ବନ୍ଧୁଗଣ, ଦମନ ଚଳଚିତ୍ର ର ଋୟଲ ହିରୋ ଡାକ୍ତର ଓମକାର ହୋତା ଅଟନ୍ତି । ଏବଂ ସେ ନିଜ ସଂଘର୍ଷ କୁ ନେଇ ନିର୍ମିତ ହୋଇଥିବା ଚଳଚିତ୍ର ଦମନ କୁ ନେଇ ଭାବୁକ ହୋଇଯାଇଛନ୍ତି । ଏବଂ ମିଡିଆ ସାମ୍ନାରେ ସେ କିଛି ଏଭଳି କଥା ସେୟାର କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୃଦୟ ମଧ୍ୟ ମର୍ମାହତ ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଡାକ୍ତର ଓମକାର ହୋତା କିଭଳି ଏକ ବିଛିନ୍ନା ଅଞ୍ଚଳରେ ଯାଇ ଲୋକଙ୍କ ଚିନ୍ତାଧାରା କୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଲେ । ଯେଉଁଠାରେ ନିରୀହ ଆଦିବାସୀ ଙ୍କ ମାନବିକତା ରେ ପରିବର୍ତ୍ତନ ଆଣିଲେ ଏବଂ ତାଙ୍କୁ ହସ୍ପିଟାଲ ମୁହାଁ କରାଇଲେ । ମାଲକାନଗିରିରେ ସେ ଷ୍ଟ୍ରଗଲ କରିଥିଲେ । ଡାକ୍ତର ଓମକାର ହୋତା କହିଛନ୍ତି ଯେ ସେ ଯେତେବେଳେ ପ୍ରଥମେ ଟ୍ରେଲର ଦେଖିଲେ ସେ ସେତେବେଳେ ବିଶ୍ଵାସ କରିପାରିଲେ ନାହିଁ ।
ଯେତେବେଳେ ତାଙ୍କ ବନ୍ଧୁ ତାଙ୍କୁ ଜଣାଇଲେ ଯେ ତୁମର ଏକ ଚଳଚିତ୍ର ପ୍ରସ୍ତୁତ ହୋଇଛି, ମାତ୍ର ସେ ଯେତେବେଳେ ଟ୍ରେଲର ଦେଖିଲେ କିଛି ବିଶ୍ଵାସ କରି ପାରିଲେ ନାହିଁ । ଚଳଚିତ୍ର ରେ ଯାହା ଯାହା ସବୁ କୁହାଯାଇଥିଲା ସେ ସବୁ ଡାକ୍ତର ଦେଖି ଭାବୁକ ହୋଇଗଲେ । ପ୍ରତୀଟି କଥା ତଥା ସିଚୁଏସନ ବାସ୍ତବରେ ଘଟିଥିଲା ଡାକ୍ତର ଓମକାର ହୋତା ଙ୍କ ସହିତ ।
ତାଙ୍କ ଅଙ୍ଗେ ଲିଭାଇବା ଜୀବନସାଇଲି ଯେତେବେଳେ ତାଙ୍କ ସମ୍ମୁଖକୁ ଏଭଳି ଭାବରେ ଆସିଥିଲା ସେତେବେଳେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ରାତି ୩ ଟା ପର୍ଯ୍ୟନ୍ତ ତାଙ୍କୁ ସେଦିନ ନିଦ ହୋଇନଥିଲା । ଏବଂ ସେ ସେତେବେଳେ ହସ୍ପିଟାଲରୁ ଆସି ତାଙ୍କ ସ୍ତ୍ରୀ ଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ ମେସେଜ ଦେଇ କହିଲେ ଯେ ତାଙ୍କ ଫିଲ୍ମ ବାହାରିଛି ।

ଏହାପରେ ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ । ଡାକ୍ତର ଓମକାର ହୋତା, ପ୍ରଯୋଜକ ଏବଂ ବାବୁଶାନ ଙ୍କୁ ଧନ୍ୟବାଦ ଦେଇଛନ୍ତି ଯେ ସେମାନେ ଏଭଳି ରିୟଲ ଷ୍ଟୋରି କୁ ନେଇ କରିଛନ୍ତି । ଆଦିବାସୀ ଲୋକଙ୍କୁ ରୋଗ ସମ୍ବନ୍ଧରେ ତଥା ବାସ୍ତବରେ ଗୁନିଗାରେଡି କିଛି ନାହିଁ ବୋଲି ବୁଝାଇବାକୁ ୩ ମାସ ଲାଗିଥିଲା । ଧୀରେ ଧୀରେ ସେ ମାଲକାନଗିରିରେ ରହି ସେଠାକାର ସ୍ଥିତି କୁ ସଂପୂର୍ଣ୍ଣ ଭାବରେ ବଦଳାଇବାରେ ସକ୍ଷମ ହୋଇଥିଲେ । ତେବେ ବନ୍ଧୁଗଣ ଡାକ୍ତର ଓମକାର ହୋତା ଙ୍କ ସଂଘର୍ଷ ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ଏହା କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

