ଏବେ କେମିତି ଅଛି Abhishek ଙ୍କ ସ୍ବାସ୍ଥ୍ୟବସ୍ଥା, ବାପା କାନ୍ଦି କାନ୍ଦି କହିଲେ କିଛି ଏମିତି…ଦେଖନ୍ତୁ Video

କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସଟି ବହୁତ ଲୋକଙ୍କ ପ୍ରାଣ ନେଇ ସାରିଛି ଓ ବର୍ତ୍ତମାନ ମଧ୍ୟ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଯାଉଛନ୍ତି । ଗତ ବର୍ଷ ଏହି ଭାଇରସର ପ୍ରଥମ ଲହର ଆସିଥିଲା ।

ଏହି ବର୍ଷ ଏହି ଭାଇରସର ଦ୍ଵିତୀୟ ଲହର ଆସିଛି । ଦ୍ଵିତୀୟ ଲହରଟି ବହୁତ ଶକ୍ତିଶାଳୀ ହେବ ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ବନ୍ଧୁଗଣ ଆମ ଓଡିଶାର ସ୍ଥିତି ମଧ୍ୟ ବହୁତ ଜଟିଳ ରହିଛି । ଆପଣ ମାନେ ସମସ୍ତେ ଓଡିଆ ପୁଅ ଅଭିଷେକ ମହାପାତ୍ରଙ୍କୁ ନିଶ୍ଚୟ ଜାଣିଥିବେ । ଅଭିଷେକ ହେଉଛନ୍ତି ଏକ ସାଧାରଣ ମଣିଷ ହେଲେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଥିଲେ ।

କରୋନାରେ ଆକ୍ରାନ୍ତ ହେବା ପରେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଯାଇଥିଲା । ଘରର ଆର୍ଥିକ ସ୍ଥିତି ଠିକ ନଥିବାରୁ ତାଙ୍କ ପତ୍ନୀ ସୋସିଆଲ ମିଡିଆ ଦ୍ଵାରା ଜନସାଧାରଣ ମାନଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଜନସାଧାରଣ ମାନଙ୍କ ଆର୍ଥିକ ସହାୟତା ପାଇ ଅଭିଷେକ ଇକାମୋ ଚିକିତ୍ସା ପାଇଁ କଲିକତା ଯାଇଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ତାଙ୍କର ସ୍ଥିତି କେମିତି ରହିଛି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଗତ କିଛି ଦିନ ତଳେ ତାଙ୍କ ବାପା ମିଡିଆ ସାମ୍ନାରେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ତାଙ୍କ ବାପାଙ୍କ ମତରେ-‘ ତାଙ୍କ ପୁଅ କଳିଙ୍ଗ ହସ୍ପିଟାଲରୁ ଆସିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି । ବର୍ତ୍ତମାନ ଅଭିଷେକଙ୍କର ଫିଜୋଗ୍ରାଫି ହେଉଛି ଓ ଗତ ପାଞ୍ଚ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ସୁଧାର ଆସିଛି । ଅଭିଷେକଙ୍କ ପାଖରେ ତାଙ୍କ ମା ଅନବରତ ରହୁଛନ୍ତି । ସେ ତାଙ୍କ ମାଙ୍କୁ ଚାହୁଁଛନ୍ତି । ହସ୍ପିଟାଲରେ ଥିବା ଡାକ୍ତର ମାନ କୌଣସି ପ୍ରକାରର ଅବହେଳା କରୁ ନାହାନ୍ତି । ବହୁତ ଭଲ ଭାବରେ ଅଭିଷେକଙ୍କ ଚିକିତ୍ସା ଚାଲିଛି’ ।

ଏହାପରେ ଆଗକୁ ତାଙ୍କ ବାପା କହିଲେ-‘ କଳିଙ୍ଗ ହସ୍ପିଟାଲ ଯେପରି ତାଙ୍କୁ ହଇରାଣ କରିଥିଲା ଅଭିଷେକଙ୍କୁ ଆଇସିୟୁ ଭିତରେ ରଖିକି ସେମିତି କୌଣସି ଅସୁବିଧା ହେଉ ନାହିଁ । ସେହି ହସ୍ପିଟାଲରେ ରହି ବହୁତ ସମୟ ନଷ୍ଟ ମଧ୍ୟ ହୋଇଗଲା ଯଦି ସେତେବେଳେ ସେମାନେ ଏହି ହସ୍ପିଟାଲକୁ ନେଇ ଆସିଥାନ୍ତୁ ତା ହେଲେ ଅଭିଷେକ ବର୍ତ୍ତମାନ ସୁସ୍ଥ ହୋଇ ସାରନ୍ତେଣି’ ।

ତାଙ୍କ ବାପାଙ୍କ ମତରେ-‘ଠାକୁର ତାଙ୍କୁ ଭଲ ବାଟ ଦେଖାଇଛନ୍ତି । ତାଙ୍କ ପୁଅ କେମିତି ସୁରକ୍ଷିତ ରହୁ ସେମାନେ କେବଳ ଏହା ହିଁ ଚାହୁଁଛନ୍ତି । ତାଙ୍କ ବାପାକୁ ଆଉ କିଛି ବି ଦରକାର ନାହିଁ ତାଙ୍କୁ କେବଳ ତାଙ୍କର ପୁଅ ହିଁ ଦରକାର । ଅଭିଷେକଙ୍କ ମା ଗୋଟେ ଘର ଭଡା ନେଇ ସେଇଠି ରହୁଛନ୍ତି ।


ଡାକ୍ତରଙ୍କ ମତଏରେ ଅଭିଷେକ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ 2 ମାସ ରେସ୍ଟ ଦରକାର’ । ତେଣୁ ବନ୍ଧୁଗଣ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣି ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *