ACF Soumyaranjan ଡେଥ ମିଷ୍ଟ୍ରି: DFO ଙ୍କୁ ଜେରା ପରେ ସାମନାକୁ ଆସୁଛି ଏମିତି ତଥ୍ୟ ! ପୋଲିସ ର ଆଇଏଫଏସ ପ୍ରେମ, କଣ ତଦନ୍ତ ର ମୋଡ ବଦଳାଇ ଦେବନି ତ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଦଶଦିନ ହେବ ଚର୍ଚ୍ଚା ରେ ରହୁଥିବା ନ୍ୟୁଜ ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ହେବା ସହ ଅନେକ କିଛି ତଥ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ବିଦ୍ୟା ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ତେବେ ଏହି ସବୁ ଭିତରେ ବର୍ତ୍ତମାନ ଆଜି ଯାହାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦେଖାଯାଉଛି ଡିଏଫଓ ସଂଗ୍ରାମ କେଶରୀ ଙ୍କୁ ପୋଲିସ ଜେରା କରିଛି । ଦୀର୍ଘ ତିନି ଘଂଟା ଏବଂ ଆଠ ପୃଷ୍ଠା ରେ ଥିବା ପଚାଶ ଟି ପ୍ରଶ୍ନ ର ଉତ୍ତର ଦେଇଛନ୍ତି । ତେବେ ସୂଚନା ଅନୁସାରେ ସେ ବିଦ୍ୟା ଙ୍କ ସହିତ କୌଣସି ଅନୈତିକ ସମ୍ପର୍କ ନାହିଁ ଏବଂ ସେ ବିଦ୍ୟା ଙ୍କୁ ଜାଣି ନାହାଁନ୍ତି ସେ ତାଙ୍କୁ ପ୍ରଥମ ଥର ହସ୍ପିଟାଲରେ ହିଁ ଦେଖିଥିଲେ ଏହା ଛଡା ସୌମ୍ୟ ଙ୍କ ସହ ତାଙ୍କର କେବଳ ଅଫିସିୟାଲୀ ସମ୍ପର୍କ କୌଣସି ବ୍ୟକ୍ତି ଗତ ସମ୍ପର୍କ ନାହିଁ ।

ତେବେ ସଂଗ୍ରାମ ଙ୍କୁ ଯେତେବେଳେ ମିଡ଼ିଆ ବାଲା କିଛି ବି ପ୍ରଶ୍ନ କରିବା ସମୟରେ ସେ ନିରବ ଥିଲେ ଏବଂ ଅଣଦେଖା କରି ଚାଲିଗଲେ । ତେବେ ତଦନ୍ତ କରୁଥିବା ପୋଲିସ ଙ୍କ ଅନୁସାରେ ଏହି ମାମଲା ର ବହୁତ ଭଲ ଭାବରେ ତଦନ୍ତ ଚାଲିଛି ଏବଂ ସବୁ ବିଷୟ ପ୍ରତି ଧ୍ୟାନ ମଧ୍ୟ ଦିଆଯାଉଛି । ଆବଶ୍ୟକ ପଡ଼ିଲେ ଡିଏଫଓ ସଂଗ୍ରାମ ଙ୍କୁ ଆଉଥରେ ଜେରା ପାଇଁ ଡ଼କାଯାଇ ପାରେ । ତେବେ ସଂଗ୍ରାମ ଙ୍କ ଫୋନ କୁ ସିଜ ମଧ୍ୟ କରାଯାଇଛି ।

ତେବେ ପ୍ରଶ୍ନ ଆସୁଛି ଯଦି ଡିଏଫଓ ବିଦ୍ୟା ଙ୍କୁ ଜାଣି ନଥିଲେ ଏବଂ ହସ୍ପିଟାଲରେ ପ୍ରଥମ ଥର ଦେଖିଥିଲେ ତେବେ ବିଦ୍ୟା ତାଙ୍କୁ ଜାଣିଲେ କିପରି ଏବଂ ନମସ୍କାର କଲେ କିପରି ଏବଂ ପୋଲିସ କଣ ପାଇଁ ଏତେ ତଦନ୍ତ କରିବାରେ ଏତେ ସମୟ ଲଗାଉଛନ୍ତି ଏବଂ ସୌମ୍ୟ କିପରି ଜଳିଲେ ତାହାର ମଧ୍ୟ ସୂଚନା ମିଳି ପାରି ନାହିଁ ତେବେ ତଦନ୍ତ ଙ୍କୁ ଆଉ ଏକ ଦିଗ ରେ ନେବା ପାଇଁ ସୁନିଶ୍ଚିତ ଯୋଜନା ହେଉ ନାହିଁ ତ? ଏବଂ ପୋଲିସ ର ଆଇ ଏଫ ଏସ ପ୍ରେମ ତଦନ୍ତ ର ଆଖିରେ ପଟି ବାନ୍ଧିବନି ତ ?

ତେବେ ଦେଖିବାର ଅଛି ସୌମ୍ୟ ଙ୍କୁ ଉଚିତ ନ୍ୟାୟ ମିଳୁଛି କିମ୍ବା ନାହିଁ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *