ବୁଧବାରର ରାଶିଫଳ 15 ଜୁଲାଇ 2020, ଗଣେଶଙ୍କ କୃପା ରହି ଏହି 6ଟି ରାଶି ଉପରେ, ଆପଣଙ୍କର ସବୁ ଆର୍ଥିକ ପ୍ରୟାସ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 15 ଜୁଲାଇ 2020 ବୁଧବାରର ରାଶିଫଳ ।

ମେଷ

ଆଜି ଆପଣ କୌଣସି ପାଖ ଜାଗାକୁ ଯିବା ପାଇଁ ଯୋଜନା କରି ପାରନ୍ତି । ଆପଣଙ୍କ କାମ ହେଉଛି ଆଖି ଖୋଲା ରଖି ଧ୍ୟାନର ସହିତ ସମସ୍ତଙ୍କ କଥା ଶୁଣିବେ । ବହୁତ ଦିନ ଧରି ଅଟକି ଥିବା କାମରେ ପ୍ରଗତି ଆସିବ । ଭାଗ୍ୟର ସାଥ ମିଳିବ । ଦୂରରେ ରହି ମଧ୍ୟ ପରସ୍ପର ସହିତ ସମ୍ପର୍କର ଉଷ୍ମତା ପାରସ୍ପରିକ ବ୍ୟବହାର ଏବଂ କଥାବାର୍ତାରେ ରହିବ । ଆଜି ଆପଣ ଏକ ଦଳର ନେତୃତ୍ଵ କରିବା ପାଇଁ ମଝବୁତ ସ୍ଥିତିରେ ରହିବେ ଏବଂ ଲକ୍ଷକୁ ପାଇବା ପାଇଁ ମିଳିମିଶି କାମ କରିବେ ।

ବୃଷ

ଯେଉଁ ଲୋକ କଳା, ସଂସ୍କୃତି ସହିତ ଯୋଡି ହୋଇ ଅଛନ୍ତି ସେମାନଙ୍କୁ ଆଜି କୌଣସି ବଡ ସଂମ୍ମାନ ମିଳିବାର ସମ୍ଭାବନା ଅଛି । ବୈବାହିକ ଜୀବନରେ ପ୍ରେମ ବଢିବ । ଲାଭର ମାର୍ଗ ପ୍ରଶସ୍ତ ହେବ । ପ୍ରେମୀ ପ୍ରେମିକାଙ୍କ ସମୟ ଭଲରେ କଟିବ । ଆପଣଙ୍କ ଜୀବନସାଥିଙ୍କ ଅବହେଳା ସବନ୍ଧରେ ଦୂରତା ବଢିପାରେ । ଆଜି ଜୀବନସାଥୀଙ୍କ ଇଛାକୁ ପୁରା କରିବେ । ନିଜ ପରିବାର ସହିତ କଠୋର ବ୍ୟବହାର କରନ୍ତୁ ନାହିଁ । ଏହା ପରିବାରର ଶାନ୍ତିକୁ ଭଙ୍ଗ କରିପାରେ ।

ମିଥୁନ

ଆଜି ଘରର ସାଜସଜା କିମ୍ବା ମରାମତିରେ ନ ଚାହିଁଲେ ମଧ୍ୟ ଖର୍ଚ ହୋଇ ପାରେ । ନିଜ ସାଥିଙ୍କ ଠାରୁ ଦୂରରେ ରହିଲେ ମଧ୍ୟ ତାଙ୍କ ଉପରେ ଆପଣ ଦୃଢ ବିଶ୍ଵାସ ରଖିବେ । କୋର୍ଟ ସବନ୍ଧିତ ମାମଲାରେ ସଫଳତା ମିଳିପାରେ । ଚାକିରି ସ୍ଥିତି ସାମାନ୍ୟ ରହିବ । ବିଶେଷ ପ୍ରୟାସରେ କରାଯାଇ ଥିବା କାମରେ ସଫଳତା ମିଳିବାର ସମ୍ଭାବନା ଅଛି । ଯଦି ଆପଣ ବିଶ୍ଵାସ କରୁଛନ୍ତି କି ବର୍ତ୍ତମାନ ଆପଣଙ୍କ ପାଖରେ ସମୟ ଅଛି ତାହେଲେ ଆପଣଙ୍କୁ ଆପଣଙ୍କ କ୍ଷମତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ପଡିବ ।

କର୍କଟ

ଆଜି ରୀତି ନୀତିକୁ ନେଇ ଜୀବନସାଥିଙ୍କ ସହିତ ଅଯୋଥାରେ ଝଗଡା ହେବାର ସମ୍ଭାବନା ଅଛି । ପାର୍ଟନରଙ୍କ ସହିତ କୌଣସି କଥା ପାଇଁ ମତଭେଦ ମଧ୍ୟ ହୋଇ ପାରେ । ରୋମାନ୍ସରେ ବାଧା ଆସିପାରେ କାରଣ କିଛି ଛୋଟ ଛୋଟ ମତଭେଦ ହଠାତ ସାମାନାକୁ ଆସିପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନ ଆପଣଙ୍କ ପାଇଁ ଠିକ ନାହିଁ । ଗଣ୍ଠିରେ ଯନ୍ତ୍ରଣା ହୋଇ ପାରେ । ଆଳସ୍ୟ ଠାରୁ ଦୂରେଇ ରହି ଠିକ ସମୟରେ କାମ କରିବା ପାଇଁ ଚେଷ୍ଟା କରନ୍ତୁ । ପିଲାମାନେ ଖୁସି ରହିବେ ।

ସିଂହ

ଆଜି ଆପଣଙ୍କୁ ଆପଣଙ୍କ କ୍ୟାରିୟରକୁ ବଢାଇବା ପାଇଁ ସୁଯୋଗ ମିଳିବ । ଘର ଏବଂ ଭୂମି ସବନ୍ଧିତ କାମ ପୁରା ହୋଇ ପାରେ । ଆପଣ ଆପଣଙ୍କ ପିଲାଙ୍କ ଠାରୁ କିଛି ଶିକ୍ଷା ପାଇବେ । ଆପଣ ଆପଣଙ୍କର ଜୀବନସାଥୀଙ୍କୁ ହୃଦୟର ସହିତ ପ୍ରପୋଜ କରିବେ ତାହେଲେ ଆପଣଙ୍କ ଜୀବନରେ କିଛି ମୁଖ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । ସ୍ଵଭାବରେ ଉଗ୍ରତା, ଅଧିକ ରାଗ ଆସିବା ପରିସ୍ଥିତି ମଧ୍ୟ ସୃଷ୍ଟି ହେବ ।

କନ୍ୟା

ଏହି ରାଶି ଲୋକଙ୍କର ଅନେକ ଦିନ ଧରି ଅଟକି ଥିବା କାମ ପୁରା ହେବ । ଆଜି ଆପଣଙ୍କୁ ଶାରୀରିକ ଏବଂ ମାନସିକ ରୂପରେ ଖୁସି ଅନୁଭବ ହେବ । ଉଚିତ ସୁଯୋଗର ଅପେକ୍ଷା କରନ୍ତୁ । ଛାତ୍ର ମାନଙ୍କୁ ଆଜି ସଫଳତା ମିଳିବ । ପାରିବାରିକ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିବ । ଆଜି ଆପଣ ଆପଣଙ୍କର ଇଛାକୁ ଅଣଦେଖା କରନ୍ତୁ ନାହିଁ । ବ୍ୟବସାୟ କ୍ଷେତ୍ରରେ ଉଦ୍ଦେଶ୍ୟ ଅଧିକ ରଖିବାକୁ ହେବ । ଆର୍ଥିକ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଅଧିକ ଖର୍ଚ ହେବ । ପାର୍ଟନରଙ୍କ ପାଇଁ ସମାଜରେ ଏବଂ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଆପଣଙ୍କର ମାନ ବଢିବ । ଅନ୍ୟ କାମରେ ହସ୍ତକ୍ଷେପ କରିବା ଦ୍ଵାରା ଆପଣଙ୍କର ସମସ୍ୟା ବଢିଯାଇ ପାରେ । ନିଜର ରାଗ ଏବଂ କଥା ଉପରେ ନିୟତ୍ରଣ ରଖନ୍ତୁ । ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ । ଅନେକ ଦିନ ଧରି ଚାଲିଥିବା ଚିନ୍ତା ଦୂତର ହେବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାମ ପାଇଁ ଥକା ଲାଗିବ ।

ବିଛା

ପାର୍ଟନରଙ୍କ ସଫଳତାକୁ ପାଳନ କରିବା ପାଇଁ ଆଜି ଆପଣ ଘରେ ଏକ ଛୋଟ ପାର୍ଟିର ଆୟୋଜନ କରି ପାରନ୍ତି । ଆଜି ଆପଣ ଆପଣଙ୍କ ପରିବାର ଏବଂ ବୟସ୍କ ମାନଙ୍କ ସହିତ କୌଣସି ନୂଆ ପ୍ରୋଜେକ୍ଟ ଏବଂ ନୂଆ କାମ ପାଇଁ କିଛି ଯୋଜନା କରିବା ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଆପଣଙ୍କର ଭରପୁର ଶକ୍ତି ଏବଂ ଜବରଦସ୍ତ ଉତ୍ସାହ ସକାରାତ୍ମକ ପରିଣାମ ଆଣିବ ଏବଂ ଘରୋଇ ସମସ୍ୟାକୁ ଦୂର କରିବା ପାଇଁ ସାହାଯ୍ୟ କରିବ । ନିଜ ପ୍ରିୟଙ୍କୁ ଆଜି ନିରାଶ କରନ୍ତୁ ନାହିଁ କାରଣ ଏମିତି କଲେ ପରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ ।

ଧନୁ

ଏହି ରାଶିର ଲୋକ ଆଜି ଯାତ୍ରା କରନ୍ତୁ ନାହି ଆପଣଙ୍କ ପାଇଁ ଭଲ ହେବ । ବେରୋଜଗାର ଲୋକଙ୍କ ପାଇଁ ଆଜିର ଦିନ ବହୁତ ଶୁଭ ହେବ କାରଣ ଆପଣ ଆଜି ଚାକିରିର କିଛି ଭଲ ସୁଯୋଗ ପାଇବେ । ଆପଣ ବନ୍ଧୁ ମାନଙ୍କ ସହିତ ଏକ ଶାନ୍ତିପୂର୍ଣ ଏବଂ ଆନନ୍ଦମୟ ସମୟ ଅତିବାହିତ କରିବେ । କାର୍ଯ୍ୟ କ୍ଷେତ୍ରରେ କାମର ଚାପ ବଢିବ ଯେଉଁଥି ପାଇଁ ପ୍ରେମ ସବନ୍ଧରେ ଚାଲିଥିବା କ୍ୟାରିୟର ଉପରେ ଧ୍ୟାନ ଦେଇ ପାରିବେ ନାହିଁ । ବୈଦୁକ କ୍ଷମତା ବିନା ଆପଣ ଆପଣଙ୍କ ଉଦେଶ୍ୟରେ ସଫଳ ହୋଇ ପାରିବେ ନାହିଁ ।

ମକର

ଏହି ରାଶିର ଲୋକ ଆର୍ଥିକ ବିଷୟରେ ସାବଧାନ ରୁହନ୍ତୁ । ପୁଞ୍ଜି ନିବେଶ କରିବା ପୂର୍ବରୁ ଏହାକୁ ଧ୍ୟାନ ରଖନ୍ତୁ । ଆପଣଙ୍କର ସବୁ ଆର୍ଥିକ ପ୍ରୟାସ ବହୁତ ସଫଳ ରହିବ ଏବଂ ଏହାଦ୍ୱାରା ଆପଣଙ୍କର ଉତ୍ସାହ ବଢିବ । ଆପଣ ଆପଣଙ୍କର ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପୁରା କରିବାରେ କିଛି ଟଙ୍କା ଖର୍ଚ କରି ପାରନ୍ତି । ଆପଣଙ୍କର ଭିତରର ଶକ୍ତି କାର୍ଯ୍ୟ କ୍ଷେତ୍ରରେ ଦିନକୁ ଭଲ କରିବାରେ ସାହାଯ୍ୟ କରିବ ।

କୁମ୍ଭ

ଆଜି ଆପଣଙ୍କୁ ସବୁ ସମସ୍ୟାର ସମାଧାନ ଦେଖିବାକୁ ମିଳିବ । ଏହି ସ୍ପଷ୍ଟତା ଦ୍ଵାରା ଆପଣଙ୍କୁ ସଫଳତା ମିଳିପାରେ । ଆୟର ନୂଆ ସ୍ରୋତ ଆପଣଙ୍କ ସ୍ଥିତିକୁ ମଝବୁତ କରିବ । ଏହା ଆପଣଙ୍କୁ କିଛି ପୁରୁଣା ଋଣରୁ ମଧ୍ୟ ମୁକ୍ତି ପାଇବାରେ ସାହାଯ୍ୟ କରିବ । ଲୋକ ମାନେ ଆପଣଙ୍କ ଉଦାର ସ୍ଵଭାବର ଫାଇଦା ଉଠାଇବା ପାଇଁ ଚେଷ୍ଟା କରି ପାରନ୍ତି । ବୈବାହିକ ଜୀବନରେ ଚାଲି ଆସୁଥିବା ମତଭେଦ ଦୂର ହେବ । ଅବିବାହିତ ଲୋକଙ୍କ ପାଇଁ ବିବାହର ସମ୍ଭାବନା ଅଛି । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ ।

ମୀନ

ଆଜି ଦିନରେ କୌଣସି ନିବେଶ କରନ୍ତୁ ନାହିଁ । କିଛି ଛୋଟ ଛୋଟ ମତଭେଦ ଆଜି ଦେଖାଦେଇ ପାରେ । ଆପଣଙ୍କ ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ମିଳୁଥିବା ପ୍ରେମ ଭରା ସମର୍ଥନ ଆପଣଙ୍କ ଦିନକୁ ସୁନ୍ଦର କରିପାରେ । ଯେଉଁ ଲୋକ ଚାକିରିରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ କରି ପାରିବେ । ଆର୍ଥିକ ଆବଶ୍ୟକତାରେ ଭାଇ ଭଉଣୀ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବେ । ଆପଣଙ୍କୁ ଆପଣଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ଗୋଟିଏ ସଠିକ ସନ୍ତୁଳନ ସୃଷ୍ଟି କରିବାରେ ସକ୍ଷମ ହେବା ଆବଶ୍ୟକ ଅଟେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *