ଦବଙ୍ଗ ନିର୍ଦ୍ଦେଶକ ଖୋଲିଲେ ସଲମାନଙ୍କ Being humanର ରାଜ, କହିଲେ – ବାଣ୍ଟିଥାଏ ୫ ଟି ସାଇକେଲ ଓ ଛାପିଥାଏ ୫୦୦

ଯେବେଠୁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି , ସେବେଠୁ ମାମଲା ବହୁତ ଗରମ ଅଛି । ବଲିଉଡର ଫେମସ ଫିଲ୍ମ ନିର୍ଦେଶକ ଅଭିନବ କଶ୍ୟପ ତରଫରୁ ଏହି କିଛି ଦିନ ହେବ ନିଜ ଫେସବୁକ ପୋଷ୍ଟ ରେ ସଲମାନ ଖାନ, ସୋହେଲ ଖାନ, ଅର୍ବାଜ୍ ଖାନ ଓ ସଲିମ ଖାନଙ୍କ ଉପରେ ବହୁତ୍ ଗଭୀର ଅଭିଯୋଗ ଲଗା ଯାଇଥିଲା । ଏଥିରେ ସେ କହିଥିଲେ କି ଏ ସମସ୍ତେ ମିଶି ତାଙ୍କ କ୍ୟାରିୟର ବରବାଦ କରିଦେଇଥିଲେ ।

ଏବେ ପୁଣି ଥରେ ଅଭିନବ କଶ୍ୟପ ତରଫରୁ ଆହୁରି ଏକ ଫେସବୁକ ପୋଷ୍ଟ ଏବେ ଛଡ଼ା ଯାଇଛି । ଯେଉଁଥିରେ ସେ ସଲମାନ ଖାନଙ୍କ ଚାରିଟି ଫାଉନ୍ଡେଶନ୍ ‘ବିଙ୍ଗ ହ୍ୟୁମ୍ୟାନ’କୁ ମନି ଲଣ୍ଡିଙ୍ଗ ହବର ହବ ଆକ୍ଷା ଦିଆ ଯାଇଛି ।

ଚ୍ୟାରିଟି କେବଳ ଲୋକ ଦେଖାଣିଆ

ବିଙ୍ଗ ହ୍ୟୁମାନ ବିଷୟରେ ଅଭିନବ କଶ୍ୟପ ଲେଖିଛନ୍ତି କି ସଲିମ ଖାନଙ୍କ ବିଙ୍ଗ ହ୍ୟୁମାନ ସବୁଠୁ ବଡ଼ ଆଇଡିଆ ଅଟେ । ସେ ଯେଉଁ ଚ୍ୟାରିଟି କରନ୍ତି , ତାହା ତ କେବଳ ଲୋକ ଦେଖାଣିଆ ଅଟେ । ଦବଙ୍ଗର ସୁଟିଙ୍ଗ ସମୟରେ ମୁଁ ମୋ ଆଖି ସାମ୍ନାରେ ୫ ଟି ସାଇକେଲ ବାଣ୍ଟିବାର ଦେଖିଲି , କିନ୍ତୁ ପରଦିନ ପେପର ରେ ଦାନବିର ସଲମାନ ଖାନ ୫୦୦ ସାଇକେଲ ବାଣ୍ଟି ଥିବାର ଖବର ଛପିଥିଲା । ଏହି ସବୁ ଚେଷ୍ଟା ଏଥିପାଇଁ କରାଯାଉ ଥିଲା କି , ସଲମାନ ଖାନଙ୍କର ଯେଉଁ ଗୁଣ୍ଡା ଓ ମବାଲିର ଛବି ଅଛି , ତାହା ଟିକେ ସୁଧୁରି ଯିବ ଓ ସଲମାନ ଖାନଙ୍କ ଉପରେ କ୍ରିମିନାଲ ମାମଲାରେ ଜଜ ଓ ମିଡିଆ ତାଙ୍କ ପ୍ରତି ଟିକେ ନରମ ହେବେ ।

https://www.facebook.com/askashyap/posts/10158878008036844

https://www.facebook.com/askashyap/posts/10158878086106844

https://www.facebook.com/askashyap/posts/10158878211001844

ଅଭିନବ ଲେଖିଛନ୍ତି ଆଜିର ତାରିଖରେ ୫୦୦ ଟଙ୍କାର ଜୀନ୍ସ କୁ ବିଙ୍ଗ ହ୍ୟୁମାନ ୫୦୦୦ ଟଙ୍କାରେ ବିକୁଛି ଓ ସାଧାରଣ ଜନତାଙ୍କ ଆଖିରେ ଧୂଳି ଦେଉଛି । ବାସ୍ତବରେ ଏମାନେ ବହୁତ୍ ଚତୁର ଲୋକ ଅଟନ୍ତି । ଏମାନଙ୍କର କିଛି ଦେବାର ମତଲବ ନାହିଁ , ଖାଲି ନେବାର ଅଛି । ସରକାରକୁ ବିଂଗ ହ୍ୟୁମାନ ଉପରେ ଭଲ ଭାବେ ଯାଞ୍ଚ୍ କରିବା ଦରକାର , ମୁଁ ମଧ୍ୟ ମୋ ପକ୍ଷରୁ ପୁରା ସହଯୋଗ କରିବି ।

ଯେତେବେଳେ ଅଭିନବ କଶ୍ୟପ ନିଜର ପ୍ରଥମ ଫେଶବୁକ ପୋଷ୍ଟ ଛାଡ଼ି ଦେଇଥିଲେ ଓ ଖାନ ପରିବାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ ତେବେ ତାକୁ ନେଇ ସଲମାନ ଖାନଙ୍କ ବାପା ସଲିମ ଖାନ କହିଥିଲେ କି ସେ ଅଭିନବ କଶ୍ୟପଙ୍କ ଏହି ପ୍ରକାର ଫାଲତୁ ପୋଷ୍ଟ ଉପରେ କମେଣ୍ଟ୍ କରି ନିଜର ସମୟ ବରବାଦ କରିବାକୁ ଚାହାଁନ୍ତି ନାହିଁ । ସେଇଠି ଏହି ପୋଷ୍ଟକୁ ନେଇ ସୋହେଲ ଖାନ ଓ ଅର୍ବାଜ୍ ଖାନ ଅଭିନବ କଶ୍ୟପଙ୍କ ଉପରେ ଆଇନ ଗତ କାର୍ୟାନୁଷ୍ଠାନ କରିବା କଥା କହିଥିଲେ ।

ନିଜର ପ୍ରଥମ ଫେସବୁକ ପୋଷ୍ଟରେ ଅଭିନବ କଶ୍ୟପ କହିଥିଲେ କି ଦବଙ୍ଗ 2 ରୁ 10 ବର୍ଷ ପୂର୍ବେ ତାଙ୍କୁ ଯେଉଁ ବାହାର କରାଯାଇଥିଲା ତାହା ପାଇଁ ଆଉ କେହି ଦାୟୀ ନୁହେଁ ବରଂ ସୋହେଲ୍ ଖାନ , ଅର୍ବାଜ୍ ଖାନ ଓ ଖାନ ପରିବାର ଥିଲେ । ଡରାଇ ଧମକାଇ ତାଙ୍କ କ୍ୟାରିୟର ଶେଷ କରିବାକୁ ଚାହୁଁଥିଲେ ।

ଅଭିନବ ଅଭିଯୋଗ ଲଗାଇ ଥିଲେ କି ଶ୍ରୀ ଅଷ୍ଟବିନାୟକ ଫିଲ୍ମସ ସହିତ ତାଙ୍କର ପ୍ରୋଜେକ୍ଟ ମଧ୍ୟ ଅର୍ବାଜ୍ ଖାନ ଅଟକାଇ ଦେଇଥିଲେ । ଶ୍ରୀ ଅଷ୍ଟବିନାୟକ ଫିଲ୍ମସକୁ ତାହାର ସାଇନିଂ ଆମାଉଣ୍ଟ ଫେରାଇବାକୁ ବାଧ୍ୟ ହୋଇଥିଲେ । ଏମିତି କୁହାଯାଉ ଥିଲା କି ଦବଙ୍ଗ 2 ର ନିର୍ଦେଶନା କରିବା ପାଇଁ ଅର୍ବାଜ୍ ନିଜେ ଅଭିନବଙ୍କୁ ଫୋନ କରିଥିଲେ ତ ସେ ସଲମାନଙ୍କ ହସ୍ତକ୍ଷେପ ନ କରିବା ପାଇଁ ଦାବି କରିଥିଲେ । ସଲମାନଙ୍କୁ ଏହା କହିବା ପରେ ସଲମାନ କହିଥିଲେ କି ତେବେ ତୁ ନିଜେ ଦବଙ୍ଗ 2 କୁ ଡାଇରେକ୍ଟ କରି ଦେ । ଏହାପରେ ଅଭିନବ ଓ ଖାନ ଭାଇଙ୍କ ମଧ୍ୟରେ କଥାବାର୍ତ୍ତା ସମାପ୍ତ ହୋଇ ଯାଇଥିଲା ।

ମନୋରଞ୍ଜନ ଦିନିଆର ଲାଟେଷ୍ଟ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *