ମଙ୍ଗଳବାରର ରାଶିଫଳ 12 ମେ 2020, ଆଜି ବଜରଙ୍ଗବଲୀଙ୍କ ଅସୀମ କୃପାରୁ ଶିଖର ଛୁଇଁବ ଏହି 5ଟି ରାଶିର ଭାଗ୍ୟ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 12 ମେ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଆପଣ ଏହି ସମୟରେ ଭଗବାନଙ୍କୁ ଭକ୍ତି କରନ୍ତୁ ଆପଣଙ୍କୁ ବହୁତ ଲାଭ ମିଳିବ । ମହାଦେବ ଙ୍କ କୃପାରୁ ଆଜି ଠାରୁ ଏହି ରାଶି ଥିବା ଲୋକଙ୍କର ଖରାପ ସମୟ ଶେଷ ହେବ ଏବଂ ସବୁ କାମରେ ସଫଳତା ମିଳିବ । ବିଗିଡି ଯାଇଥିବା ବା ଅଟକି ଥିବା କାମ ହଠାତ ପୁରା ହେବ । ବାପା ମାଆ ଙ୍କର ସହଯୋଗ ମିଳିବ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ମିଳିବ । ବନ୍ଧୁ ଏନକେ ଅସହିତ ଭଲ ସମୟ ଅତିବାହିତ କରିବେ ଏବଂ ସମ୍ପର୍କୀୟ ମାନଙ୍କୁ ଠାରୁ କିଛି ଉପହାର ମିଳିବ ଯେଉଁଥି ପାଇଁ ଆପଣ ବହୁତ ଖୁସି ହେବେ ।

ବୃଷ

ଆଜି ଘର କୌଣସି ଘଟଣା କୁ ନେଇ ମାନସିକ ଚିନ୍ତା ବଢିପାରେ । ବ୍ୟବସାୟରେ ଅଧିକ ଲାଭ ହେବ । ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ । ଆପଣଙ୍କ ଜୀବନରୁ ସବୁ କଷ୍ଟ ଦୂର ହୋଇଯିବ । ସନ୍ତାନ ଏବଂ ଜୀବନସାଥୀ ଙ୍କ ଠାରୁ ଲାଭ ହେବ । ସମ୍ପର୍କୀୟ ମାନଙ୍କ ସହିତ ଦିନଟି ଭଲରେ କଟିବ । ମନରେ ଉଠିଥିବା ପ୍ରଶ୍ନ ପାଇଁ ଆପଣ ମାନସିକ ଅଶାନ୍ତି ଅନୁଭବ କରିବେ ।

ମିଥୁନ

ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ କିନ୍ତୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । କୋର୍ଟ କଚେରୀ କାମରେ ସାବଧାନ ରୁହନ୍ତୁ । ଆପଣଙ୍କୁ ଭାବନାତ୍ମକ ସନ୍ତୁଳନ ରଖିବାରେ କଷ୍ଟ ହୋଇ ପାରେ । କୌଣସି ବି ନୂଆ କାମ କରିବା ପୂର୍ବରୁ ନିଜ ଠାରୁ ବଡ ଲୋକଙ୍କର ମତ ନିହାତି ନିଅନ୍ତୁ । ବାପା ମାଆ ଙ୍କ ଠାରୁ ବ୍ୟବସାୟରେ ଆର୍ଥିକ ସାହାଯ୍ୟ ମିଳିପାରେ । ମାଙ୍ଗଳିକ ପ୍ରସଙ୍ଗ ଆୟୋଜନ କରାଯିବ ।

କର୍କଟ

ଏହି ରାଶି ଥିବା କିଛି ଲୋକଙ୍କ ଦିନଟି କଷ୍ଟ ଦାୟକ ହୋଇ ପାରେ । ଅଧିକ ଖର୍ଚ ହେବ । ଭଗବାନ ଙ୍କ ନାମ ସ୍ମରଣ କରିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିରେ ରହିବ । ମହାଦେବଙ୍କ କୃପାରୁ ବ୍ୟବସାୟରେ ଦୁଇ ଗୁଣା ଲାଭ ହେବ । ଚାକିରି କରିଥିବା ଲୋକ ମାନଙ୍କର ପ୍ରମୋଶନ ହୋଇ ପାରେ । ଆପଣଙ୍କ ଜୀବନ ସାଥି ଆଜି ଆପଣଙ୍କୁ ଖୁସି କରିବା ପାଇଁ କିଛି ଉପହାର ଦେଇ ପାରନ୍ତି ।

ସିଂହ

ଆଜି କୌଣସି ବି ଯାତ୍ରା କରନ୍ତୁ ନାହିଁ । ଆପଣ କୌଣସି ନିଷ୍ପତ୍ତି ଏବଂ କୌଣସି ପରିସ୍ଥିତି ରେ ସେତବେଳେ ପର୍ଯ୍ୟନ୍ତ ସାମିଲ ହୁଅନ୍ତୁ ନାହିଁ ଯେତବେଳେ ପର୍ଯ୍ୟନ୍ତ ଆପଣ ତାକୁ ଠିକ ଭାବରେ ବୁଝି ନାହାଁନ୍ତି । ଆପଣଙ୍କ ବିଚାର ଏବଂ ଶକ୍ତିର ଭଲ ପରିଣାମ ପାଇଁ ସକାରାତ୍ମକ ନିର୍ଦେଶ ଉପରେ ଧ୍ୟାନ ଦିଅନ୍ତୁ । ଆଲୋଚନା ର ବି ସାମନା କରିବାକୁ ପଡିପାରେ । ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ବିଶ୍ଵାସ ବଢିବ ।

କନ୍ୟା

ଆଜି ସାବଧାନ ର ସହିତ ଗାଡି ଚଲାନ୍ତୁ ଏବଂ ସବୁ ପରିସ୍ଥିତିରେ ବିନମ୍ର ରୁହନ୍ତୁ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଲାଭ ହେବ । ଧନ ଲାଭ ମଧ୍ୟ ହୋଇ ପାରେ । ପ୍ରେମ ସବନ୍ଧରେ ସାଥିଙ୍କ ସହିତ ନୂଆ ଉତ୍ସାହ ରହିବ । ପାରିବାରିକ ଜୀବନ ବହୁତ ଭଲରେ କଟିବ । ଜୀବନସାଥିଙ୍କ ସହିତ ଭଲ ସମୟ କାଟିବେ । ଆପାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ।

ତୁଳା

ଏହି ରାଶିର ଲୋକ ମିଠା ମିଠା କଥା କହି ନିଜର କାମ ପୁରା କରିନେବେ । ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ । ଏହି ସମୟ ଆପଣଙ୍କ ସ୍ଵପକୁ ସତ କରିବ । ସାମାଜିକ କାର୍ଯ୍ୟ ପାଇଁ ସଂମ୍ମାନ ଏବଂ ପ୍ରତିଷ୍ଠା ବଢିବ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢିବା ପ୍ରତି ଦ୍ୟାନ ବଢିବ । ଆପଣଙ୍କ ଘରେ ଖୁସି ଏବଂ ଶାନ୍ତି ରଖିବା ପାଇଁ ହେଲେ ଆପଣଙ୍କୁ ନିଜ ରାଗ ଉପରେ ନିୟତ୍ରଣ ରଖିବାକୁ ହେବ । ବହୁତ ସମୟ ଧରି ଅଟକି ଥିବା ଧନ ଆପଣଙ୍କୁ ପୁଣି ମିଳିବ । ଠିକ ସମୟରେ ନ ଖାଇବା ଏବଂ ଶୋଇବା ଦ୍ଵାରା ଶରୀରରେ ଅସୁସ୍ଥତା ଅନୁଭବ କରିବେ ।

ବିଛା

ଆପଣଙ୍କର ବିଚାର କରିବାର କ୍ଷମତା ଚରମରେ ରହିବ । ଆପଣଙ୍କୁ ବହୁତ ଖରାପ ସମୟ ଦେଇ ଯିବା ପାଇଁ ପଡିପାରେ କିନ୍ତୁ ଏହି ସମୟ ବାସ୍ତବରେ ବହୁତ ଖରାପ ହେବ ନାହିଁ । କୌଣସି ମହତ୍ଵପୂର୍ଣ ଲୋକଙ୍କ ସହିତ ଦେଖା ହୋଇ ପାରେ । ଘରକୁ ଖୁସି ଆସିବା ସହିତ ପରିବାରରେ ଶାନ୍ତିର ବାତାବରଣ ରହିବ । ଆପଣ କିଛି ନୂଆ ବସ୍ତ୍ର କିଣି ପାରନ୍ତି ।

ଧନୁ

ଦିନର ଆରମ୍ଭରୁ ଆପଣଙ୍କୁ କିଛି ପ୍ରତିକୂଳତାର ସାମନା କରିବାକୁ ପଡିବ । ନିଜର ବ୍ୟକ୍ତିଗତ କଥା ନିଜର ପ୍ରିୟ ଲୋକଙ୍କ ଆଗରେ କହିବା ପାଇଁ ଏହା ଠିକ ସମୟ ଅଟେ । ପ୍ରେମ ସବନ୍ଧ ପାଇଁ ମଧ୍ୟ ଭଲ ସମୟ ଅଛି । ଆଜି ଆପଣ ଠିକ ସମୟ ଦେଖି ନିଜର ଭଲ ପାଇବାକୁ ପ୍ରପୋଜ କରି ପାରନ୍ତି । ଭାଗ୍ୟ ବୃଦ୍ଧି ହୋଇ ପାରେ । କାହାକୁ ବି ଟଙ୍କା ଧାର ଦିଅନ୍ତୁ ନାହିଁ ଅନ୍ୟଥା ଆପଣଙ୍କୁ କ୍ଷତି ସହିବା ପାଇଁ ପଡିବ । କାର୍ଯ୍ୟକ୍ଷେତ୍ରରେ ଆପଣ ନିଜର ପ୍ରତିଭାକୁ ପରିଚୟ ଦେବା ସହିତ ସଫଳ ମଧ୍ୟ ହେବେ । ଦାମ୍ପତ୍ୟ ଜୀବନ ଉତ୍ତମ ରହିବ ।

ମକର

ଏହି ରାଶି ଲୋକଙ୍କର କାର୍ଯ୍ୟ କରିବାର କ୍ଷମତା ଆଗାମୀ ଦିନରେ ଲାଭ ଦେବ । ଆପଣଙ୍କ ଜୀବନସାଥୀ ଙ୍କର କୌଣସି କାମ ପାଇଁ ଆପଣ ଲଜ୍ଜିତ ଅନୁଭବ କରି ପାରନ୍ତି । ଆପଣ ନିଜର କମ୍ପାନୀ ପାଇଁ ନୂଆ ସମ୍ପର୍କ ବା ଅଧିକ ବେପାର ବିକାଶରେ ସାମିଲ ହୋଇ ପାରନ୍ତି । ଭଲପାଇବା ରେ ଆଜି ଆପଣଙ୍କୁ ସଫଳତା ମିଳିବ । କୌଣସି ଧାର୍ମିକ ଜାଗାକୁ ଯାଇ ସେଠାରେ କୌଣସି ପଣ୍ଡିତଙ୍କ ସହିତ ମିଶିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ ।

କୁମ୍ଭ

ଖରାପ ଅଭ୍ୟାସ ଛାଡିବା ପାଇଁ ଆଜିର ଦିନଟି ବହୁତ ଉତ୍ତମ ଅଛି । ଭାଗୀଦାରୀ ଙ୍କ ଠାରୁ ଲାଭ ହେବ । ମା ଲକ୍ଷ୍ମୀଙ୍କ ବିଶେଷ କୃପା ପାଇଁ ଆପଣଙ୍କୁ ବହୁତ ଧନ ଲାଭ ହେବ । ନକରାତ୍ମକ ବିଚାର ଦ୍ଵାରା ଆପଣଙ୍କ ମନ ବିଚଳିତ ହେବ । ଘରକୁ ସୁନ୍ଦର ଭାବେ ସଜାଇ ଘରଏ ବାତାବରଣରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରିବେ । ଅଧିକ ରାଗି ପାରନ୍ତି ।

ମୀନ

ବହୁତ ଦିନ ଧରି ହୋଇଥିବା ଅସମଞ୍ଜସ ଆଜି ଶେଷ ହୋଇଯିବ । ଲୋକ ଆପଣଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି । ଆପଣଙ୍କ ଜୀବନସାଥୀଏନକେ ମନ ଭଲ ରହିବା ସହିତ ଆପଣଙ୍କୁ ବହୁତ ଭଲ ପାଇବା ବି ମିଳିବ । ଆପଣଙ୍କୁ ବ୍ୟବସାୟରେ ଏକ ନୂଆ ରୁଚି ମିଳିବ । ବେପାରି ମାନେ ନିଜ ବେପାରରେ ଅଧିକ ଟଙ୍କା ଲଗାଇ କିଛି ନୂଆ କାମ ଆରମ୍ଭ କରି ପାରନ୍ତି ଏବଂ ଭବିଷ୍ୟତ ପାଇଁ ମଧ୍ୟ କିଛି ଯୋଜନା କରି ପାରନ୍ତି । ଆଳସ୍ୟ ବଢିପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *