ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି ।
କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମା-ରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉ-ଦ୍ଧା-ର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା ।
ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମାରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା ।
ତେବେ ଘଟଣା ଟି ହେଉଛି ବିଳାଶପୁର ରୁ କିଛି ଦୁରରେ ଅବସ୍ଥିତ ଗାଁର । ସେଠାରେ ଜଣଙ୍କ ଘରେ ତାଙ୍କ ଝିଅ ଯେତେବେଳେ ପୂଜା କରିବାକୁ ଯାଇଥିଲା ସେତେବେଳେ ସେ ଏକ କୋବ୍ରା କୁ ଦେଖିଥିଲା ଏବଂ ସଙ୍ଗେ ସଙ୍ଗେ ସେ ନିଜ ବାପା ମାଆ ଙ୍କୁ ଜଣାଇ ଥିଲେ । ତେବେ ବାପା ମାଆ ସାପକୁ ଉଦ୍ଧାର କରିବା ପାଇଁ କୋମଲ ଚୌଧୁରୀ ଯିଏ କି ସାପ ଉଦ୍ଧାର କାରୀ ତାଙ୍କୁ ଡାକିଥିଲେ ।
ତେବେ ତାଙ୍କ ଘର ପାଖରେ ଅନେକ ବିଲ ରହିଛି ଏବଂ ସେ ଏକ ଘରେ ଧାନ କୁ ଷ୍ଟାକ କରି ରଖିଛନ୍ତି ଏବଂ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ଏକ ମୂର୍ତ୍ତି ମଧ୍ୟ ରହିଛି । ତେବେ ସାପ ଟି ମୂଷା ଖାଇବା ପାଇଁ ସେହି ଘରେ ପଶି ଯାଇଥିଲା ତେବେ ଆଶ୍ଚର୍ଯ୍ୟ ର କଥା କି ସେ ସିଧା ଯାଇ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ର ବେକ ରେ ହିଁ ବସିଥିଲା ଏହା ଏକ ଚମତ୍କାର କଥା ମଧ୍ୟ ।
ତେବେ ଏହା ସହିତ ସେ କାହାର କୌଣସି ପ୍ରକାରର କ୍ଷତି ମଧ୍ୟ କରି ନଥିଲା । ତେବେ କୋମଲ ତାକୁ ବହୁତ ଆରାମ ରେ ଏବଂ ଯତ୍ନ ର ସହିତ ତାକୁ ବାହାର କରି ଜଂଗଲ ରେ ଛାଡି ଦେଇଥିଲେ । ତେବେ ତାଙ୍କର କହିବା କଥା ହେଉଛି ଏହି କୋବ୍ରା ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମାନବିକତା ରହିଛି ତେଣୁ ସେ ତାକୁ ଉଦ୍ଧାର କରି ଜଂଗଲ କୁ ଛାଡିବା ର ପ୍ରୟାସ କରିଥାନ୍ତି ।
ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝଡା ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।
ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।