ଏବେ ଏମିତି ଅବସ୍ଥାରେ ଅଛନ୍ତି ଅଭିଷେକ, ଦେହରେ ଲାଗିଛି ଇକମୋ ମେସିନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଦେଶ ରେ ଆଜି କାଲି କରୋନା ମହାମାରୀ ଚାରିଆଡେ ଆତଙ୍କ ଖେଳାଇ ରହିଛି । ସମସ୍ତେ ଏହି ମହାମାରୀ ଠାରୁ ଭୟବିତ ହୋଇ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତେ ଘରେ ରହୁଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।

କିଛି ଜରୁରୀ କାର୍ଯ୍ୟ ଆସିଲେ ହିଁ ଘରୁ ବାହାର କୁ ଯାଆନ୍ତୁ ଏବଂ ବାହାରକୁ ଗଲେ ମୁହଁ ରେ ମାସ୍କ ପିନ୍ଧନ୍ତୁ ଏବଂ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏଵଂ ଖାଇବା ପୂର୍ବରୁ ହାତକୁ ୨ ମିନିଟ ପର୍ଯ୍ୟନ୍ତ ଭଲ ରେ ଧୋଇ ଦିଅନ୍ତୁ । କାରଣ ଏହି ମହାମାରୀ ଅନେକ ଜୀଵନ ନେଇ ସାରିଲାଣି । ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟି ସେ କାହାକୁ ଛାଡୁ ନାହିଁ ।

ତେଣୁ ନିଜେ ସତର୍କତା ଅବଲମ୍ବନ କରି ନିଜେ ହିଁ ସୁରକ୍ଷିତ ରହି ପାରିବା । ଏହି କରୋନା ସମୟରେ ପ୍ରତିଦିନ ଏକ ଖରାପ ଏବଂ ଦୁଃଖଦ ଖବର ଶୁଣିବାକୁ ମିଳୁଛି ତେବେ ଫୁଣି ଥରେ ଏବେ ଏକ ଖବର ଆସିଛି ଯେଉଁଠି ମାତ୍ର ୩୩ ଦିନ ତଳେ ବିବାହ କରିବା ପରେ କରୋନା ପଜେଟିଭ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଅର୍ଥ ଅଭାବ ରୁ ତାଙ୍କ ମାଆ ଏବଂ ତାଙ୍କ ସ୍ତ୍ରୀ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ ମଧ୍ୟ କରୁଛନ୍ତି । ତେବେ ଆସନ୍ତୁ ଖବର ବିଷୟରେ ବିସ୍ତାର ରେ ଆଲୋଚନା କରିବା ।

ଭଦ୍ରକ ଜିଲ୍ଲାର ବସୁଦେବପୁରର ଅଭିଷେକ ମହାପାତ୍ର । ତାଙ୍କର ଏହି ୩୩ ଦିନ ତଳେ ହିଁ ବିବାହ ହୋଇଥିଲା ଏବଂ ବିବାହ ର ମାତ୍ର ଆଠ ଦିନ ପରେ ସେ ଜାଣିବାକୁ ପାଇଲେ କି ସେ କରୋନା ସଂକ୍ରମିତ ରେ ଆକ୍ରାନ୍ତ । ତେବେ ସେ ଏହା ପରେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏକମୋ ଚିକିତ୍ସା ନିହାତି ଆବଶ୍ୟକ ପଡୁଛି ଏବଂ ଡାକ୍ତର ମାନେ ତାଙ୍କୁ କୋଲକତା ନେବା ପାଇଁ ମଧ୍ୟ କହୁଛନ୍ତି । ସେଥିପାଇଁ ଏକ କୋଟି ଟଙ୍କା ର ଆବଶ୍ୟକ ମଧ୍ୟ ପଡୁଛି ।

ତେବେ ଅଭିଷେକ ଙ୍କ ଆର୍ଥିକ ଅବସ୍ଥା ଏତେ ସୁଦୃଢ ନୁହେଁ ତେଣୁ ତାଙ୍କ ପରିବାରର ଲୋକେ ଓଡିଶା ବାସୀ ଙ୍କୁ ଫୋନ ପେ ଯୋଗେ ତାଙ୍କୁ ସାହାଯ୍ୟ ର ନିବେଦନ କରୁଛନ୍ତି ।
ତେବେ ତାଙ୍କର ଆକାଉଣ୍ଟ ନମ୍ବର ହେଉଛି 50100209344820 ଏବଂ IFSC କୋଡ଼ ହେଉଛି HDFC0001284 । ଏହା ଛଡା ଆପଣ ଗୁଗୁଲ ପେ କିମ୍ବା ଫୋନ ପେ 9583596886 ଏହି ଜରିଆରେ ସାହାଯ୍ୟ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ତେବେ ଅନେକ ଲୋକ ତାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି । ଏହା ଛଡା ବର୍ତ୍ତମାନ କୋଲକତା ରୁ ଏକ ଟିମ ମଧ୍ୟ ଏୟାର ଆମ୍ବୁଲାନ୍ସ ଯୋଗେ ଆସି ସାରିଛନ୍ତି ଏବଂ ଅଭିଷେକ ସେହି ସ୍ୱତନ୍ତ୍ର ହସ୍ପିଟାଲ କୁ ମଧ୍ୟ ଏୟାର ଆମ୍ବୁଲାନ୍ସ ଯୋଗେ ଯିବେ । କୋଲକତା ରୁ ଆସିଥିବା ଡାକ୍ତର ମାନେ ଏହି ଠାରୁ ହି ଅଭିଷେକ ଙ୍କୁ ତାଙ୍କ ହେପାଜତ ରେ ନେବେ ଏବଂ ହସ୍ପିଟାଲରୁ ବିମାନ ପର୍ଯ୍ୟନ୍ତ ଏକ ଗ୍ରୀନ କୋରିଡର ମଧ୍ୟ କରାଯିବ । ତାଙ୍କ ସହିତ ତାଙ୍କ ସ୍ତ୍ରୀ ଏବଂ ପରିବାର ର କିଛି ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି ।

ଏୟାର ଆମ୍ବୁଲାନ୍ସ ପାଇଁ ୨୪ ଲକ୍ଷ ଟଙ୍କା ଯୋଗାଡ଼ ହୋଇ ପାରୁ ନଥିଲା କିନ୍ତୁ ଗଣମାଧ୍ୟମ ର ପ୍ରଚାର ପରେ ୨୪ ଘଂଟା ରେ ୨୪ ଲକ୍ଷ ଟଙ୍କା ଯୋଗାଡ ହୋଇ ପାରିଛି । ଏହା ଛଡା କଲିକତା ହସ୍ପିଟାଲରେ ଅଭିଷେକ ଙ୍କ ପାଇଁ ଏକମୋ ତଥା ଡାକ୍ତର ନର୍ସ ଏବଂ ବେଡ଼ ଆଦି ସବୁ ପ୍ରସ୍ତୁତ ଅଛି କେବଳ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ସେ ସିଧାସଳଖ କଲିକତା ଯିବାର ବାକି ଅଛି ।

ତେବେ ସବୁ ପ୍ରକାର ର ପ୍ରସ୍ତୁତି ଶେଷ ହୋଇ ସାରିଛି ଅଧା ଟଙ୍କା ଯୋଗାଡ ହୋଇ ଯାଇଛି ଏବଂ ଆଉ ଅଧା ଟଙ୍କା ଯୋଗାଡ କରିବାରେ ସମସ୍ତେ ଲାଗିଛନ୍ତି ତେବେ ସମସ୍ତେ ଅଭିଷେକ ଶୀଘ୍ର ଭଲ ହୋଇ ଫେରି ଆସନ୍ତୁ ଏହା ପାର୍ଥନା କରୁଛନ୍ତି ।

ଏହା ସହିତ ପୋସ୍ଟ ଟି କୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯାହା ଦ୍ଵାରା ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ଅଭିଷେକ ଙ୍କ ପରିବାରକୁ କିଛି ସାହାର୍ଯ୍ୟ ମିଳି ପାରିବ । ଆଶା କରୁଛୁ ଆପଣ ମାନେ ଏଥିରେ ନିଜ ଯୋଗଦାନ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *