ଆନ୍ଦୋଳନକାରୀଙ୍କ ଅଜବ ଦାବି, ୧୦ ମିନିଟ ରେ ଭଲ ହୋଇଯାଉଛି କରୋନା, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ମହାମାରୀ ର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମହାମାରୀ ର ପ୍ରଭାବ ବର୍ତ୍ତମାନ ସୁଦ୍ଧା କମିନାହିଁ । କୋରନା ମହାମାରୀ ର ଶିକାର ଅନେକ ଲୋକ ହେଉଛନ୍ତି ଏବଂ ନିଜର ପ୍ରାଣ ହରାଉଛନ୍ତି ।

କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କୋରନା ମହାମାରୀ ଅନେକ ଙ୍କ ଜୀବନ ନେଇ ଯାଉଛି । କିନ୍ତୁ ଏଭଳି ଗମ୍ଭୀର ପରିସ୍ଥିତି ରେ ମଧ୍ୟ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ କାର୍ଯ୍ୟ କଳାପ ଏହି ମହାମାରୀ ବଢିବାର କାରଣ ସାଜିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଭୁବନେଶ୍ୱର ରେ କିଛି ବ୍ୟକ୍ତି କରିଥିବା ରାଲି । ଆନ୍ଦୋଳନକାରୀ ରାସ୍ତା ରେ ରାଲି କରିଛନ୍ତି ଏବଂ ସେ କହିଛନ୍ତି ଯେ,କୋରନା ନାଁ ରେ ଚାଲିଥିବା ଷଡ଼ଯନ୍ତ୍ର ର ପର୍ଦା ଫାସ କରିବା ପାଇଁ ସେ ଏଭଳି ରାଲି କରିଛନ୍ତି ।

ତାଙ୍କର ଦାବି ଏହା ରହିଛି ଯେ, ପାଖାପାଖି ଏକ ବର୍ଷ ହେବ କୋରନା ମହାମାରୀ ଦେଶରେ ବ୍ୟାପିଛି ଏବଂ ସେ ବିନା ମାସ୍କ ରେ ପ୍ରାୟ ଦଶ ହଜାର କୋରନା ରୋଗୀ ଙ୍କୁ ଛୁଇଁଛନ୍ତି । ତାଙ୍କ କହିବାନୁଯାୟୀ ମାତ୍ର ୧୦ ମିନିଟ ମଧ୍ୟରେ କୋରନା ରୋଗ ଭଲ ହୋଇ ଯାଉଛି । ଅଳ୍ପ ସମୟ ମଧ୍ୟରେ ରେ ହିଁ ରୋଗୀ ମାନେ କୋରନା ରୁ ରିକଭରି କରୁଛନ୍ତି । ଆନ୍ଦୋଳନକାରୀ ଙ୍କ କହିବାନୁସାରେ, କୋରନା ରୋଗରେ ଆକ୍ରାନ୍ତ ହେବା ପରେ ରୋଗୀ ଙ୍କୁ ଯେଉଁ ଜ୍ୱର ହୋଇଥାଏ ତାହା ସାଧାରଣ ଫ୍ଲୁ ଅଟେ ।

ଏହା କୌଣସି ଘାତକ ବିମାରି ନୁହେଁ । ଏଥିପାଇଁ ଏକ ସହଜ ଉପାୟ ରହିଛି । ଗରମ ପାଣି ରେ ଏକ ଚାମଚ ଗୁଆ ଘିଅ ମିଶାଇ ପିଇବା ଦ୍ୱାରା ଏହି ଜ୍ୱର ଭଲ ହୋଇ ଯାଉଛି ଏବଂ ଯେଉଁ ମାନଙ୍କ ଫୁସଫୁସ କାମ କରୁ ନାହିଁ ସେମାନେ ଗରମ ପାଣି ରେ ହଳଦୀ ମିଶାଇ ଗାର୍ଗଲିଂ କରିବା ଦ୍ୱାରା ଶରୀର ରେ ଥିବା କଫ ବାହାରି ଯାଉଛି ଏବଂ ସ୍ୱାସ୍ଥ୍ୟ ଭଲ ହୋଇ ଯାଉଛି । ତେଣୁ ଏଥିପାଇଁ ଲୋକ ମାନଙ୍କୁ ଘରେ ବସାଇବା ଏବଂ କଟକଣା ଜାରି କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଏହା ଏକ ସାଧାରଣ ଫ୍ଲୁ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ମୁହଁରେ ଯେଉଁ ମାସ୍କ ପିନ୍ଧୁଛୁ ତାହା ଆମ ଶରୀର ପାଇଁ କ୍ଷତିକାରକ ଅଟେ । କାରଣ ଏହାଦ୍ବାରା ସୂର୍ଯ୍ୟ କିରଣ ଓ ବାୟୁ ର ସ୍ପର୍ଶ ଆମ ପାଟି ଭିତରକୁ ଯାଉ ନାହିଁ । ଏହାଦ୍ବାରା ଜୀବାଣୁ ନାଶ ହେଉ ନାହାନ୍ତି । ତେଣୁ ମାସ୍କ ପିନ୍ଧିବା ବନ୍ଦ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି । ତାଙ୍କ ଅନୁସାରେ କୋରନା ନିମନ୍ତେ ଲୋକ ମାନଙ୍କୁ ଯେଉଁ ଟୀକା ଦିଆ ଯାଉଛି ତାହା ମଧ୍ୟ ବନ୍ଦ କରାଯାଉ ।

କାରଣ ଏହାଦ୍ବାରା ହିଁ କୋରନା ବୃଦ୍ଧି ହେଉଛି । ଏହି ଟୀକା ହିଁ କୋରନା ର କାରକ ଅଟେ । ତେଣୁ ଟୀକା ଦାନ ପ୍ରକ୍ରିୟା ମଧ୍ୟ ବନ୍ଦ କରାଯାଉ । ଆନ୍ଦୋଳନକାରୀ ଏହା ଦାବି କରିଛନ୍ତି ଯେ, ସରକାର କୋରନା ପାଇଁ ଯେଉଁ ଷଡଯନ୍ତ୍ର କରି ଲୋକ ମାନଙ୍କୁ କ୍ଷତି ଗ୍ରସ୍ତ କରାଉଛନ୍ତି ତାହା ତୁରନ୍ତ ବନ୍ଦ କରନ୍ତୁ ।

କିନ୍ତୁ ବନ୍ଧୁଗଣ ଆପଣମାନଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, କୋରନା ସଂକ୍ରମଣ ଯେପରି ବୃଦ୍ଧି ନ ପାଇବ ସେଥି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କଡ଼ା କଟକଣା ଜାରି କରିଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ତେଣୁ ଆପଣ ଏହି ମହାମାରୀ ପ୍ରତି ସତର୍କ ରୁହନ୍ତୁ ଏବଂ ସମସ୍ତ ନିୟମ ର ପାଳନ କରନ୍ତୁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ

Leave a Reply

Your email address will not be published. Required fields are marked *