ନନ୍ଦୀଘୋଷରୁ ଶ୍ରୀ ମନ୍ଦିର ଯାଏଁ ପଡିଲା କାଳିଆ ପାଦ ଚିହ୍ନ । ଭକ୍ତ ମାନେ ପାଦ ଚିହ୍ନ କୁ ସାଉଁନ୍ଟି ନେଲେ । ପାଦ ଚିହ୍ନ କୁ ଜାବୁଡି ଧରି କାନ୍ଦିଲେ ଭକ୍ତ ଗଣ । ହେ କାଳିଆ ତୋତେ ମୁଁ ଟିକେ ଛୁଇଁ ପାରିଲି ନାହିଁ ବୋଲି ତୁ ମୋ ପାଇଁ ପାଦ ଚିହ୍ନ ଛାଡି ଚାଲିଗଲୁ । ଶ୍ରୀ ଅଙ୍ଗରୁ ମୋ ପାଇଁ ତୁ ଆଜି ପାଦ ଚିହ୍ନ ଛାଡି ଦେଇଗଲୁ । ମୁଁ ଆଜି ଧନ୍ଯ ରେ କାଳିଆ ତୋତେ ଛୁଇଁ ମୁଁ ଆଜି ଧନ୍ୟ ହୋଇ ଯାଇଛି ।

ମୁଁ ଆଜି ତୋତେ ଛୁଇଁ ସବୁ ଖୁସି ପାଇଗଲି କାଳିଆ । ଭାବି ଥିଲି ତୋତେ ମୁଁ କେବେ ଛୁଇଁ ପାରିବି ନାହିଁ । ହେଲେ ତୁ ମୋ ପାଇଁ ତୋ ପାଦ ଚିହ୍ନ ଛାଡି ଚାଲିଯିବୁ ମୁଁ କେବେ ଭାବି ନ ଥିଲି ରେ କାଳିଆ ସାଆଁନ୍ତ । ମୋ ଆଖି ରୁ ଆଜି ଲୁହ ଝଋ ଯାଉଛି ତୋ ପାଦ ଚିହ୍ନ କୁ ଛୁଇଁ । ତୋ ପାଦ ଚିହ୍ନ କୁ ସାରା ଜୀବନ ମୋ ଛାତିରେ ସାଉଁନ୍ଟି ଧରିବି ରେ କାଳିଆ । ଏମିତି ଆଜି କାଳିଆର ପାଦ ଛୁଇଁବା ପରେ ଅନୁଭବ କରୁଛନ୍ତି ଭକ୍ତ ।
ହଁ ଦର୍ଶକ ବନ୍ଧୁ ରଥ ରୁ ଶ୍ରୀ ମନ୍ଦିର ର ଚାରି ଆଡେ ଖାଲି ପାଦ ଚିହ୍ନ ହିଁ ପାଦ ଚିହ୍ନ ପଡିଛି । ହଳଦିଆ ପାଦ ଚିହ୍ନ ରେ ପରି ପୂର୍ଣ୍ଣ ବଡ ଦାଣ୍ଡ । ଶ୍ରୀ ଅଙ୍ଗରୁ ଝଋ ପଡିଥିବା ପାଦ ଚିହ୍ନ ଖାଲି ଚନ୍ଦନ ଚନ୍ଦନ ବାସୁଛି । ସମସ୍ତେ ପାଦ ଛୁଇଁ କୁ ସାଉଁନ୍ଟି ନେଇ ଆଜି ମୁଣ୍ଡିଆ ମାରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହଁ ବନ୍ଧୁଗଣ ନୀଳାଦ୍ରି ବିଜେ କରିବା ସମୟରେ ହଳଦିଆ ପାଦ ଚିହ୍ନ ପକାଇ ବଡ ଦାଣ୍ଡରେ ଚାଲି ଯାଇଛି ମହାପ୍ରଭୁ ଜଗନ୍ନାଥ । ଶ୍ରୀ ଅଙ୍ଗରୁ ଝଋ ପଡିଥିବା ଏହି ପାଦ ଚିହ୍ନ ରୁ ଖାଲି ତୁଳସୀ, ଚନ୍ଦନ, କର୍ପୁର ର ମହକ ଝଋ ପଡୁଛି । ଯାହାକୁ କାଳିଆ ସାଆଁନ୍ତ ଭକ୍ତ ପାଇଁ ଛାଡି ମନ୍ଦିର ଭିତରକୁ ଚାଲି ଯାଇଛନ୍ତି । ଆଉ ଭକ୍ତ ମାନେ ଏହାକୁ ସ୍ପର୍ଶ କରି କାନ୍ଦି ପକାଉଛନ୍ତି ।
ବାରମ୍ବାର ଆଉଁସି ପକାଉଛନ୍ତି କାଳିଆର ପାଦ ଚିହ୍ନ କୁ । ରାସ୍ତା ଉପରେ ପଡିଥିବା ପାଦ ଚିହ୍ନକୁ ମୁଣ୍ଡିଆ ମାରୁଛନ୍ତି ଆଉ ସାଙ୍ଗରେ ନେଇ ଚାଲି ଯାଉଛନ୍ତି ଜଗନ୍ନାଥଙ୍କର ପାଦ ଧୁଳି କୁ ଭକ୍ତ ମାନେ । ପୋଲିସଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଆଜି ବେଶ ଖୁସି ଅଛନ୍ତି । ଗତ କାଲି ଥିଲା ନୀଳାଦ୍ରି ବିଜେ ଆଉ ମହାପ୍ରଭୁ ନୀଳାଦ୍ରି ବିଜେ କରି ସରେ ମନ୍ଦିରକୁ ଚାଲି ଯାଇଥିଲେ ।
ସେହି ସମୟରେ ମହାପ୍ରଭୁ ରଥରୁ ମନ୍ଦିରକୁ ଯାଇଥିଲେ ଆଉ ସେହି ସମୟରେ ତାଙ୍କର ପାଦ ଚିହ୍ନ ରାସ୍ତା ସାରା ପଡିଥିଲା । ଆଉ ତାହା ଦେଖି ଭକ୍ତ ମାନେ ଆଜି ଭାବ ବିହ୍ଵଳ ହୋଇ ଯାଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

