ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 30 ଜୁନ 2020 ମଙ୍ଗଳବାରର ରାଶିଫଳ ।
ମେଷ
ଆପଣ ମନରେ ଯେମିତି ଭାବିଥିବେ ଆଜି ଆପଣଙ୍କ ସହିତ ସବୁ କିଛି ସେମିତି ହିଁ ହେବ । ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ମଧୁର ହେବ, ବୈବାହିକ ଜୀବନ ସୁଖମୟ ରହିବ, ଜୀବନସାଥିଙ୍କ ସହିତ ନିକଟତା ବୃଦ୍ଧି ପାଇବ । ଆପଣ ସକରାତ୍ମ ରହିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଚାକିରିରେ ବାଧା ସୃଷ୍ଟି ହୋଇ ପାରେ । ଏହା ଆପଣଙ୍କ ଘରୋଇ ଜୀବନ ପାଇଁ ଏକ କଠିନ ଦିନ ହୋଇ ପାରେ । ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ସମସ୍ୟା ଅଛି ।
ବୃଷ
ପରିବାରରେ ପ୍ରାଧାନ୍ୟ ବଜାୟ ରଖିବାର ଆପଣଙ୍କ ଅଭ୍ୟାସକୁ ଆଜି ଆପଣଙ୍କୁ ଛାଡିବାକୁ ପଡିବ । ବେରୋଜଗାର ଦୂର କରିବା ଚେଷ୍ଟାରେ ସଫଳ ହେବେ । ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ହେବ । ଶତ୍ରୁଙ୍କ ଠାରୁ ସାବଧାନ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । କାରଣ ସେମାନେ ଆପଣଙ୍କର କ୍ଷତି କରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କର ପରିବର୍ତ୍ତନ ଆପଣଙ୍କ ଘର ଲୋକଙ୍କୁ ବହୁତ ଖୁସି ଦେବ । ସାଙ୍ଗ ବହୁତ ସାହାଯ୍ୟକାରୀ ପ୍ରମାଣିତ ହେବେ ଏବଂ ଏହାଦ୍ୱାରା ଆପଣଙ୍କ ଖୁସି ଆହୁରି ଅଧିକ ବଢିଯିବ ।
ମିଥୁନ
ଆଜି ହଠାତ ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ବହୁତ ପରିଶ୍ରମ କରିବେ ଏବଂ ସେଥିରେ ଆପଣଙ୍କୁ ସଫଳତା ମଧ୍ୟ ମିଳିବ । ବେପାର ଏବଂ ବ୍ୟବସାୟ ଠିକ ଚାଲିବ । ଚାକିରିରେ କାର୍ଯ୍ୟ ଭାର ରହିବ । ପୁରୁଣା ରୋଗ ବାହାରି ପାରେ । ଶେୟାର ବଜାର ଆପଣଙ୍କୁ ଲାଭ ଦେଇ ପାରେ । ଆପଣଙ୍କ ଜୀବନ ବହୁତ ଦ୍ରୁତ ଗତିରେ ପ୍ରଗତି କରିବ । ପରିବାରରେ ବାପା ମାଆ ଙ୍କର ସହଯୋଗ ଆପଣଙ୍କୁ ସବୁଠାରୁ ଅଧିକ ମିଳିବ ।
କର୍କଟ
ଆଜି ନୂତନ ଯୋଜନା କାର୍ଯ୍ୟକାରୀ କରିବାର ସମୟ ଅଟେ । ସାବଧାନତାର ସହ ଗାଡି ଚଲାନ୍ତୁ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କାରବାରରେ ତତ୍ପର ହୁଅନ୍ତୁ ନାହିଁ । କୌଣସି ବଡ କାମ କରିବେ କିମ୍ବା ବାହାରକୁ ଯିବାକୁ ଇଚ୍ଛା କରିବେ । ବେପାର-ବ୍ୟବସାୟ ଲାଭଦାୟକ ହେବ । ନିବେଶରେ ମଧ୍ୟ ତତ୍ପର ହୁଅନ୍ତୁ ନାହିଁ । ନିବେଶରେ ଭାବି ବିଚାରୀ କରନ୍ତୁ ଲାଭ ହେବ । ଭାଗ୍ୟ ଅନୁକୂଳ ରହିବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ପରିବାରରେ ଖୁସିର ବାତାବରଣ ରହିବ ।
ସିଂହ
ଆପଣଙ୍କ ଘରେ ହେଉ ଥିବା ସମସ୍ୟା ଆଜି ଶେଷ ହୋଇ ଯିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିବ । ଅଯୋଥା ବିବାଦରୁ ଦୂରେଇ ରୁହନ୍ତୁ । ଲଭ ଲାଇଫର ଭଲ ସୁଖ ମିଳିବ । ଆପଣଙ୍କୁ ଆପଣ ହରାଇ ଥିବା ସତ ଭଲ ପାଇବା ମିଳିପାରେ । ଅଟକି ଥିବା କିମ୍ବା ବିଗିଡି ଯାଇଥିବା କାମ ପୁରା ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ନିଜର ମହଙ୍ଗା ସମୟର ଠିକ ଉପଯୋଗ କରିବା ଦ୍ଵାରା ନିହାତି ଭାବେ ଆପଣଙ୍କୁ ସଫଳତା ମିଳିବ ।
କନ୍ୟା
ଏହି ରାଶିର ଲୋକ ଆଜି ରୋଜଗାର କରିବାରେ ସଫଳ ହେବେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ରହିବ । ଆଜି ଆପଣ ଯାହା ବି କାମ ବଜରଙ୍ଗବାଲିଙ୍କ ନାମ ଧରି କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ ଏବଂ ଆପଣଙ୍କର ଅଟକି ଥିବା କାମ ମଧ୍ୟ ପୁରା ହେବ । ଆପଣଙ୍କ ଉପରେ ବଜରଙ୍ଗବାଲି ଅସିମ କୃପା ଢାଳିବେ । ଆର୍ଥିକ ସମସ୍ୟା ଗୁଡିକ ସୃଜନଶୀଳ ଭାବରେ ଆପଣଙ୍କ କ୍ଷମତାକୁ ବେକାର କରିଦେବେ । ଆୟ ବୃଦ୍ଧି ହେବା ସହିତ ଅଧିକ ଖର୍ଚ ମଧ୍ୟ ହେବ ।
ତୁଳା
ଆଜି ବିଦ୍ୟାର୍ଥୀ ମାନଙ୍କୁ ବଡ ସଫଳତା ମିଳିବ ଏବଂ ଚାକିରି କରିଥିବା ଲୋକଙ୍କୁ ଦରମା ବୃଦ୍ଧିର ଲାଭ ମିଳିବ । ପରିବାରରେ ଆପଣଙ୍କର ମାନ ସଂମ୍ମାନ ବଢିବ । ଅଫିସରେ ନିଜ ସ୍ଥିତିର ସମ୍ପୂର୍ଣ ଲାଭ ଉଠାଇବା ଚେଷ୍ଟାରେ ରହିବେ ଏବଂ ସଫଳ ମଧ୍ୟ ହୋଇ ଯିବେ । ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ସବୁଠାରୁ ଅଧିକ ରହିବ । ଜୀବନସାଥିଙ୍କ ସମ୍ପୂର୍ଣ ସହଯୋଗ ଆପଣଙ୍କୁ ମିଳିବ । ଆପଣଙ୍କର ଅଟକି ଥିବା କାମ ଆଜି ପୁଣି ଠାରେ ପ୍ରଗତି ମାର୍ଗରେ ଚାଲିବ ।
ବିଛା
ଆଜି ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ନୂଆ ଅବସର ମିଳିପାରେ । ଆର୍ଥିକ ସ୍ଥିତି ସ୍ଵାଭାବିକ ରହିବ । ବୃତିଗତ ଜୀବନରେ ଭଲ ସୁଯୋଗ ମିଳିବା ଦ୍ଵାରା ଅଭିବୃଦ୍ଧି ହେବ ଏବଂ ସହଯୋଗୀଙ୍କ ସହଯୋଗ ମଧ୍ୟ ମିଳିବ । ନିଷ୍ପତ୍ତି ନେବାରେ ଅସୁବିଧା ହେବ ଏହି ସମୟରେ ଗୁରୁତ୍ଵପୂର୍ଣ ନିଷ୍ପତ୍ତିକୁ କିଛି ସମୟ ପାଇଁ ଏଡାଇ ଦିଆଯାଇ ପାରିବ । ଶାରୀରିକ ଲାଭ ପାଇଁ ଏବଂ ବିଶେଷ କରି ମାନସିକ ଶକ୍ତି ପାଇବା ପାଇଁ ଧ୍ୟାନ ଏବଂ ଯୋଗର ଆଶ୍ରୟ ନିଅନ୍ତୁ ।
ଧନୁ
ଆଜି ସମ୍ପତ୍ତି ସହିତ ଯୋଡି ହୋଇଥିବା ବଡ ଏବଂ ଖାସ ମାମଲା ସାମନାକୁ ଆସିପାରେ । ବେରୋଜଗାର ଯୁବକ ମାନଙ୍କୁ ମନ ଚାହୁଁଥିବା କ୍ଷେତ୍ରରେ ଚାକିରି ମିଳିପାରେ । କିଛି କାମରେ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିପାରେ । ଲଭ ପାର୍ଟନରଙ୍କ ସହିତ ଚାଲିଥିବା ସମସ୍ୟା ଶେଷ ହେବ । ଆପଣ ଆପଣଙ୍କର କୌଣସି ବନ୍ଧୁ କିମ୍ବା କର୍ମଚାରୀଙ୍କ ଠାରୁ ପ୍ରସ୍ତାବ ପାଇ ପାରନ୍ତି । ବୈବାହିକ ଜୀବନକୁ ଅଧିକ ସୁଖମୟ କରିବାର ଆପଣଙ୍କର ଚେଷ୍ଟା ଆଶା ଠାରୁ ଅଧିକ ରଙ୍ଗ ଆଣିବ । କାର୍ଯ୍ୟକୁ ପୁରା କରିବା ପାଇଁ ଯୋଗର ବିଚାର କରନ୍ତୁ ।
ମକର
ଆଜି ଆପଣ ପରିବାର ସଦସ୍ୟଙ୍କ ସହିତ ଖୁସିର ସମୟ ଅତିବାହିତ କରିବେ । ସନ୍ତାନ ମାନଙ୍କର ଆବଶ୍ୟକତା ମଧ୍ୟ ପୁରା ହେବ । ଅଧିକ ମାନସିକ ଚାପ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଚାପ ପକାଇ ପାରେ ଏଥିପାଇଁ ଶାନ୍ତ ରୁହନ୍ତୁ । ଆପଣଙ୍କୁ ଭାଗ୍ୟର ସାଥ ମିଳିପାରେ । ଲାଭ ପାଇଁ ହଠାତ ଧନ ଲାଭ ମଧ୍ୟ ହୋଇ ପାରେ । ଯଦି ଆପଣ ଲୋନ ପାଇବା ପାଇଁ ଚେଷ୍ଟା କରୁଛନ୍ତି ତାହେଲେ ଏହାକୁ ସ୍ଵିକୃତି ମିଳିପାରେ । ସମ୍ପର୍କ ମଧୁର ରହିବ ଏବଂ ପ୍ରିୟ ସାଥିଙ୍କ ସହିତ ସମ୍ପର୍କ ଭଲ ରହିବ ।
କୁମ୍ଭ
ଆଜି ଆପଣଙ୍କର କାଳତ୍ମକ ଏବଂ ସୃଜନଶୀଳ କ୍ଷମତା ଉଚ୍ଚ ପ୍ରଶଂସା କରାଯିବ ଏବଂ ହଠାତ ଲାଭ ମଧ୍ୟ ହୋଇ ପାରେ । ଆପଣଙ୍କ ଆୟରେ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ବନ୍ଧୁଙ୍କ ସହିତ ବିବାଦ ଏବଂ କାରୋବାର ଠାରୁ ଦୂରେଇ ରୁହନ୍ତୁ । ବଜରଙ୍ଗବାଲିଙ୍କ କୃପାରୁ ଆପଣ ଆପଣଙ୍କ ଜୀବନରେ ନୂଆ କୀର୍ତିମାନ ସ୍ଥାପିତ କରିବାରେ ସଫଳତା ହାସଲ କରିବେ ।
ମୀନ
ଆଜି ପିଲା ମାନଙ୍କ ସହିତ ସମୟ ଅତିବାହିତ କରିବା ଭଲ ହେବ । ଘର ପରିବାର ପାଇଁ ସମୟ ବାହାର କରିବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଅଛି ଏବଂ ସେମାନଙ୍କୁ ସଫଳତା ମଧ୍ୟ ମିଳିବାର ଅଧିକ ସମ୍ଭାବନା ଅଛି । କୌଣସି କାରଣରୁ ଆପଣଙ୍କର ମାନସିକ ଚିନ୍ତା ରହିପାରେ । କ୍ରୋଧ ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ । ଆପଣଙ୍କ କ୍ରୋଧ ନହେଲେ ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇ ପାରେ । ଏଥିପାଇଁ କ୍ରୋଧକୁ ତ୍ୟାଗ କରି ଶାନ୍ତିର ମାର୍ଗ ଧରନ୍ତୁ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।