ଗୁରୁବାରର ରାଶିଫଳ 18 ଜୁନ 2020, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ବ୍ୟବସାୟରେ ଲାଭ ହେବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 18 ଜୁନ 2020 ଗୁରୁବାରର ରାଶିଫଳ ।

ମେଷ

ଏହି ରାଶିରେ ଚାଲି ଆସୁଥିବା ସ୍ୱାସ୍ଥ୍ୟ ସବନ୍ଧିତ ସମସ୍ୟା ଶେଷ ହେବ । ଆପଣଙ୍କ ଖୁସିକୁ କାବୁରେ ରଖନ୍ତୁ କାରଣ ଅଧିକ ଖୁସି ମଧ୍ୟ ସମସ୍ୟା ଆଣିପାରେ । ବେରୋଜଗାର ଲୋକଙ୍କୁ ମଧ୍ୟ ରୋଜଗାର ମିଳିପାରେ । ପ୍ରେମ ମାମଲାରେ ଆପଣ ସକାରାତ୍ମକ ଏବଂ ଭାବୁକ ରହିବେ । ରୋମାଣ୍ଟିକ ଜୀବନରେ ପରିବର୍ତ୍ତନ ହୋଇ ପାରେ । କାର୍ଯ୍ୟକ୍ଷେତ୍ରରେ କୌଣସି ବଡ ଭୁଲ ହୋଇ ପାରେ । ଆଜି ଅଫିସର ସହିତ ବିଚାରରେ ମତଭେଦ ହୋଇ ପାରେ । ବାହନ ଉପରେ ଅଧିକ ଖର୍ଚ ହେବ ।

ବୃଷ

ଆଜି ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । କଥା କହିବାରେ ସଂଯମ ରଖନ୍ତୁ । ଧର୍ଯ୍ୟରେ କମି ଦେଖାଦେବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହିତ ଘରେ ସୁଖ ଶାନ୍ତିରେ ଦିନ କଟିବ । ଜୀବନସାଥିଙ୍କ ନପଚାରୀ କିଛି ଯୋଜନା କରିବେ ତାହେଲେ ତାଙ୍କ ପାଖରୁ ନକରାତ୍ମକ ପ୍ରତିକ୍ରିୟା ମିଳିପାରେ । ଯଦି ଆପଣ ଆପଣଙ୍କ ଘରୋଇ ଦାୟିତ୍ଵକୁ ଅଣଦେଖା କରିବେ ତାହେଲେ ପରିବାର ଲୋକ ରାଗି ପାରନ୍ତି । ପୁରା ଦିନ ଆପଣଙ୍କ ମନ ଭଲ ରହିବ ।

ମିଥୁନ

ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଆୟରେ ବୃଦ୍ଧି ହେବ ଏବଂ ମନ ଖୁସି ରହିବ । ନିଜର ଦାୟିତ୍ଵ ଉପରେ ଧ୍ୟାନ ରଖନ୍ତୁ । ଜୀବନସାଥୀଙ୍କୁ ଖୁସିରେ ରଖିବା ପାଇଁ କଷ୍ଟ ଅନୁଭବ କରି ପାରନ୍ତି । ତାଙ୍କୁ ବୁଝାଇବା ଏବଂ ତାଙ୍କ ନଜରରେ ଜିନିଷକୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବ । ମୋଜ ମସ୍ତି ଦ୍ଵାରା ଆପଣଙ୍କ କାମ ମଧ୍ୟ ପ୍ରଭାବିତ ହୋଇ ପାରେ । ମହତ୍ଵପୂର୍ଣ ଲୋକଙ୍କ ସହିତ କଥା ହେବା ସମୟରେ ନିଜ କଥା ଉପରେ ଧ୍ୟାନ ରଖନ୍ତୁ ।

କର୍କଟ

ଆଜି କୌଣସି କାମ କରିବା ପୂର୍ବରୁ ନିଜ ମୁଣ୍ଡ ଥଣ୍ଡା ରଖନ୍ତୁ । ବହୁତ ଶୀଘ୍ର ଆପଣଙ୍କୁ ଶୁଭ ସମାଚାର ମିଳିପାରେ । ଆଜି ଆପଣ ସବୁ କିଛି କରିବା ପାଇଁ ଚେଷ୍ଟା କରିବେ । ଭାଗୀଦାରୀ ଏବଂ ବ୍ୟାବସାୟରେ ଭାଗୀଦାରୀ ଦୂରେଇ ରୁହନ୍ତୁ । ବେରୋଜଗାର ଲୋକଙ୍କ ଚାକିରି ଖୋଜିବାର ଦିଗ ପରିବର୍ତ୍ତନ କରି ପାରନ୍ତି । ସମୟ ଆପଣଙ୍କ ପାଇଁ ଭଲ ରହିବ । ଅତୀତର ଭୁଲ ନିଷ୍ପତ୍ତି ମାନସିକ ଅଶାନ୍ତିର କାରଣ ହୋଇ ପାରେ । ଚାକିରି ପଇସା ଉଦେଶ୍ୟରେ କରାଯାଇ ଥିବା ଯାତ୍ରା ସକାରାତ୍ମକ ଫଳ ଦେବ ।

ସିଂହ

ଆଜି ବ୍ୟବସାୟୀ ମାନଙ୍କୁ କାରୋବାରରେ ଆଶା ରୂପକ ଫାଇଦା ମିଳିବ । କିଛି ଧାର୍ମିକ କାର୍ଯ୍ୟରେ ଆପଣ ସମୟ ବିତାଇ ପାରନ୍ତି । ଆପଣ ଏହି ସବନ୍ଧରେ କିଛି ଟଙ୍କା ମଧ୍ୟ ଖର୍ଚ କରି ପାରନ୍ତି । ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଦୁଖଃର ସମୟ ଶେଷ ହୋଇ ଯିବ । ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ । ବିକାଶର ଯୋଜନା କରି ପାରନ୍ତି । କୌଣସି ବଡ କାମକୁ ପୁରା କରିବାରେ ଆପଣ ଟିକେ ଚିନ୍ତିତ ହୋଇ ପାରନ୍ତି ।

କନ୍ୟା

ଆଜି ବ୍ୟସ୍ତ ଭିତରେ ଦିନ କଟିବ । ଆତ୍ମବିଶ୍ଵାସ ସହିତ ଆଗକୁ ବଧିବେ । ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଛାତ୍ର ମାନଙ୍କ ପାଇଁ ଦିନ ଅତ୍ୟନ୍ତ ଶୁଭ ଅଟେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମସ୍ତଙ୍କ ଠାରୁ ସ୍ନେହ ଏବଂ ସହଯୋଗ ମିଳିବ ଯାହାଦ୍ୱାରା କାମ ବହୁତ ଭଲରେ ହେବ । ଚାକିରି ଏବଂ ବ୍ୟବସାୟରେ ଲାଭ ହେବ । ଯାତ୍ରା ପାଇଁ ଦିନ ଅଧିକ ଭଲ ନାହିଁ ।

ତୁଳା

ପାର୍ଟନରଙ୍କ ସହିତ ସମ୍ପର୍କ ଭଲ ରହିବ । ଜଣକ ବିଷୟରେ ସମ୍ପୂର୍ଣ ଭାବରେ ଭଲ କି ଖରାପ ଜାଣି ସାରିବା ପରେ ତା ସହିତ ବନ୍ଧୁତା କରନ୍ତୁ । ସ୍ଵଭାବରେ ଆପଣ ଚିଡଚିଡା ରହିବେ । ମାଆ କିମ୍ବା ଘରର କୌଣସି ମହିଳା ସଦସ୍ୟଙ୍କ ଠାରୁ ଧନ ପ୍ରାପ୍ତି ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଏହି ରାଶିର ଲୋକ ଆଜି କାମକୁ ଅଲଗା ରଖି ଟିକେ ଆରାମ କରିବେ । ଟଙ୍କା ସବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ ।

ବିଛା

ଆଜି ପ୍ରେମ ସବନ୍ଧରେ ଏହି ରାଶିର ଲୋକଙ୍କୁ ଭୁଲ ବୋଲି ପ୍ରମାଣିତ କରାଯାଇ ପାରେ । ଯାହାର ଭାବନା ଆପଣଙ୍କ ଭାବନା ସହିତ ମିସୁଛି ଏବଂ ଯିଏ ସୃଜନଶୀଳତା ଅଟନ୍ତି ତାଙ୍କ ସହିତ ହାତ ମିଶାନ୍ତୁ । ନୂଆ କାର୍ଯ୍ୟରେ ସଫଳତା ମିଳିବ ନାହିଁ । ଆପଣ ନିଜ ଯୋଜନାକୁ ପୁରା କରି ପାରନ୍ତି । କିଛି ଯୋଜନାରେ ଆପଣଙ୍କୁ ସଫଳତା ମିଳିପାରେ । ପୁରୁଣା ବେପାରରୁ ମୁକ୍ତି ପାଇବେ । କିଛି ମହତ୍ବପୂର୍ଣ କାର୍ଯ୍ୟକୁ ପୁରା ମଧ୍ୟ କରିବେ ।

ଧନୁ

ଚାକିରି କରିଥିବା ଲୋକଙ୍କୁ ଆଜି ବ୍ୟକ୍ତିଗତ ଜୀବନରେ ଭଲ ଅବସର ମିଳିବ । ବ୍ୟକ୍ତିଗତ କଥାବାର୍ତା ଏବଂ ବ୍ୟବହାରରେ ଭାବନାତ୍ମକ ବାତାବରଣର ଅନୁଭୂତି ହେବ । ଆର୍ଥିକ ଲାଭ ଏବଂ ବ୍ୟବସାୟରେ ଧନ ବୃଦ୍ଧି ହେବ । ଭଗବାନଙ୍କ କୃପାରୁ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ । ଆପଣ ନିଜ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିବେ । କାରୋବାର ସବନ୍ଧିତ କିଛି ନୂଆ ଯୋଜନା ଉପରେ କାମ କରି ପାରନ୍ତି । ଘରେ ଏବଂ ଅଫିସ ଉଭୟ ଜାଗାରେ ସକାରାତ୍ମକ ବାତାବରଣ ରହିବ ।

ମକର

ଆଜି ଆପଣଙ୍କର ସବୁଠାରୁ ବଡ ସ୍ଵପ୍ନ ବାସ୍ତବରେ ପରିବର୍ତ୍ତନ ହୋଇ ପାରେ । ପାଖ ଜାଗାକୁ ଯାତ୍ରା କରିବାରେ ଖୁସି ମିଳିପାରେ । ସ୍ତ୍ରୀଙ୍କ ଠାରୁ ଖୁସି ମଧ୍ୟ ମିଳିବ । ଭାବନାତ୍ମକ ବୁଝାବଣା ସହିତ ବିବାହିତ ଲୋକଙ୍କୁ ଜୀବନସାଥିଙ୍କ ଠାରୁ ଖୁସି ଏବଂ ଭଲ ପାଇବା ମିଳିବ । ନିଜର ରୋଜଗାର କ୍ଷମତାକୁ ବଢାଇ ଆପଣ କ୍ୟାରିୟରରେ ଭଲ କରି ପାରନ୍ତି । ଟିକେ ସାବଧାନ ରୁହନ୍ତୁ । ଆଜି କୌଣସି କଥାକୁ ଗମ୍ଭୀର ଭାବେ ନିଅନ୍ତୁ ନାହିଁ । ନହେଲେ ଅଯୋଥା ଚିନ୍ତା ହୋଇ ପାରେ । ଆପଣଙ୍କ ଜ୍ଞାନ ଏବଂ ହାସ ପରିହାସ ଆପଣଙ୍କ ଚାରିପାଖ ଲୋକଙ୍କୁ ପ୍ରଭାବିତ କରିବ ।

କୁମ୍ଭ

ଆଜି ଆପଣଙ୍କୁ ନିଜର ଦାୟିତ୍ଵ ପରେ ଅନ୍ୟର ଆବଶ୍ୟକତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ନୂଆ କାମର ଆରମ୍ଭ କିମ୍ବା ସେହି ବିଷୟରେ ଯୋଜନା କରି ପାରନ୍ତି । କାହାର ଝଗଡାରେ ଆପଣ ନିଜର ମତ ଦିଅନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ ବୁଦ୍ଧିର ବ୍ୟବହାର କରିବା ଆବଶ୍ୟକ ଅଟେ । ଆପଣ ନିଜର ଆତ୍ମବିଶ୍ଵାସ ସେମିତି ରଖନ୍ତୁ । ଏହାଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ଆଜି କରିଥିବା କାମର ଫଳ ଆଗାମୀ ସମୟରେ ମିଳିବ ।

ମୀନ

ଆଜି ଆପଣ ନିବେଶ ଉପରେ ଜୋର ଦେଇ ପାରନ୍ତି । ସାହାଯ୍ୟ ମଧ୍ୟ ମିଳିବ । ପ୍ରଶାସନିକ ମାମଲାରେ ଧର୍ଯ୍ୟ ରଖନ୍ତୁ । ଆଜି ଯଦି ଆପଣ ଅଧିକ ଖର୍ଚ କରିବେ ତାହେଲେ ପରେ ଆର୍ଥିକ ସମସ୍ୟାର ସମାନ କରିବାକୁ ପଡିପାରେ । ପାରିବାରିକ ସମସ୍ୟା ପାଇଁ ଆପଣଙ୍କର ଏକାଗ୍ରତାକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ । ଆବଶ୍ୟକ ହେଲେ କୌଣସି ବନ୍ଧୁଙ୍କର ସାହାଯ୍ୟ ନେଇ ପାରିବେ । କୌଣସି ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ହୋଇଯିବ । ସ୍ଵାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *