କରୋନା ରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଡାଏଟ ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଛୁଇଁ ବି ପାରିବନି କରୋନା- Baba Ramdev Tips

ବନ୍ଧୁଗଣ ଭାରତରେ କାରୋନା ମହାମାରୀର କୋପ ବହୁତ ଅଧିକ ବଢି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶରେ କାରୋନା ମହାମାରୀର ସଠିକ ଚିକିତ୍ସା କରାଯାଇ ନାହିଁ । କରୋନା ମହାମାରୀରେ ସଂକ୍ରମଣ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଉଛନ୍ତି । ବର୍ତ୍ତମାନର ସମୟରେ ହସ୍ପିଟାଲରେ ବେଡର ଅଭାବ ରହିଛି ଓ ଆକ୍ସିଜେନ ମଧ୍ୟ ବହୁତ ଅଭାବ ରହିଛି । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ସୁସ୍ଥ ରହିବା ଉଚିତ ଓ କିଛି ଜୀବନ ଶୈଳୀକୁ ଆପଣାଇବା ଉଚିତ । ବନ୍ଧୁଗଣ କରୋନା ମହାମାରୀ ଠାରୁ ବଞ୍ଚିବାକୁ ହେଲେ ସମସ୍ତ ଲୋକଙ୍କୁ ଏକ ଭଲ ଡାଏଟ ନେବା ନିହାତି ଆବଶ୍ୟକ

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଡାକ୍ତର କେକେ ଅଗ୍ରୱାଲଙ୍କ ମତରେ କିପରି ନିଜ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇବେ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନତୁ ଜାଣିବା ଏହା ବିଷୟରେ ।

ଦହି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଦହି । ଅବଶ୍ୟ ଦହି ହେଉଛି ଏକ ଥଣ୍ଡା ଜିନିଷ ଯାହାର ଅତ୍ୟଧିକ ସେବନ ଦ୍ଵାରା ଆମକୁ ଥଣ୍ଡା କାସ ଆଦି ସମସ୍ୟା ହୋଇପାରେ । କିନ୍ତୁ ବନ୍ଧୁଗଣ ଦହି ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିର କ୍ଷମତାକୁ ବଢାଇଥାଏ । ତେଣୁ ବନ୍ଧୁଗଣ ଡାକ୍ତର କେକେ ଅଗ୍ରୱାଲଙ୍କ ମତରେ ଆପଣ ମାନଙ୍କୁ ଦିନକୁଙ୍କୁ ଥରେ ଦହିର ସେବନ କରିବା ନିହାତି ଆବଶ୍ୟକ ।

ତୁଳସୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ତୁଳସୀ । ତୁଳସୀ ଏକ ଧାର୍ମିକ ଗଛ ହେବା ସହିତ ଏକ ଔଷଧୀୟ ଗଛ ମଧ୍ୟ ଅଟେ । ତୁଳସୀ ଆମ ଶରୀରର କେତେକ ମାରାତ୍ମକ ରୋଗକୁ ଦୂର କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନେ ଦିନରେ ୪ଟି ତୁଳସୀ ପତ୍ରର ସେବନ କରନ୍ତୁ । ଏହା ଆପଣଙ୍କ ରୋଗପ୍ରତିଷେଧକ ଶକ୍ତିକୁ ବହୁତ ଅଧିକ ବଢେଇ ଦେବ ।

ହଳଦୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ହଳଦୀ । ବନ୍ଧୁଗଣ ହଳଦୀ ହେଉଛି ଏକ ଏନ୍ଟିସେପ୍ଟିକ ଯାହା କେତେକ ଆଘାତ ସ୍ଥାନକୁ ପୂରଣ କରିବାରେ ଲାଭଦାୟକ ହୋଇଥାଏ । ହଳଦୀକୁ ଯଦି ଆପଣ ମାନେ କ୍ଷୀରରେ ମିଶାଇ ସେବନ କରିବେ ତା ହେଲେ ଆପଣଙ୍କ ରୋଗପ୍ରତିଷେଧକ ଶକ୍ତି ବହୁତ ଅଧିକ ବଢିଯିବ । ହଳଦୀ ଆମ ଶରୀରର ମଧ୍ୟରେ ଥିବା ଖରାପ ବ୍ୟାକ୍ଟେରିଆ ଗୁଡିକୁ ନଷ୍ଟ କରିବାରେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।


ଓଟ୍ସ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଓଟ୍ସ । ସାଧାରଣତଃ ବନ୍ଧୁଗଣ ବର୍ତ୍ତମାନ ଅଧିକାଂଶ ଘରେ ଓଟ୍ସର ବ୍ୟବହାର ହେଉଛି । ଲୋକମାନେ ଏହାକୁ ବ୍ରେକଫାଷ୍ଟରେ ସେବନ କରୁଛନ୍ତି । ଓଟ୍ସରେ କ୍ୟାଲସିୟମ, ଜିଙ୍କ, ମାଗ୍ନେସିୟମ, ଭିଟାମିନ B ଓ ଆଇରନ ପ୍ରଚୁର ମାତ୍ରାରେ ରହିଥାଏ ଯାହା ଆପଣଙ୍କ ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଦିନକୁ ଥରେ ଓଟ୍ସର ସେବନ ନିଶ୍ଚୟ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *