ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିଛନ୍ତି ।
ଲକଡାଉନ କରିବା ଦ୍ଵାରା ଅନେକ ଲୋକଙ୍କୁ ବହୁତ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧୁଗଣ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ ମାନେ ଠିକ ଭାବରେ ପାଠ ପଢି ପାରୁ ନାହାନ୍ତି ଓ ପରୀକ୍ଷା ମଧ୍ୟ ଦେଇ ପାରୁ ନାହାନ୍ତି । ଲକଡାଉନ ସମସ୍ତ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଓଡିଶାରେ ଗତ ମାସ ୫ ତାରିଖରେ ଲକଡାଉନ ଘୋଷଣା କରଯାଇଥିଲା ଓ ଏହି ଲକଡାଉନ ବର୍ତ୍ତମାନ ଆସୁଥିବା ମାସ ୧ ତାରିଖ ଯାଏ ରଖାଯାଇଛି । ହେଲେ କିଛି ଟା ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି ।
ଯେଉଁ ସବୁ ଜିଲ୍ଲାରେ କରୋନା ସଂକ୍ରମଣ କମ ରହିଛି ସେହି ସମସ୍ତ ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ହେଲେ ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ପ୍ରଭାବକୁ ଦେଖି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏହି ବଡ ଘୋଷଣାଟି ସ୍କୁଲ ବିଦ୍ୟାର୍ଥୀ ମାନଙ୍କ ପାଇଁ ଘୋଷଣା କରାଯାଇଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟ କ୍ରମ ଏକ ଚିଠି ଲେଖିଛି । ଆସନ୍ତା ୨୧ ତାରିଖ ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀ ମାନେ ୟୁଟ୍ୟୁବରେ ପାଠ ପଢିବେ । ଆସନ୍ତା ୨୧ ତାରିଖରୁ ଜୁଲାଇ ମାସ ୨ ତାରିଖ ପର୍ଯ୍ୟନ୍ତ ୟୁଟ୍ୟୁବ ଲାଇଭ କ୍ଳାସ ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢା ଯିବ ।
ଏନି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟ କ୍ରମର ପ୍ରାଧିକରଣ ଓସେପର ପ୍ରକୋପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସଖାଳ ୯ ଟାରୁ ୧୦ ପର୍ଯ୍ୟନ୍ତ ଗଣିତ ଓ ଓଡିଆ ପାଠ ପଢା ଯିବ । ସେହିପରି ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏ ଇଂରାଜୀ, ଓଡିଆ ଓ ଗଣିତ ପାଠ ପଢା ଯିବ । ଏହି କ୍ଳାସଟି ସଖାଳ ୯ ଟାରୁ ୧୦ ପର୍ଯ୍ୟନ୍ତ ହେବ ।
ବନ୍ଧୁଗଣ ପ୍ରତ୍ୟକ କ୍ଳାସ ଅଧ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ୟୁଟ୍ୟୁବ କ୍ଳାସ ପାଇଁ ୮ଟି ଜିଲ୍ଲାକୁ ଦାଇତ୍ଵ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକ ମାନଙ୍କୁ ୟୁଟ୍ୟୁବ କ୍ଳାସ ପାଇଁ ଚୟନ କରିବେ । କେତେ ସଂଖ୍ୟାର ପିଲା ଲାଇଭ କ୍ଳାସରେ ପାଠ ପଢିବେ ତାହାର ମଧ୍ୟ ଡାଟା ରଖିବାକୁ ନିର୍ଦେଶ ଦିଆଯାଇଛି ।