ଓଡିଆ ଅଭିନେତ୍ରୀ Ipsita Mohanty (ତୁଳସୀ) ଙ୍କ Family & Biography, ୧୦ ବର୍ଷ ପରେ ବର୍ତ୍ତମାନ କଣ କରୁଛନ୍ତି ତୁଳସୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଇପ୍ସିତା ମହାନ୍ତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଈଟିଭି ରେ ପ୍ରସାରିତ ‘ତୁଳସୀ’ ଧାରାବାହିକ ଆପଣ ମାନେ ଦେଖିଥିବେ । ଏହି ଧାରାବାହିକ ରେ ଇପ୍ସିତା ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ ଆସିଥିଲା । ବହୁତ ସଂଖ୍ୟା ରେ ଦର୍ଶକ ଏହି ଧାରାବାହିକ କୁ ଦେଖୁଥିଲେ ଏବଂ ଇପ୍ସିତା ଙ୍କ ଭୂମିକା ର ପ୍ରଶଂସା ମଧ୍ୟ କରୁଥିଲେ ।

ତେବେ ଆପଣ ମାନେ କଣ ଜାଣିଛନ୍ତି କି ଅଭିନେତ୍ରୀ ଇପ୍ସିତା ମହାନ୍ତି ବର୍ତ୍ତମାନ କିପରି ଅଛନ୍ତି ଏବଂ କଣ କରୁଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ପରିବାର ତଥା ସମ୍ପୂର୍ଣ୍ଣ ଜୀବନୀ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଯେପରିକି ଆପଣ ମାନେ ଜାଣିଛନ୍ତି ତୁଳସୀ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ଇପ୍ସିତା ମହାନ୍ତି ।

ଇପ୍ସିତା ଙ୍କ ଘର ଭୁବନେଶ୍ୱର ରେ ଅବସ୍ଥିତ । ଇପ୍ସିତା ଭୁବନେଶ୍ୱର ରେ ହିଁ ଜନ୍ମ ଗ୍ରହଣ କରିଥିଲେ । ଇସ୍ପିତା ମହାନ୍ତି ଙ୍କ ପରିବାର ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ପରିବାର ରେ ତାଙ୍କ ସମେତ ତାଙ୍କ ସ୍ୱାମୀ ଏବଂ ତାଙ୍କର ଗୋଟିଏ ଛୋଟ ପୁଅ ଓ ଝିଅ ମଧ୍ୟ ଅଛନ୍ତି । ଇପ୍ସିତା ଙ୍କ ସ୍ଵାମୀ ଙ୍କ ନାମ ହେଉଛି ରୋହିତ ମହାନ୍ତି । ଆପଣ ମାନେ ଏହା ଭାବୁଥିବେ ଯେ, ଏଭଳି ପ୍ରତିଭାଶାଳୀ ଅଭିନେତ୍ରୀ ବର୍ତ୍ତମାନ କଣ ପାଇଁ ଓଡ଼ିଶା ରେ ରହୁ ନାହାନ୍ତି ଏବଂ ଧାରାବାହିକ ରେ କଣ ପାଇଁ ନଜର ଆସୁ ନାହାନ୍ତି ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ବର୍ତ୍ତମାନ ନିଜ ସ୍ୱାମୀ ଙ୍କ ସହିତ ଦୁବାଇ ରେ ରହୁଛନ୍ତି । ଆଗରୁ ଅଭିନେତ୍ରୀ ଇପ୍ସିତା ମହାନ୍ତି ଅନେକ ଆଲବମ, ଚଳଚ୍ଚିତ୍ର ଓ ଧାରାବାହିକ ରେ କାମ କରିଛନ୍ତି । କିନ୍ତୁ ତାଙ୍କର କିଛି ଲୋକପ୍ରିୟତା ହାସଲ କରିଥିବା ଆଲବମ୍ ଗୁଡ଼ିକ ହେଉଛି, ତୁ ମୋର ହୋଇଯା, ଏତେ ସୁନ୍ଦର ଏବଂ ଗୁଲୁଗୁଲିଆ ଝିଅ ଟେ ତୁ ଲୋ । ଏହା ସହିତ ସେ ଗୁଡବଏ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ଯେଉଁଥିରେ ଆପଣ ମାନେ ଅରିନ୍ଦମ ରଏ ଙ୍କୁ ହିରୋ ଭୂମିକା ରେ ଦେଖିବାକୁ ପାଇଥିବେ । ସୂଚନାନୁସାରେ, ପରବର୍ତ୍ତୀ ସମୟ ରେ ମଧ୍ୟ ଇପ୍ସିତା ଙ୍କୁ କୌଣସି ଧାରାବାହିକ ରେ ଦେଖିବାକୁ ମିଳିବ ନାହିଁ । ସେ ବର୍ତ୍ତମାନ ଇଣ୍ଡଷ୍ଟ୍ରୀ ରୁ ସମ୍ପୂର୍ଣ୍ଣ ରୂପରେ ଦୁରେଇ ଯାଇଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଇପ୍ସିତା ମହାନ୍ତି ଏବଂ ତାଙ୍କର ଅଭିନୟ କିପରି ଲାଗିଥାଏ ଆମକୁ ତାହା ନିଶ୍ଚିତ ଭାବରେ ଜଣାଇବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *