେଇ ନେଇଥିଲା । ତେବେ ଦେଶରେ ଏଭଳି ଦୁର୍ଘଟଣା ପୂର୍ବରୁ କେବେବି ହୋଇନଥିଲା ଯେ ତିନୋଟି ଟ୍ରେନ୍ ଏକା ସଙ୍ଗେ ଧକା ହୋଇଯିବା । ଏହା ସାଧାରଣ ବିଷୟ ନୁହେଁ ବୋଲି ଲୋକେ କହୁଛନ୍ତି ଏହା ପଛରେ ଥିବା ପ୍ରକୃତ କାରଣ ଜାଣିବାକୁ ଦାବି କରିଥିବା ନେଇ ।
କେନ୍ଦ୍ରସରକାର CBI କୁ ଦାୟିତ୍ଵ ଦେଇଥିଲେ ଏବଂ CBI ମଧ୍ୟ ତା କାର୍ଯ୍ୟ ଆରମ୍ଭ କରିଥିଲା । ରେଳବିଭାଗରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମଚାରିମାନଙ୍କୁ ପଚରାଉଚରା କରିଥିଲେ । ତେବେ ଆଜି CBI ତିନିଜଣଙ୍କୁ ଗିରଫ କରିଥିବା ଖବର ଶୁଣିବାକୁ ମିଳିଛି ଏତେ ଦିନଧରି ପଚରାଉଚରା କରିବା ପରେ ଏହି ତିନିଜଣଙ୍କ ଭୁଲ ପାଇଁ ବାହାନଗା ଟ୍ରେନ୍ ଦୁର୍ଘଟଣା ହୋଇଥିବା କହିଛିନ୍ତି ।
ଏହି ତିନିଜଣ ଭୁଲ କରିବା ପରେ ତାହାକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲେ । ମାତ୍ର CBI ସେମାନଙ୍କୁ ଯୋଜନା ଉପରେ ପାଣି ପକେଇଦେଇଥିଲା । ଏହି ତିନିଜଣ ଜାଣିଶୁଣି ଟ୍ରେନ ଦୁର୍ଘଟଣା ହେବାରେ ଉଦ୍ୟମ କରିଥିଲେ । ତେବେ CBI ଗିରଫ କରିଥିବା ତିନିଜଣଙ୍କ ନାଁ ହେଲା ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି , ସେକ୍ଶନ ଇଞ୍ଜିନିୟର ମହମ୍ମଦ ଆମିର ଖାଁ ଓ ଏକଲିସିୟନ ପପୁ କୁମାର । ଏହି ତିନିଜଣଙ୍କୁ ଗିରଫ କରିଛି CBI ଆଇପିସି ଧାରା 304 ,201 ଦ୍ଵାରା ଗିରଫ କରାଯାଇଛି ।
ଏହି ତିନିଜଣଙ୍କ ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଥିଲା ଓ 300 ଶହରୁ ଅଧିକ ଲୋକେ ଘଟଣା ସ୍ଥଳରେ ନିଜ ଜୀବନ ହରାଇଥିଲେ ଓ ଆଉ କେତେକ ଲୋକେ ଜୀବିତ ଥାଉ ମଧ୍ୟ ମୃତ ଭଳି ଜୀବନ ଅତିବାହିତ କରୁଛନ୍ତି । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।