ଦିବ୍ୟା ଭାରତୀଙ୍କ ଠାରୁ ବି ଅଧିକ ସୁନ୍ଦର ତାଙ୍କ ଭଉଣୀ, କରି ସାରିଛନ୍ତି ଏହି ଫିଲ୍ମରେ କାମ

କହିବାକୁ ଗଲେ ପିତା ମାତାଙ୍କ ଠାରୁ ହିଁ ପିଲାମାନଙ୍କୁ ସବୁକିଛି ମିଳିଥାଏ । ଆପଣ ଗୋଟିଏ ପରିବାରର କୌଣସି ବି ବ୍ୟକ୍ତିକୁ ଦେଖି ସେହି ପରିବାରର ଅନ୍ୟ ସଦସ୍ୟମାନେ କେମିତି ହୋଇଥିବେ ଏହା ବିଷୟରେ ଅନ୍ଦାଜ ଲଗାଇ ପାରିବେ । ଏହିଭଳି ସୁନ୍ଦରତା ଏକ ଏମିତି ଜିନିଷ ଯାହା ନିଜ ପରିବାର ଠାରୁ ହିଁ ମିଳିଥାଏ । ଯଦି ଆମେ ସୁନ୍ଦରତାର କଥା କହିବା ତେବେ ୯୦ ଦଶକର ବଲୀଉଡର ଅଭିନେତ୍ରୀ ଦିବ୍ୟା ଭାରତୀ ସୁନ୍ଦରତାର ମାମଲାରେ କାହା ଠାରୁ କମ ନୁହନ୍ତି । ସେ ସେହି ସମୟରେ ସୁନ୍ଦରତାରେ ଶ୍ରୀଦେବୀଙ୍କୁ ବି ଟକ୍କର ଦେଉଥିଲେ ଓ ମାତ୍ର ଗୋଟିଏ ବର୍ଷ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ହିଁ ସାଧାରଣ ଲୋକଙ୍କ ଠାରୁ ନେଇ ବଲୀଉଡର ସବୁ କଳାକାର ଓ ଫିଲ୍ମ ମେକର୍ସ ତାଙ୍କର ଦିବାନା ହୋଇ ଯାଇଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଦିବ୍ୟା ଭାରତୀଙ୍କ ଗୋଟିଏ ଭଉଣୀ ବି ଅଛନ୍ତି ଯିଏ ସୁନ୍ଦରତାରେ ଦିବ୍ୟା ଭାରତୀଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

Image courtesy: Google

ବଲୀଉଡରେ ଶହ ଶହ ଅଭିନେତ୍ରୀ ଅଛନ୍ତି । କିନ୍ତୁ କେତେକ ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନଙ୍କ ପ୍ରତିଭା ଓ ସୁନ୍ଦରତା ପାଇଁ ଆଜି ବି ତାଙ୍କୁ ଲୋକମାନେ ମନେ ରଖିଛନ୍ତି । ଏଥି ମଧ୍ୟରୁ ଜଣେ ଥିଲେ ଦିବ୍ୟା ଭାରତୀ । ୯୦ ଦଶକର ସୁନ୍ଦରତାରେ ପରିପୂର୍ଣ୍ଣ ଦିବ୍ୟା ଭାରତୀ ଆଜି ଆମ ଗହଣରେ ଆଉ ନାହାନ୍ତି । ଫିଲ୍ମରେ କିଛି ବର୍ଷ କାମ କରିବା ପରେ ମାତ୍ର ୧୯ ବର୍ଷ ବୟସର ହିଁ ସେ ଏହି ଦୁନିଆକୁ ଛାଡି ଚାଲିଗଲେ ।

Image courtesy: Google

କିନ୍ତୁ ତାଙ୍କର ମୃତ୍ୟୁ କେମିତି ହୋଇଛି ଆଜି ପର୍ଯ୍ୟନ୍ତ ତାହା ଏକ ରହସ୍ୟ ହୋଇ ରହିଛି । ବର୍ଷ ୧୯୯୩ ରେ ତାଙ୍କର ମୃତ୍ୟୁ ଏକ ବିଲଡିଙ୍ଗର ୮ ମହଲାରୁ ତଳକୁ ପଡି ହୋଇଥିଲା ଓ ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରିଲେ ନାହିଁ କି ଏହା କେମିତି ହୋଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରା ଯାଇଛି ଏହା ବିଷୟରେ କୌଣସି ବି ତଥ୍ୟ କାହା ପାଖରେ ନାହିଁ ଓ ପୋଲିସ ବି ଏହି କେସକୁ ବନ୍ଦ କରି ଦେଇଛି ।

Image courtesy: Google

କିନ୍ତୁ ଯଦି ଦିବ୍ୟା ଭାରତୀଙ୍କ ଭଉଣୀଙ୍କ ବିଷୟରେ କଥା ହେବା ତ ତାଙ୍କର ଭଉଣୀ କାୟନାତ ଅରୋଡ଼ାଙ୍କ କିଛି ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସୁନ୍ଦରତା ମାମଲାରେ ଦିବ୍ୟା ଭାରତୀଙ୍କ ଠାରୁ କାୟନାତ ଅରୋଡ଼ା କମ ନୁହନ୍ତି । କାୟନାତ ଅରୋଡ଼ା ଦେଖିବାକୁ ଅତି ସୁନ୍ଦର ଅଟନ୍ତି ଓ ସେ ପଞ୍ଜାବୀ ଫିଲ୍ମ ଜରିଆରେ କୋଟି କୋଟି ଲୋକମାନଙ୍କ ହୃଦୟରେ ରାଜ କରୁଛନ୍ତି ।

Image courtesy: Google

ବର୍ଷ ୨୦୧୩ରେ ଆସିଥିବା ବଲୀଉଡ ଫିଲ୍ମ ଗ୍ରାଣ୍ଡ ମସ୍ତିରେ କାୟନାତ ଅରୋଡ଼ା ନଜର ଆସି ସାରିଛନ୍ତି । କାୟନାତ ଅରୋଡ଼ା ନିଜର ଡେବ୍ୟୁ ଫିଲ୍ମରେ ହିଁ ସମସ୍ତଙ୍କର ହୃଦୟ ଜିତି ନେଇଥିଲେ ଓ ଦର୍ଶକମାନେ ବି ତାଙ୍କୁ ବହୁତ ପସନ୍ଦ କରିଥିଲେ । ଫିଲ୍ମ ଗ୍ରାଣ୍ଡ ମସ୍ତି ବକ୍ସ ଅଫସିରେ ୧୩୬ କୋଟି ଟଙ୍କାର କାରୋବାର ବି କରିଥିଲା । ଯଦି ବର୍ତ୍ତମାନ ସମୟ ବିଷୟରେ କଥା ହେବା ତ କାୟନାତ ଅରୋଡ଼ାଙ୍କ କିଛି ହଟ ଫଟୋ ସାମ୍ନାକୁ ଆସୁଛି ।

ଯେଉଁଥିରେ ସେ ବୋଲ୍ଡ ନଜର ଆସୁଛନ୍ତି । କାୟନାତ ଅରୋଡ଼ା କେତେକ ପଞ୍ଜାବୀ ଫିଲ୍ମରେ ବି କାମ କରିଛନ୍ତି । ଏହା ସହିତ କାୟନାତ ଅରୋଡ଼ା ସୋସିଆଲ ମିଡିଆରେ ବି ବହୁତ ଆକ୍ଟିବ ରୁହନ୍ତି ଓ ଆପଣଙ୍କୁ କହିଦେଉଛୁ କି କାୟନାତ ଅରୋଡ଼ାଙ୍କ ଫଟୋ ଶେୟାର ହେବା ମାତ୍ରେ ହିଁ ସେହି ଫଟୋକୁ ଲକ୍ଷ ଲକ୍ଷ ଲାଇକ ମିଳିଯାଏ । ମନୋରଞ୍ଜନ ଦୁନିଆରା ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *