ଡାଇବେଟିସ ରୋଗୀ କରୋନା ରୁ କେମିତି ବଞ୍ଚିବେ ? Dr Jothy Dev Keshav

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଆଜି ଆମେ ମଧୁମେହ ରୋଗୀଙ୍କୁ କରୋନା ହୋଇ ଯାଏ ତେବେ ତାହାର ଉପଚାର କିପରି କରିବା ସେ ବିଷୟରେ ଆଲୋଚନା କରିବା ।

ପ୍ରଥମେ ଆପଣ ନିଜର ଜୀବନ ଶୈଳୀ କୁ ପରିବର୍ତ୍ତନ କରିବାକୁ ପଡିବ । ବାହାର ଜିନିଷ ତେଲ ଜାତୀୟ ଖାଦ୍ୟ ରୁ ଦୁରେଇ ରହିବା ଉଚିତ । ନିୟମିତ ଭାବରେ ଯୋଗ ଏବଂ ବ୍ୟାୟାମ କରିବା ଆବଶ୍ୟକ । ଅନୁଲୋମ ବିଲୋମ ଦ୍ୱାରା ଆପଣ ଙ୍କ ଅମ୍ଳଜାନ ର ମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ । ମଧୁମେହ ଏକ ହରମୋନ ଜନିତ ରୋଗ । ମଧୁମେହ ରୋଗ ଥରେ ହେଲେ ମାନେ ତାହା ଆଖି, ଫୁସଫୁସ, କିଡନୀ, ହାର୍ଟ ଆଦି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

କାରଣ ମଧୁମେହ ଆମ ରୋଗ ପ୍ରତିରୋଧକ ଶକ୍ତି କୁ କମ କରାଇ ଥାଏ ଯାହା ଯୋଗୁଁ ଆମ ଶରୀର ଦୁର୍ବଳ ହୁଏ ଏବଂ ରୋଗ ଆଦି ବଢ଼ିବାରେ ଲାଗିଥାଏ । ଏହାକୁ ରୋକିବା ପାଇଁ ପ୍ରଥମେ ଆପଣ ଅଧିକ କ୍ୟାଲେରି ଯୁକ୍ତ ଖାଦ୍ୟ ଖାଇବା ନାହିଁ । ସକାଳେ ଅଧିକ ଖାଇବା, ଦିପହର ରେ ଟିକେ କମ ଏବଂ ରାତିରେ ତାଠାରୁ ଟିକେ କମ ଖାଦ୍ୟ ଖାଇବା ଉଚିତ ଏବଂ ଅଧିକ ମିଠା କିମ୍ବା ତେଲ ମସଲା ଖାଦ୍ୟ ଠାରୁ ଯେତେ ସମ୍ଭବ ଦୁରେଇ ରହିବା ଉଚିତ । ବାହାରେ ମିଳୁ ଥିବା ଫାଷ୍ଟ ଫୁଡ଼ ଠାରୁ ଦୂରେଇ ରହିବା ଉଚିତ ।

ଏହା ଛଡା ସକାଳେ ଏବଂ ସନ୍ଧ୍ୟା ରେ ଅଧ ଘଣ୍ଟା ଯୋଗ,ବ୍ୟାୟାମ ଏବଂ ଏକ୍ସସାଇଜ କରିବା ଆବଶ୍ୟକ । ଆପଣ ଜାମୁକୋଳି, ଲେମ୍ଭୁ, ନାଶପାତି ଆଦି କୁ ଖାଇ ପାରିବେ ଏବଂ କଦଳୀ,ସେଓ,ଅଙ୍ଗୁର କୁ ବାରଣ କରିବେ । ନି-ଶା-ଦ୍ର-ବ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ଏହା ଆମ ଶରୀର କୁ ବହୁତ କ୍ଷତି ପହଞ୍ଚାଇ ଥାଏ । ତେଣୁ ଯେତେ ଦୁର ସମ୍ଭବ ପୋଷଣ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ କୋଭିଡ ଗାଇଡ଼ ଲାଇନ କୁ ମାନନ୍ତୁ । ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *