ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ ।
ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏବଂ ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ ।
ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।
ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ ।
ତେଣୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ଜିନିଷ କହିବୁ ଯାହା ଦ୍ୱାରା ଆପଣ ନିଜର ହାଡ଼ ଏବଂ ମାଂସପେଶୀୟ ଶକ୍ତି କୁ ଦୃଢ଼ କରିବା ସହିତ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିନେବା । ଏହି ଉପଚାର ପାଇଁ ପ୍ରଥମେ ଆପଣଙ୍କୁ ଯେଉଁ ସାମଗ୍ରୀ ର ଆବଶ୍ୟକ ପଡିବ ତାହା ହେଉଛି କ୍ଷୀର । ଏହି ଏକ ଗିଲାସ୍ କ୍ଷୀର କୁ ଭଲ ଭାବରେ ଫୁଟାଇ ଗରମ କରି ଦିଅନ୍ତୁ । ତାପରେ ଆପଣଙ୍କୁ ହଳଦୀ ଗୁଣ୍ଡ ର ଆବଶ୍ୟକତା ପଡ଼ିବ । ତାପରେ ଏକ ଚାମଚ ହଳଦୀ ଗୁଣ୍ଡ କୁ ସେହି ଗରମ କ୍ଷୀର ରେ ମିଶାଇ ଦେବେ । ତାପରେ ସେଥିରେ ଏକ ଚାମଚ ଦେଶୀ ଗାଈ ଘିଅ ମିଶାନ୍ତୁ ।
ଏହା ପରେ ଏହାକୁ ଭଲ ଭାବରେ ଫେଟନ୍ତୁ । ଏହା ପରେ ଆପଣ ସେବନ କରିବେ କିନ୍ତୁ ଧ୍ୟାନ ଦେବେ ଆପଣ ଠିଆ ହୋଇ ଏହାକୁ ପିଇବା କୁ ପଡିବ । ଏହି ମିଶ୍ରଣ ର ସେବନ ଦ୍ୱାରା ଆପଣ ଙ୍କ ସମସ୍ତ ଅସୁବିଧା ଦୁର ହୋଇ ଯିବ ଏବଂ ଚଲା ବୁଲା କରିବାରେ ମଧ୍ୟ କୌଣସି କଷ୍ଟ ଅନୁଭୂତି ହେବ ନାହିଁ । ଆପଣ ଙ୍କ ଆଣ୍ଠୁ, ଅଣ୍ଟା ଆଦି ସମସ୍ୟା ମଧ୍ୟ ଦୁର ହେବ ଏବଂ ମାଂସପେଶୀ ଦୃଢ଼ ରହିବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ