ଇଏ ସେଇ ECMO ଯିଏ ବଞ୍ଚାଉଛି ଜୀବନ, ଏବେ ଆସିଯାଇଛି ଓଡିଶାକୁ, ଦେଖନ୍ତୁ Video ଏହା କିପରି କାମ କରିଥାଏ

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି ।

ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।


ତେବେ କରୋନା ର ଦ୍ଵିତୀୟ ପର୍ଯ୍ୟାୟ ପରେ ଏବେ ତୃତୀୟ ଲହରୀ ଆସିବାର ଆଶଙ୍କା ମଧ୍ୟ ରହିଲାଣି । ତେବେ ଏହି କରୋନା ସଂକ୍ରମଣ ରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ନିଜ ଜୀଵନ ହରାଇ ବସୁଛନ୍ତି ।

କିଛି ଲୋକଙ୍କୁ ଅଧିକ ଚିକିତ୍ସା ଅର୍ଥାତ ଏକମୋ ଚିକିତ୍ସା ପାଇଁ ରାଜ୍ୟ ରୁ ବାହାରକୁ ଯିବାକୁ ପଡ଼ିବ ଏବଂ ସେଥିରେ ମଧ୍ୟ ଅନେକ ଖର୍ଚ୍ଚ ତଥା ଅସୁବିଧା ଭୋଗ କରିବାକୁ ପଡିଥାଏ । ତେବେ ଏହାକୁ ନଜର ରେ ରଖି ବର୍ତ୍ତମାନ ଭୁବନେଶ୍ୱର ରେ ଏମ୍ସ ହସ୍ପିଟାଲରେ ଏକମୋ ମେସିନ କୁ ଅଣାଯାଇଛି । ସରକାରୀ ହସ୍ପିଟାଲରେ ଏହି ବ୍ୟବସ୍ଥା କୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି ।


ଏହି ଏକମୋ ମେସିନ ର କାମ ହେଉଛି ଯେଉଁ ରୋଗୀ ମାନଙ୍କୁ ନିଶ୍ୱାସ ନେବା ରେ ଅସୁବିଧା ହୁଏ ଏବଂ ଭେଣ୍ଟିଲେଟର ରେ ରଖାଗଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ରେ କୌଣସି ସୁଧାର ହୁଏ ନାହିଁ ତେବେ ସେମାନଙ୍କୁ ଏକମୋ ଚିକିତ୍ସା କରାଯାଏ । ଏହି ଏକମୋ ଚିକିତ୍ସା ରେ କୃତ୍ରିମ ହାର୍ଟ ଏବଂ ଫୁସଫୁସ ଶରୀର ବାହାରରୁ କାମ କରନ୍ତି । ଏହା ସେତେବେଳେ ଯୋଗାଇ ଦିଆଯାଏ କି ଯେତେବେଳେ ରୋଗୀ କୁ ନିଶ୍ୱାସ ନେବା ରେ ଅସୁବିଧା ହୋଇଥାଏ ସେତେବେଳେ ଏହି ମେସିନ ର ସାହାଯ୍ୟ ନିଆଯାଏ ।


ଏହି ଏକମୋ ମେସିନ ର କାର୍ଯ୍ୟ ହେଉଛି ଏହି ମେସିନର ଟ୍ୟୁବ କୁ ବେକ,ଛାତି କିମ୍ବା ଅଣ୍ଟା ରେ ପଶାଯାଏ । ଏହି ଟ୍ୟୁବ ଦ୍ୱାରା ରୋଗୀ କୁ ରକ୍ତ କୃତ୍ରିମ ଭାବେ ଅକ୍ସୀଜେନେଟର ପାଖକୁ ନେବାରେ ସାହାର୍ଯ୍ୟ କରିଥାନ୍ତି । ଏହି ମେସିନ ଦ୍ୱାରା ରକ୍ତ ରୁ କାର୍ବନ ଡାଇଅକ୍ସାଇଡ଼ କୁ ହଟେଇ ଶୁଦ୍ଧ ରକ୍ତ ଛଡ଼ାଯାଏ ଯାହାଦ୍ୱାରା ରୋଗୀ କୁ ନିଶ୍ୱାସ ନେବାରେ ସାହାଯ୍ୟ କରିଥାଏ ।

ତେବେ ରାଜ୍ୟ ରେ ଏଭଳି ଏକ ପଦକ୍ଷେପ କୁ ନେଇ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି ତେବେ ଏହା ନୁହେଁ କି ଏହି ଏକମୋ ମେସିନ ଦ୍ୱାରା ସମସ୍ତେ ବଂଚି ଯିବେ ଏହା କହିବା ଠିକ ନୁହେଁ ଏହା ଏକ ମାଧ୍ୟମ ଅଟେ ।

Leave a Reply

Your email address will not be published. Required fields are marked *