ଶନିବାରର ରାଶିଫଳ 30 ମେ 2020, ୨୧ ବର୍ଷ ପରେ ଏହି ୩ଟି ରାଶି ଉପରେ ପ୍ରସନ୍ନ ହେଲେ ଶନିଦେବ, ସବୁ କାର୍ଯ୍ୟରେ ହେବ ଉନ୍ନତି

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 30 ମେ 2020 ଶନିବାରର ରାଶିଫଳ ।

ମେଷ

ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଆର୍ଥିକ ରୂପରେ ଆଜିର ଦିନଟି ଆପଣଙ୍କ ପାଇଁ ହଲ ରହିବ । ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେବା ଆଗରୁ ତାହାକୁ ଶେଷ କରି ଦିଅନ୍ତୁ । ପାରିବାରିକ ଜୀବନରେ ପରିବର୍ତ୍ତନ ପାଇଁ ଆପଣ ଟିକେ ଚାପ ଅନୁଭବ କରିବେ । ଆଜି ଆପଣଙ୍କର ଶତ୍ରୁ ଆପଣଙ୍କର ନାମ ଖରାପ ଲରିବା ପାଇଁ ଚେଷ୍ଟା କରି ପାରନ୍ତି । କିନ୍ତୁ ତୁମର ସାମାଜିକ ଭାବମୂର୍ତି ଅକ୍ଷୁର୍ଣ୍ଣ ରହିବ । ପରିବାରରେ ଖୁସିର ବାତାବରଣ ରହିବ ।

ବୃଷ

ଆଜି ଶନିଦେବଙ୍କୁ କୃପାରୁ ଏହି ରାଶି ଥିବା ଲୋକଙ୍କର ସବୁ କାମ ସହଜ ଭାବରେ ପୁରା ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଜି ଆପଣ କିଛି ଏମିତି କରିବେ ଯେଉଁଥିରୁ ଆପଣ ଜୀବନସାରା ରୋଜଗାର କାରିବେ । ଲଗାତାର ଚେଷ୍ଟା କରିବା ଦ୍ଵାରା ସଫଳତା ନିହାତି ମିଳିବ । ଦାମ୍ପତ୍ୟ ସୁଖ ଏବଂ ବାହନ ସୁଖ ଉତ୍ତମ ମିଳିବ । ବନ୍ଧୁଙ୍କ ସହିତ ଭଲ ସମୟ କାଟିବେ । ଉଦାସୀନ ପ୍ରେମ ସମ୍ପର୍କକୁ ଆକର୍ଷଣୀୟକରିବାକୁ ପ୍ରୟାସ କରିବାକୁ ପଡିବ ।

ମିଥୁନ

ଆପଣ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ସହିତ ଖୁସିର ସମୟ ବିତାଇବେ । ଉଦ୍ୟୋଗରେ ନିବେଶ କରିବା ଦ୍ଵାରା ଲାଭ ହେବ । ରୋଗୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି । ପିତୃପୁରୁଷ ସମ୍ପତି ମିଳିବାର ସମ୍ଭାବନା ଅଛି । ଆପଣ ନିଜେ ସମ୍ପତି କିଣିବା ପାଇଁ ବିଚାର କରି ପାରନ୍ତି । ଘରୋଇ ମାମଲାରେ କିଛି ଅସୁବିଧା ହୋଇ ପାରେ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।

କର୍କଟ

ଆଜି ଘରର ସଦସ୍ୟଙ୍କ ଭିତରେ ପ୍ରେମ ଭାବ ରହିବ । ଅଧିକାରୀଗଣ ଆପଣଙ୍କ କାମରେ ସନ୍ତୋଷ ଅନୁଭବ କରିବେ । ଅସୁବିଧାରୁ ବାହାରିବା ପାଇଁ ଆପଣଙ୍କୁ ନିଜ ଲୋକଙ୍କର ସାହାଯ୍ୟ ନେବା ଦରକାର । ଆଜି ଆପଣଙ୍କୁ ନୂଆ ଚ୍ୟାଲେଞ୍ଜର ସାମନା କରିବାକୁ ପଡିପାରେ ଏବଂ ସବୁ ନୂଆ ଚ୍ୟାଲେଞ୍ଜରୁ କିଛି ନୂଆ ଶିଖି ଆପଣ ଆଗକୁ ବଢିବେ । । ଘରେ ସୁଖ ଶାନ୍ତିର ବାତାବରଣ ରହିବ । ପରସ୍ପର ମଧ୍ୟରେ ଏକତା ରହିବ ।

ସିଂହ

ଏହି ରାଶିର ଲୋକ ସଂଘର୍ଷ ଏବଂ ପରିଶ୍ରମ ଦ୍ଵାରା ଟଙ୍କା କମାଇବେ । ଅଯୋଥା ଖର୍ଚ କରନ୍ତୁ ନାହିଁ । ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ । ବହୁତ ସମସ୍ୟା ଆପଣଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏଥିପାଇଁ ଆଜି ଆପଣ ଶାନ୍ତ ରୁହନ୍ତୁ । ଆପଣଙ୍କ ଇଛା ଏବଂ ସ୍ଵପ୍ନ ଭବିଷ୍ୟତରେ ପୂରଣ ହେବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ।

କନ୍ୟା

ଆପଣଙ୍କର ଅଟକି ଥିବା କାର୍ଯ୍ୟ ପୁରା ହେବ । ସମ୍ପତି କିଣିବା ପାଇଁ ଶୁଭ ଦିନ ଅଟେ । ପାରିବାରିକ ଜୀବନର ଆନନ୍ଦ ନେବେ । ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ବଡ ରୋଗର କାରଣ ହୋଇ ପାରେ । ନିଜକୁ ଚିନ୍ତା ମୁକ୍ତ କରିବା ପାଇଁ ଆପଣ ନିଜ ପରିବାର ଲୋକଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ । ଠିକ ଭାବରେ ନଶୋଇବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଯଦି କୌଣସି କାର୍ଯ୍ୟକୁ ପୁରା କରିବା ପାଇଁ ଯାତ୍ରା କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଯାତ୍ରା ସଫଳ ରହିବ ।

ତୁଳା

ଆଜି ବେପାରରେ ଆପଣଙ୍କୁ ବହୁତ ଲାଭ ମିଳିବ । କୌଣସି ବି କାମକୁ ଆରମ୍ଭ କରିବା ପୂର୍ବରୁ ଭଗବାନ ଶନିଦେବଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତୁ ନାହିଁ ଆଶୀର୍ବାଦ ନେଲେ ଆପଣଙ୍କୁ ଜୀବନରେ ନିହାତି ସଫଳତା ମିଳିବ । ବର୍ତ୍ତମାନ ପରିସ୍ଥିତିରେ ଆପଣ ଖୁସି ଏବଂ ସନ୍ତୁଷ୍ଟ ରହିବେ । ଆର୍ଥିକ ସ୍ଥିତି ଦୃଢ ହେବ । ଚାକିରିରେ ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ । ପ୍ରତିଯୋଗୀ ଏବଂ ଶତ୍ରୁଙ୍କ ପଦକ୍ଷେପ ଫଳହୀନ ହେବ ।

ବିଛା

ଆଜି ଆପଣ କୋର୍ଟ କଚେରୀ ମାମଲାରେ ସାବଧାନ ରୁହନ୍ତୁ । କ୍ରୋଧରେ କିଛି ନଭାବି କହିବା ଦ୍ଵାରା ଆପଣଙ୍କ କାମ ବିଗିଡି ଯାଇପାରେ । ବ୍ୟବସାୟକୁ ନେଇ ଯାତ୍ରା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ଦୃଢ ରହିବ । ଲୋକପ୍ରିୟତାରେ ବୃଦ୍ଧି ହେବ । ଶେୟାର ବଜାରରେ ପଇସା ଲଗାନ୍ତୁ ନାହିଁ ବଡ କ୍ଷତି ହୋଇ ପାରେ । କାର୍ଯ୍ୟଳୟରେ ସବୁକିଛି ଆପଣଙ୍କ ସପକ୍ଷରେ ଯିବ । ଆଜିର ଦିନଟି ମନୋରଞ୍ଜନ କରିବାରେ ଅତିବାହିତ କରିବେ ।

ଧନୁ

ପିତା ଏବଂ ବଡ ଲୋକଙ୍କ ଆଶୀର୍ବାଦ ନେବା ଦ୍ଵାରା ଲାଭ ମିଳିବ । ଏହି ରାଶିର ଲୋକଙ୍କୁ ଆଜି ଭଲ ଫଳ ମିଳିବ । ପରିବାରରେ କାହାର ବିବାହ କଥାର ଆଲୋଚନା ହୋଇ ପାରେ । ଆଜି ଆପଣ ପ୍ରଭାବଶାଳି ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କ ଜୀବନସାଥିଙ୍କ ମନ ଖରାପ ହୋଇ ପାରେ । ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଉତ୍ତମ ଭୋଜନ ପ୍ରାପ୍ତି ହେବ । ଉପହାର ଏବଂ ଧନ ମଧ୍ୟ ମିଳିବ ।

ମକର

ଏହି ରାଶିର ଲୋକ ଆଜି ଆତ୍ମବିଶ୍ଵାସ ଏବଂ ଆଶା ଦ୍ଵାରା ସବୁ କ୍ଷେତ୍ର ବହୁତ ଭଲ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ହଠାତ ଧନଲାଭ ହେବାର ସମ୍ଭାବନା ଅଛି । ଆଜି ଅଧିକ ଖର୍ଚ କରନ୍ତୁ ନାହିଁ । କଥା ଉପରେ ନିୟତ୍ରଣ ରଖନ୍ତୁ । ସଂବେଦନଶୀଳତା ଏବଂ ଭାବୁକତା ରହିବ । ଘରେ ଅଳ୍ପ ବହୁତ ସମସ୍ୟା ହୋଇ ପାରେ । ବନ୍ଧୁଙ୍କ ସହଯୋଗରେ ଆପଣଙ୍କୁ ଲାଭ ମିଳିବ । ବ୍ୟବସାୟକୁ ବଢାଇବା ପାଇଁ ଚେଷ୍ଟା କରିବେ ।

କୁମ୍ଭ

ଏହି ରାଶିର ଲୋକ ଆଜି ପାରିବାରିକ ମାମଲାରେ ସତର୍କ ରୁହନ୍ତୁ । ସମ୍ପର୍କରେ ତିକ୍ତତା ଆସିପାରେ । ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଆପଣ ନିଜ ବନ୍ଧୁଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ମିଳିପାରେ । ଶିକ୍ଷା କ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତ ଆମିଳିବ । ଆଜି ଆପଣଙ୍କର କୌଣସି ରହସ୍ୟର କଥା ଖୋଲିଯାଇ ପାରେ । ରୋଜଗାର କରିବା ପାଇଁ ସେହି ନୂଆ ବିଚାରର ଉପଯୋଗ କରନ୍ତୁ ଯାହା ଆପଣଙ୍କ ମନରେ ଅଛି ।

ମୀନ

ଆଜି ଆପଣ ବନ୍ଧୁଙ୍କୁ ଭେଟି ବହୁତ ଖୁସି ହେବେ । ପୁରୁଣା ବାଧା ସମାପ୍ତ ହେବ । ବ୍ୟବସାୟରେ ପରିବର୍ତ୍ତନ ଆସିବ । ଚାକିରି ବଦଳାଇବା ପାଇଁ ବିଚାର କରି ପାରନ୍ତି । ଆର୍ଥିକ ସୁଖ ସମୃଦ୍ଧି ରହିବ । ବହୁତ ଦିନ ଧରି ଅଟକି ଥିବା କାମ ପୁରା ହେବ । ଅଫିସରେ ଅଧିକ କାର୍ଯ୍ୟଭାର ରହିବ । ବିଦେଶରୁ କିଛି ଖୁସି ଖବର ମିଳିପାରେ । ରଚନାତ୍ମକ କାମରେ ନିୟୋଜିତ ଥିବା ଲୋକଙ୍କ ପାଇଁ ସଫଳତା ଭରା ଦିନ ଅଟେ, ସେମାନଙ୍କୁ ଖ୍ୟାତି ଏବଂ ପରିଚୟ ମିଳିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *