ବନ୍ଧୁଗଣ ବର୍ତ୍ତମାନ ଦେଶ ଏବଂ ରାଜ୍ୟ ରେ କରୋନା ଜନିତ ଅଘଟଣ ସାମ୍ନା କୁ ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ର ଚାନ୍ଦପୁର ର କୋଭିଡ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି ।
ଯାହାକି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀ ମୁଣ୍ଡା ଗ୍ରାମର ପ୍ରଦୀପ୍ତ ଶତପଥୀ ନାମକ ଏକ ଯୁବକଙ୍କ ଦେହ ଅସୁସ୍ଥ ହେବା ରୁ ବୁଧବାର ରାତି ୧୧ଟା ସମୟରେ ତାଙ୍କ ପରିବାର ର ଲୋକ ମାନେ ଚାନ୍ଦପୁର ସ୍ଥିତ କୋଭିଡ ଡାକ୍ତରଖାନାକୁ ନେଇ ତାଙ୍କୁ ଭର୍ତ୍ତି କରିଥିଲେ । ଏବଂ ସେ ୱାର୍ଡ ନମ୍ବର ୨ର ବେଡ଼ ନମ୍ବର ୪୩ ରେ ଆଡ଼ମିଟ ହୋଇଥିଲେ ।
ହେଲେ ଗୁରୁବାର ୨୦ ତାରିଖ ଦିନ ପ୍ରଦୀପ୍ତ ଶତପଥୀ ଙ୍କ ଧର୍ମ ପତ୍ନୀ କୋଭିଡ ଡାକ୍ତରଖାନାରେ ପହଁଚି ତାଙ୍କ ସ୍ୱାମୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଅନେକ ସମୟ ଅପେକ୍ଷା କରିବା ପରେ ଏବଂ ଏକ ବିଶେଷ ସୁତ୍ର ରୁ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀ ଡାକ୍ତରଖାନାରେ ନାହାନ୍ତି ।
ଯାହା ଦ୍ୱାରା ଶେଷରେ ସେ ନିରାଶ ହୋଇ ଚାନ୍ଦବାଲି ଥାନା ରେ ଏକ ଲିଖିତ ଅ-ଭି-ଯୋ-ଗ କରିଥଲେ । ତେବେ ଏଠାରେ ପ୍ରଶ୍ନ ଏହା ରହୁଛି କି କୋଭିଡ ଡାକ୍ତରଖାନାରେ ଏତେ ସବୁ ସୁବିଧା ଏବଂ ସୁରକ୍ଷା ର ବ୍ୟବସ୍ଥା ଥାଇ ମଧ୍ୟ ପ୍ରଦୀପ୍ତ ଗଲେ କୁଆଡେ ଏବଂ ଏହା ପରେ ପ୍ରଶାସନ ଏବଂ ପୋ-ଲି-ସ ଏହାର ତ-ଦ-ନ୍ତ କରିବା ଆରମ୍ଭ କରି ଦେଇଛନ୍ତି ।
ପ୍ରଦୀପ୍ତ ଙ୍କ ଅକ୍ସୀଜେନ ମାତ୍ରା କମି ଯାଇଥିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ କୋଭିଡ ଡାକ୍ତରଖାନା ରେ ଆଡ଼ମିଟ କରାଇଥିଲେ । ଏବଂ ତା ପରଦିନ ଯେତେବେଳେ ତାଙ୍କ ପତ୍ନୀ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ଫୋନ ଅନ କରିବାକୁ କହିଲେ ସେତେବେଳେ ତାଙ୍କୁ କଂଟ୍ରୋଲର ରୁମ କୁ ଯିବାକୁ କହିଲେ ଏବଂ ଅନେକ ସମୟ ତାଙ୍କୁ ଅପେକ୍ଷା କରାଇ ରଖିଲେ । ଦିନ ୧୧ଟା ରୁ ୧ଟାଏ ବାଜିଗଲା ତାପରେ ସେ ଯେତେବେଳେ ସିକ୍ୟୁରୀଟି ଗାର୍ଡ କୁ ପଚାରିଲେ ସେ କହିଲେ କି ଆପଣ ଙ୍କ ସ୍ୱାମୀ ନି-ଖୋ-ଜ ଅଛନ୍ତି ।
ତାଙ୍କର ଫୋନ,ବ୍ୟାଗ ଆଦି ସାମଗ୍ରୀ ଅଛି କିନ୍ତୁ ସେ ଏବେ ନି-ଖୋ-ଜ ଅଛନ୍ତି । ତେବେ ସେ ଶେଷ ରେ ନିରାଶ ହୋଇ ଥାନା ରେ ଅ-ଭି-ଯୋ-ଗ କରିଥିଲେ । ତେବେ ପ୍ରଶାସନ ଏବଂ ପୋ-ଲି-ସ ଏହାର ତ-ଦ-ନ୍ତ କରୁଛନ୍ତି ଏବଂ ଏହାର କାରଣ କୁ ମଧ୍ୟ ଖୋଜୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।