Special Report: ଏବେ କେମିତି ଅଛନ୍ତି ଅମ୍ରିତ ଆଉ ଅଭିଷେକ ? କିପରି ଅଛି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ପାଇଁ ସଂପୂର୍ଣ୍ଣ ଦେଶର ଅବସ୍ଥା ବହୁତ ଶୋଚନୀୟ ରହିଛି । ଏହି ଭାଇରସ ଗତ ବର୍ଷ ଅପେକ୍ଷା ଏହି ବର୍ଷ ବହୁତ ଶକ୍ତିଶାଳୀ ହେବା ସହିତ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।

ଏହି ଭାଇରସରେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି କରୋନା କାଳ ସମୟରେ ଓଡିଶାର ଦୁଇଟି ଯୁବକଙ୍କ ଅବସ୍ଥା ବହୁତ ଗୁରୁତ୍ଵର ହୋଇଛି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଓଡିଶାର ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ରଙ୍କ ଅବସ୍ଥା ବର୍ତ୍ତମାନ ବହୁତ ଶୋଚନୀୟ ରହିଛି ।

ଏହି ଦୁଇଜଣ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି ଏବଂ ଏହି ଦୁଇଜଣଙ୍କ ଅବସ୍ଥା ଗୁରୁତ୍ଵର ହେବାର ଏମାନେ ଅନ୍ୟ ରାଜ୍ୟକୁ ଚିକିତ୍ସା ପାଇଁ ଯାଇଛନ୍ତି । କରୋନା ମହାମାରୀରେ ପୀଡିତ ହେବା ପରେ ଏହି ଦୁଇଜଣଙ୍କ ଅବସ୍ଥା ବହୁତ ଶୋଚନୀୟ ହୋଇଯାଇଥିଲା ତେଣୁ ଅମ୍ରିତଙ୍କୁ ଚେନାଇ ଓ ଅଭିଷେକଙ୍କୁ କଲିକତା ନିଆଯାଇଥିଲା ।

ବନ୍ଧୁଗଣ ଏହି ଦୁଇଜଣଙ୍କୁ E.C.M.O ଚିକିତ୍ସା ପାଇଁ ବାହାର ରାଜ୍ୟକୁ ନିଆଯାଇଥିଲା । ବନ୍ଧୁଗଣ ବର୍ତ୍ତମାନ ଏହି ଦୁଇଜଣଙ୍କ ଅବସ୍ଥା କିପରି ରହିଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଅମ୍ରିତଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବାକୁ ଲାଗିଛି । ବନ୍ଧୁଗଣ ସବୁଠାରୁ ବଡ ଖୁସିର କଥା ଏହା ହେଉଛି ଯେ, ଅମ୍ରିତଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି । ବର୍ତ୍ତମାନ ତାଙ୍କ ଚିକିତ୍ସାରେ 70 ପ୍ରତିଶତ  E.C.M.O ବ୍ୟବହାର ହେଉଛି ।  E.C.M.Oଓ ଅମ୍ଳଜାନ ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହା ମଧ୍ୟ ଖବର ମିଳିଛି ଯେ, ପ୍ରାୟ ଦୁଇ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିପାରେ ତାଙ୍କର ଚିକିତ୍ସା ।

ଏୟାର ଆମ୍ବୁଲାନ୍ସରେ ଗତ ଜୁନ 3 ତାରିଖ ଦିନ ଅମ୍ରିତଙ୍କୁ ଭୁବନେଶରରୁ ଚେନାଇକୁ ସ୍ଥାନ୍ତରତ କରାଯାଇଥିଲା । ଅମ୍ରିତ ଓ ଅଭିଷେକ ଦୁଇ ଜଣ କରୋନା ମହାମାରୀରେ ଚିହ୍ନଟ ହେବା ପରେ ତାଙ୍କର ଫୁସଫୁସ ଗୁରୁତ୍ଵର ହୋଇଥିଲା । ଯାହାଫଳରେ ଏହି ଦୁଇଜଣଙ୍କୁ  E.C.M.O ଚିକିତ୍ସା ପାଇଁ ଅଲଗା ଅଲଗା ରାଜ୍ୟରେ ସ୍ଥାନ୍ତରିତ କରାଯାଇଥିଲା ।


ଅନ୍ୟ ପକ୍ଷରେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣା ପଡିଛି । କଲିକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବାର ଜଣା ପଡିଛି । ଏହି ଦୁଇଜଣଙ୍କ ଆର୍ଥିକ ସହାୟତା ପାଇଁ ଓଡିଶା ବାସୀ ପାଦ ବଢାଇଥିଲେ । ଯାହାଫଳରେ ଏହି ଦୁଇଜଣ  E.C.M.O ଚିକିତ୍ସା ନେଇ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ଦୁଇଜଣ ବହୁତ ଶୀଘ୍ର ସୁସ୍ଥ ହୋଇ ନିଜ ଘରକୁ ଫେରିବେ ବୋଲି ଜଣା ପଡିଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଦୁହେଁ ଭଲ ହୋଇ ନିଜ ଘରକୁ ଫେରି ଆସନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *