‘ଡାକ୍ତର ସୁମିତ ଭିତରୁ ଭିତରୁ କାନ୍ଦୁଛନ୍ତି, ହେଲେ କେହି ବି…’ କଣ କହୁଛନ୍ତି Sumit ଙ୍କ ଓକିଲ, ଦେଖନ୍ତୁ ଏହି Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ତେବେ ଏହି ମାମଲାଟି ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବେଳେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ଏବେ ତପସ୍ଵିନୀ ନିଜ ଶଶୁର ଘରେ ରହୁଛନ୍ତି । କିନ୍ତୁ ଜିଲ୍ଲା କୋର୍ଟଙ୍କ ଏହି ରାୟରେ ସୁମିତଙ୍କ ପରିବାର ଲୋକ ଖୁସି ନାହାନ୍ତି ଓ ସେମାନେ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇ କୋର୍ଟରେ ପିଟିସନ ଫାଇଲ କରିଛନ୍ତି ।

ତେବେ ବନ୍ଧୁଗଣ ଆଜି ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି କିଛି କଥା କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁମିତଙ୍କ ଓକିଲ କହିଛନ୍ତି-‘ବର୍ତ୍ତମାନ ଦୁଇଟି କେସ ଆମେ ଫାଇଲ କରିଛୁ ମାନ୍ୟବର ହାଇ କୋର୍ଟଙ୍କ ପାଖରେ’ ।

ଆଗକୁ ସେ କହିଛନ୍ତି-‘ଗୋଟେ କେସ ତାଙ୍କ ବାପା ଫାଇଲ କରିଛନ୍ତି ଯେଉଁଟା କି ତାଙ୍କ ଘର ଗେଟ ଭାଙ୍ଗି କିଛି ମହିଳା ଜବରଦସ୍ତ ପଶିଯିବାର କେସ । ଯେଉଁ ମାନେ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ପିଟିସନ ଫାଇଲ କରିଛୁ । ପୁରୁଷ କମିଶନ ହେଉଛି ଆମର ଗୋଟେ ଯୁଦ୍ଧ । ଆମେ ସରକାରଙ୍କ ପାଖରେ ନିବେଦନ କରୁଛୁ, ପ୍ରେସ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ, ରାଜନୀତିଜ୍ଞଙ୍କ ଠାରୁ ଆରମ୍ଭ କରି ଯୁଡିସିଆଲ ପର୍ଯ୍ୟନ୍ତ ପ୍ରତି ଜାଗାରେ ଆମେ ଡୋରକୁ ଲକ୍ କରୁଛୁ’ ।

ଆଗକୁ ସେ କହିଛନ୍ତି-‘ସମାଜରେ ପୁରୁଷ ମାନେ କେଉଁ ଭଳି ନିର୍ଯାତିତ ତାହା ଆମେ କହୁଛୁ । ପୁରୁଷଙ୍କୁ ମଣିଷର ମର୍ଯ୍ୟାଦା ଦିଆଯାଉ, ପୁରୁଷଙ୍କୁ ମଣିଷର ମାନ୍ୟତା ଦିଆଯାଉ । ପୁରୁଷଙ୍କ ଶରୀର କୌଣସି ଢଳେଇ ବା ଲୁହ ରଡରେ ତିଆରି ନୁହେଁ ତାହା ହେଉଛି ରକ୍ତ ମାଂସର ଶରୀର । ତାଙ୍କ ଶରୀର ବି ମହିଳାଙ୍କ ପରି ଓ କିନ୍ନର ମାନଙ୍କ ଭଳି । ତେବେ ଯଦି ଗୋଟେ ପୁରୁଷ ନିର୍ଯାତନା ପାଉଛି ତା ହେଲେ ସେ କେଉଁଠି ପହଞ୍ଚିବ’ ।

ଆଗକୁ ସେ କହିଛନ୍ତି-‘ତେଣୁ ଦୀର୍ଘ 11 ବର୍ଷ ଧରି ଆମେ ଗୋଟେ ଲଢେଇ ଜାରି ରଖିଛୁ ଯାହାର ନାମ ହେଉଛି ପୁରୁଷ କମିଶନ । ମହିଳା ଆଖି ଖୋଲିକି କାନ୍ଦେ ଠିକ ସେହି ଭଳି ପୁରୁଷ ନିଜ ମନ ହିତରେ କାନ୍ଦେ । କଥାରେ ଅଛି ମର୍ଦ କୋ ଦର୍ଦ ନେହି ହୋତା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁମିତଙ୍କ ଓକିଲ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *