ମାଡି ଆସୁଛି ପ୍ରଳୟଙ୍କରୀ ବାତ୍ୟା Batsirai ! 200 କିଲୋମିଟର ବେଗରେ ବହିବ ପବନ ! ଦେଖନ୍ତୁ କଣ ରହିଛି ସଂପୂର୍ଣ୍ଣ ଖବର !

ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଏହି ଖବରଟି ଆପଣ ମାନଙ୍କ ଚିନ୍ତା ବଢାଇ ପାରେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଫେବୃୟାରି ମାସରେ ହେବାକୁ ଯାଉଛି ବାତ୍ୟା ।

ମାଡି ଆସୁଛି ପ୍ରଳୟଙ୍କରୀ ବାତ୍ୟା ଏହି ବାତ୍ୟାର ନା ବାଟସିରାଇ ଦିଆଯାଇଛି । ଏହି ବାତ୍ୟାଟି ପ୍ରଳୟ ଆଣିବ ଓ ତାଣ୍ଡବ ରଚିବ । ସ୍ୟାଟଲାଇଟ ଚିତ୍ରରୁ ବାତ୍ୟା ବାଟସିରାଇର ଭୟଙ୍କର ରୂପ ସାମ୍ନାକୁ ଆସିଛି । ଏବେ ସ୍ଥଳଭାଗ ମୁହାଁ ହୋଇଛି ସାଇକ୍ଳୋନ । ମାଡଗାସ୍କାର ଉପକୂଳରେ ହିଟ୍ କରିବ । ଆଜି ମାଡ ହେବ ବାଟସିରାଇ ।

ସ୍ଥଳ ଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିପାରେ । ସେଠାକାର ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛନ୍ତି । ଏହି ବାତ୍ୟା ଦ୍ଵାରା ବ୍ୟାପକ କ୍ଷୟ କ୍ଷତିର ଆଶଙ୍କା ରହିଛି । ଏହି ବାତ୍ୟା ବାଟସିରାଇର ଗତିପଥରେ ଆସୁଛନ୍ତି ୨ କୋଟି ୮୦ ଲକ୍ଷ ଲୋକ । ପାଣିପାଗ ସୂଚନା ମୁତାବକ ୬ ଲକ୍ଷ ଲୋକ ଏହି ବାତ୍ୟା ବାଟସିରାଇ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେବେ ।

ବାତ୍ୟା ଆସିବାକୁ ନେଇ ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଇଛି । ଗତ ଦୁଇ ସପ୍ତାହ ତଳେ ମାଡଗାସ୍କାର ଦୀପକୁ ହିଟ୍ କରିଥିଲା ବାତ୍ୟା ଆନା । ତା ଠାରୁ ଅଧିକ ଶକ୍ତିଶାଳୀ ଓ ପ୍ରଳୟଙ୍କରୀ ହେଉଛି ବାତ୍ୟା ବାଟସିରାଇ । ସ୍ଥଳଭାଗ ଛୁଇଁବା ବେଳକୁ କ୍ୟାଟାଗୋରୀ ୩ ରୁ କ୍ୟାଟାଗୋରୀ ୪ ସାଇକ୍ଳୋନର ରୂପ ନେବ ବାଟସିରାଇ । ପାଣିପାଗ ସୂଚନା ମୁତାବକ ପ୍ରବଳ ପବନ ସହ ୩୦ ସେଣ୍ଟିମିଟର ବର୍ଷା ହେବାର ପୂର୍ବାନୁମାନ କରାଯାଉଛି ।

ବର୍ଷା ଆଣିପାରେ ଅଚାନକ ବନ୍ୟା । ସମୁଦ୍ରରେ ୧୫ ମିଟର ଉଚ୍ଚରେ ଜୁଆର ମାଡି ଆସିପାରେ । କୁହାଯାଉଛି ସାଇକ୍ଳୋନ ବାଟସିରାଇ ମାଡାଗାସ୍କାର ଦୀପର ୧୭ ବର୍ଷ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ହେବ । ତେଣୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ନିଆଯାଇଛି । ଗତ ସପ୍ତାହ ତଳେ ବାତ୍ୟା ମାଡ ସହିଥିବା ମାଡାଗାସ୍କାର ପାଇଁ ବାଟସିରାଇ ନୂଆ ଚ୍ୟାଲେଞ୍ଜ ଆଣିଛି ।

Leave a Reply

Your email address will not be published. Required fields are marked *