ବନ୍ଧୁଗଣ ମଣିଷ ହେଉ କି ମାଙ୍କଡ ଆତ୍ମୀୟ ସୁଜୋନରେ ସମସ୍ତେ ମିଲିୟମାଣ । ବାଲେଶ୍ଵର ସହର ରେମୁଣା ନିକଟ କରାଲି ଗାଁର ଏକ ଦୃଶ୍ୟ ଉପସ୍ଥିତ ଗାଁ ବାସୀଙ୍କ ଆଖିକୁ କରିଦେଇଥିଲା ଛଳମଳ । ମୃ-ତ ମାଙ୍କଡ ଶବର ସତ୍କାର ପାଇଁ ଛାଡୁ ନଥିଲେ ଗାଁର ମାଙ୍କଡ ମାନେ । ବନ୍ଧୁଗଣ ଗତ କାଲି ତଥା ଗୁରୁବାର ସକାଳ ସମୟରେ ଏକ କଳା ଧଳା ମିଶା କୁକର ସହ ଖେଳୁ ଥିଲେ କିଛି ମାଙ୍କଡ ଦଳ ।

ହେଲେ ହଠାତ ସେହି ସମୟରେ ଏକ ଅଘଟଣ ଘଟି ଯାଇଥିଲା । ସେହି ମାଙ୍କଡ ଦଳ ମଧ୍ୟରୁ ଗୋଟେ ମାଙ୍କଡ ଖୁସିରେ ଖେଳୁ ଖେଳୁ ଚଢି ଯାଇଥିଲା ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ । ସେ ଜାଣି ନଥିଲା ଯେ, ସେଠି ତାକୁ ଜଗି ବସିଥିଲା ଯମ । ମାଙ୍କଡଟି ସେଠି ବସିବାର କିଛି ସମୟ ମଧ୍ୟରେ ଟ୍ରାନ୍ସଫର୍ମର ବାଡାରେ ଝୁଲି ପଡିଥିଲା । ଏହା ଦେଖି କିଛି ବୁଝିପାରି ନଥିଲେ ଅନ୍ୟ ମାଙ୍କଡ ମାନେ ।
ହେଲେ ସେହି ସମୟରେ ମାଙ୍କଡ ମାନଙ୍କ ଖେଳ ବନ୍ଦ ହୋଇଗଲା । ଆତଙ୍କ ଓ କୌଟୁହୁଳରେ ସମସ୍ତ ମାଙ୍କଡ ଚାହିଁ ରହିଥିଲେ ଟ୍ରାନ୍ସଫର୍ମର ଉପରକୁ । କେହି କିନ୍ତୁ ସାହାସ କରି ଯାଇପାରୁ ନଥିଲେ ସେଠାକୁ । ସେତେବେଳକୁ ଝୁଲି ଯାଇଥିଲା ମୃ-ତ ଦେହ ଆଉ ତଳକୁ ଖସି ପାରିଲା ନାହିଁ ମାଙ୍କଡ । ଛଟପଟ ହୋଇ ସେଠାରେ ହିଁ ଚାଲି ଯାଇଥିଲା ତାର ଜୀବନ ।
ଏହା ପରେ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ସେମାନେ ଲାଇନ କାଟି ଥିଲେ ଓ ତା ପରେ ଗ୍ରାମବାସୀ ମୃ-ତ ମାଙ୍କଡକୁ ଟ୍ରାନ୍ସଫର୍ମର ଉପରୁ ତଳକୁ ଆଣିଥିଲେ । ଆଉ ଏହା ପରେ ହିଁ ଦେଖିବାର ଥିଲା ମାଙ୍କଡ ମାନଙ୍କ ବ୍ୟସ୍ତତା । ଅନେକ ସମୟ ପର୍ଯ୍ୟନ୍ତ ଆତ୍ମୀୟ ପରିଜନ ମାନେ ମାଙ୍କଡର ମୃ-ତ ଦେହ ନିକଟରେ ଘୁରି ବୁଲିଥିଲେ । ହୁଏ ତ ତାଙ୍କ ଭାଷାରେ ସେ ନିଜ ପ୍ରିୟ ସାଥିକୁ ଜଣାଉ ଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ହୁଏ ତ ସେହି ଭାଷାକୁ ବୁଝି ପାରିଥିଲେ ଗାଁର ଲୋକମାନେ ।

ମାଙ୍କଡଟିର ଶେଷ ଦର୍ଶନ ପାଇଁ ତାର ମୃ-ତ ଦେହଟିକୁ ଟେକି ଟେକି ନେଇ ରଖିଦେଇଥିଲେ ବିଲ ମଝିରେ । ଏହା ପରେ ମାଙ୍କଡ ମାନେ ଦୁଃଖରେ ଘେରି ଯାଇଥିଲେ ତାକୁ । ସ୍ଥିତି ଏମିତି ହୋଇଯାଇଥିଲା ଯେ, ଯେତେବେଳେ ଶବ ସତ୍କାର ପାଇଁ ଗାଁ ଲୋକମାନେ ଚାହିଁ ଥିଲେ ସେତେବେଳେ ସେମାନେ ମାଙ୍କଡର ଶବଟିକୁ ଦେବା ପାଇଁ ପ୍ରସ୍ତୁତ ନଥିଲେ । ଗ୍ରାମବାସୀ ମାନେ ମାଙ୍କଡ ଶବକୁ ଆଣି କୀର୍ତ୍ତନ କରି ତାର ଶବ ସତ୍କାର କରିଥିଲେ ।

